ଭୁବନେଶ୍ୱର, ତା 16/2/25: ଓଡିଶା ସାମ୍ବାଦିକ ସୁରକ୍ଷା ମଞ୍ଚପକ୍ଷରୁ ସ୍ଥାନୀୟ ବୁଲନଭାଇ ସେବା ଭବନଠାରେ ରାଜ୍ୟସ୍ତରୀୟ ସାମ୍ବାଦିକ ବନ୍ଧୁମିଳନ ଓ ସାମ୍ବାଦିକ ସୁରକ୍ଷା ସମ୍ପର୍କରେ ଆଲୋଚନା ଚକ୍ର, ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠାନର ଆବାହକ ସିପ୍ରାହୀରା ଓ କାଁହୁଚରଣ ନାୟକଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର କନ୍ଧମାଳ ସାଂସଦ

ସୁକାନ୍ତ ପାଣିଗ୍ରାହୀ, ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ରବି ଦାସ, ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ମନୋରଞ୍ଜନ ମିଶ୍ର, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଜେପି ନେତା ଜଗନ୍ନାଥ ପ୍ରଧାନ, ସାମ୍ବାଦିକ ପ୍ରସଂନଜିତ ରାୟ, ଭୁବନେଶ୍ୱର ଓକିଲ ସଙ୍ଘ ସଭାପତି କୁନ୍ଦନ ରଥ ଯୋଗ ଦେବା ସହିତ ବର୍ତମାନ ସମୟରେ ସାମ୍ବାଦିକ ଙ୍କ ସମସ୍ୟା, ସୁରକ୍ଷା ତଥା ନିରପେକ୍ଷ ସମ୍ବାଦ ଉପରେ ଗୁରୁତ୍ୱଆରୋପ କରିଥିଲେ l ମୁଖ୍ୟ ଅତିଥି ମାନ୍ୟବର ସାଂସଦ ସୁକାନ୍ତ ପାଣିଗ୍ରାହୀ ମତବ୍ୟକ୍ତ କରିଥିଲେ ଯେ, ସାମ୍ବାଦିକ ସମାଜର ଜାଗ୍ରତ ପ୍ରହରୀ ସଦୃଶ୍ୟ l ସଠିକ ତଥ୍ୟ ଦେବା ସହିତ ମୌଳିକତା ବଜାୟ ରଖିବା ଆବଶ୍ୟକ l ମୁଖ୍ୟବକ୍ତା ରବିଦାସ ସାମ୍ବାଦିକ ସୁରକ୍ଷା ଆଇନ ହେବା ସହ ପେନସନ ଦେବାକୁ ମତବ୍ୟକ୍ତ କରିଥିଲେ l ଚାପ ରହିଛି ଓ ଆସିବ ଏହାକୁ ସଠିକ ଭାବେ ମୁକାବିଲା କରିବା ଆବଶ୍ୟକ ବୋଲି ମନୋରଞ୍ଜନ ମିଶ୍ର ମତ ଦେଇଥିଲେl ଏହା ସହିତ ଟିଆରପି ବଢ଼େଇବାକୁ ଯାଏ ଅନାବଶ୍ୟକ ଖବର ନ ଦେଖାଇବାକୁ ଗଣମାଧ୍ୟମ କୁ ଅନୁରୋଧ କରିଥିଲେ lସାମ୍ବାଦିକ ଙ୍କ ସଠିକ ଗଣନା ହେବା ଆବଶ୍ୟକ ବୋଲି ପ୍ରିୟଦର୍ଶୀ ମିଶ୍ର କହିଥିଲେ lଏହି ଅବସରରେ ବିଭିନ୍ନ ଗଣମାଧ୍ୟମ ଅନୁଷ୍ଠାନ ଓ ବ୍ୟକ୍ତିତ୍ୱ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ସମ୍ବର୍ଦ୍ଧିତ ଗଣମାଧ୍ୟମ ମାନଙ୍କ ମଧ୍ୟରେ ଉତ୍କଳ ବୁଲେଟିନ ସମ୍ପାଦକ ଅରବିନ୍ଦ ତ୍ରିପାଠୀ, ପ୍ରିୟ ବ୍ରତ ବାରିକ, ଟାଇମ୍ସ ଓଡିଶା, ଓଡିଶା ମୀରର ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା l ଗଣମାଧ୍ୟମ ରେ ଜଡିତ ବ୍ୟକ୍ତିବିଶେଷ ସେମାନଙ୍କ ମତାମତ ରଖିଥିଲେ l କାର୍ଯ୍ୟକ୍ରମକୁ ସାମ୍ବାଦିକ ଯୁବ ସାମ୍ବାଦିକ ଲକ୍ଷ୍ଣଣ ବେହେରା, ପପୁ ଭାଇ ସୋମନାଥ ବେହେରା, ପ୍ରିୟବ୍ରତ ପରିଚାଳନା କରିଥିଲେ.