ରାଜ୍ୟସ୍ତରୀୟ ଭଜନ ସମ୍ରାଟ ଭିକାରୀ ବଳ ଅଖଣ୍ଡ ଭଜନ ମହୋତ୍ସବ

ଭୁବନେଶ୍ବର: ଭୁବନେଶ୍ବର ସ୍ଥିତ ,”ଓଡ଼ିଶୀ ରିସର୍ଚ୍ଚ ସେଣ୍ଟର” ଠାରେ ଭିକାରୀ ବଳ ଫାଉଣ୍ଡେସନ ଦ୍ବାରା ଆୟୋଜିତ ଗୀତରେ ନୃତ୍ୟରେ ରାଜ୍ୟସ୍ତରୀୟ ଭଜନ ସମ୍ରାଟ ଭିକାରୀ ବଳ ଅଖଣ୍ଡ ଭଜନ ମହୋତ୍ସବରେ ,”ନୃତ୍ୟନିପୁଣା ଓଡ଼ିଶୀ ନୃତ୍ୟ ଅନୁଷ୍ଠାନର ନୃତ୍ୟଶିଳ୍ପୀମାନେ ” ଭଜନ ସମ୍ରାଟ୍ ଭିକାରୀ ବଳଙ୍କର ଭଜନରେ ଦଳଗତ ନୃତ୍ୟ ପରିବେଷଣ କରିଥିଲେ । ଗୁରୁ ଡଂ ପ୍ରିୟଙ୍କା ମିଶ୍ରଙ୍କ ପ୍ରଶିକ୍ଷଣରେ ଏବଂ ପ୍ରତିମା ମିଶ୍ରଙ୍କ ସୁପରିଚାଳନା ଦ୍ବାରା ଅନୁଷ୍ଠାନର ନୃତ୍ୟାଙ୍ଗନା ମାନେ ଖୁବ୍ ସୁନ୍ଦର ଭାବରେ ନୃତ୍ୟ ପରିବେଷଣ କରି , ଉପସ୍ଥିତ ଦର୍ଶକମାନଙ୍କର କରତାଳି ସାଉଁଟି ଥିଲେ । ଶିଳ୍ପୀମାନେ ହେଲେ ଅର୍ଚ୍ଚିତା, ଆଶ୍ରିୟା, ଅଂଶିତା, ବିଦୁସ୍ମିତା, ଅନୁଷ୍କା ଏବଂ ଓଶନି

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page