ରାଇକିଆ ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ସର୍ଭେ

ରାଇକିଆ -୮/୨୫: ରାଇକିଆ ବ୍ଲକ ଭିତରେ ଗରିବ ଓ ଗୃହହୀନ ପରିବାରଗୁଡ଼ିକୁ ଆଶ୍ରୟ ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ସର୍ଭେ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ସର୍ଭେର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସଠିକ ଲାଭାର୍ଥୀ ଚିହ୍ନଟ କରିବା, ଯାହା ମାଧ୍ୟମରେ ସେମାନଙ୍କୁ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ସହ ଯୋଗରେ ଘର ନିର୍ମାଣର ସୁବିଧା ଦିଆଯିବ।ରାଇକିଆ ବ୍ଲକ ଅନ୍ତର୍ଗତ ୧୨ ଗୋଟି ପଂଚାୟତ ରେ ଯୋଗ୍ୟ ହିତାଧିକାରୀ ଙ୍କ ଚୟନ ପାଇଁ ରାଇକିଆ ବ୍ଲକ ତରଫରୁ ୨୩ ଜଣଙ୍କୁ ନିୟୋଜିତ କରାଯାଇଅଛି l ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସର୍ଭେ କାର୍ଯ୍ୟ ଚାଲୁ ରହିବ, ଆଜି ସୁଦ୍ଧା ୧୫୯୨ଜଣ ହିତାଧିକାରୀ ଙ୍କ ସର୍ଭେ କରାଯାଇଅଛି l ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀ ଯେମିତି ବାଦ ନ ପଡନ୍ତି ସେ ଦୃଷ୍ଟି ରୁ ପ୍ରତ୍ୟେକ ଗ୍ରାମକୁ ଯାଇ ସର୍ଭେ ରିପୋର୍ଟ ପ୍ରସ୍ତୁତ କରାଯାଉଥିବା ଉପରେ ମତ ରଖିଛନ୍ତି ରାଇକିଆ ବ୍ଲକ ରୁରାଲ ହାଉସିଂ ବିପିଏମ କମଲ ପ୍ରସାଦ ନାୟକ I

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page