ରଜ ଅବସରରେ ଅସହାୟଙ୍କୁ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଶିକ୍ଷା ଓ ସାମାଜିକ ଅନୁଷ୍ଠାନ ଶୀଭମ ପକ୍ଷରୁ ରାଜଧାନୀ ରେ ଥିବା ଅସହାୟ, ବୃଦ୍ଧ ତଥା ଅଭାବୀ ବ୍ୟକ୍ତି ମାନଙ୍କୁ ରଜ ଅବସରରେ ଖାଦ୍ୟ ଓ ବସ୍ତ୍ର ବଣ୍ଟନ କରାଯାଇଥିଲା l ଅନୁଷ୍ଠାନର ନିର୍ଦେଶକ ମଦନ ମୋହନ ପାଢ଼ୀ ଙ୍କ ସଂଯୋଜନା ରେ ଉକ୍ତ ନିଆରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ବିଦ୍ୟାର୍ଥୀ ମାନେ ପୂଜ୍ୟ ପୂଜା ସହିତ ସାମାଜିକ କାର୍ଯ୍ୟକ୍ରମ ଦୀର୍ଘ ବର୍ଷ ହେଲା କରିଆସୁଛନ୍ତି ବୋଲି ଶ୍ରୀଯୁକ୍ତ ପାଢ଼ୀ ମତବ୍ୟକ୍ତ କରିଥିଲେ l ଉତ୍କଳର ମହାନ ପର୍ବ ରଜକୁ ନିଆରା ଭାବେ ପାଳନ

କରିଥିବାରୁ ବୁଦ୍ଧିଯିବି ମହଲରେ ଖୁବ ପ୍ରଶଂସା କରାଯାଇଥିଲା l ଉକ୍ତ ନିଆରା କାର୍ଯ୍ୟକ୍ରମ କୁ ମିଲନ, ସତ୍ୟ, ଖୁସବୁ, ପୁଷ୍ପା, ସୌମ୍ୟ ପ୍ରମୁଖ ପରିଚାଳନା କରିଥିଲେ l ଅଧ୍ୟକ୍ଷା ଶଶୀରେଖା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page