ରାଜଧାନୀ ସଂଗ୍ରାମୀ ସେବାସଙ୍ଘର ଦ୍ୱିତୀୟ ବାର୍ଷିକ ଉତ୍ସବ ପାଳନ

ଭୁବନେଶ୍ୱର, ୧0/୩ : ସାମାଜିକ ସଂଗଠନ ରାଜଧାନୀ ସଂଗ୍ରାମୀ ସେବାସଙ୍ଘର ଦ୍ୱିତୀୟ ବାର୍ଷିକ ଉତ୍ସବ ଜୟଦେଵ ଭବନରେ ପାଳିତ ହୋଇଯାଇଛି । ସଂଗଠନର ପ୍ରତିଷ୍ଠାତା ବାପୁଓଝାଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ସମାଜର ଅସହାୟ କର୍କଟ ପିଡୀତଙ୍କ ଉଦ୍ଦେଶ୍ୟରେ ସମାଜମଙ୍ଗଳ ହୁଣ୍ଡି ଅତିଥିମାନଙ୍କ ହସ୍ତରେ ଭଙ୍ଗାଯାଇ ହୁଣ୍ଡିରୁ ଆଦାୟ ମୋଟ ୩0,୫00 ଟଙ୍କା ଅର୍ଥରାଶି କେନ୍ଦ୍ରାପଡା ଜିଲ୍ଲାର ପାଲା ଗାୟକ ପ୍ରଶାନ୍ତ କୁମାର ଦାସଙ୍କୁ ପ୍ରଦାନ କରାଯାଇଛି । ଏହି ଅବସରରେ ରାଜଧାନୀରେ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତିବିଶେଷ ମାନଙ୍କୁ ରାଜଧାନୀ ଭୁବନେଶ୍ବର ଗୌରବ ସମ୍ମାନ ପ୍ରଦାନ କରାଯାଇଥିଲା । ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କ ସଭାପତିତ୍ୱରେ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବିଜେପି ନେତା ଜଗନ୍ନାଥ ପ୍ରଧାନ ଯୋଗଦେଇଥିଲେ l ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ଯୋଗଦେଇ ସମାଜମଙ୍ଗଳ ହୁଣ୍ଡିର ମାନବୀୟ ସେବା ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥିଭାବେ କଳିଙ୍ଗ ପାଇକ ମହାସଂଘର ସଭାପତି ପ୍ରକାଶ ଶ୍ରୀଚନ୍ଦନ, କର୍ପୋରେଟର ଅମରେଶ ଜେନା, ସମାଜସେବୀ ବନ୍ଦନା ହରିଚନ୍ଦନ, ବିଜେପି ନେତା ବିଭୁତି ସାହୁ, ଅମ୍ବିକା ମହାରଣା, ପ୍ରସିଦ୍ଧ କଣ୍ଠଶିଳ୍ପୀ ଜୟଶ୍ରୀ ଧଳ,
ମନସ୍ମିତା ଜେନା, ବାପି ମହାନ୍ତି, ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ । ସ୍ୱାଗତ ଭାଷଣ ଦେଇଥିଲେ ସମାଜସେବୀ ବିନ୍ଦୁଜା ଉପାଧ୍ୟାୟ, ବିବରଣୀ ପାଠ କରିଥିଲେ ସଂଗଠନ ସଭାପତି ଧୀରେନ ଶଙ୍କର ଦାସ, ସଂଗଠନ ଉପସଭାପତି ଡେଜି ଶତପଥୀ, ସମ୍ପାଦକ ନିରଞ୍ଜନ ସାହୁ, ମନୋଜ ସାହୁ, ଚିତ୍ତରଞ୍ଜନ ଦାଶ, ଦେବ ପ୍ରସାଦ ମେର୍କାପ, ସସ୍ମିତା ଜେଠି, ପ୍ରଜ୍ଞା ମିଶ୍ର, ଗୁରୁପଦ ନାଥ, ପ୍ରମୋଦ ପତି, ଭୁବନାନନ୍ଦ ସାମନ୍ତ ପ୍ରମୁଖ ସହଯୋଗ କରିଥିଲେ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page