ରାମାୟଣ ନାଟକରେ ଅଭିନୟ କରୁଥିବା ସମୟରେ ଚାଲିଗଲା ଜୀବନ

ରାମାୟଣ ନାଟକ ରେ ମଞ୍ଚ ଉପରେ ଟଳି ପଡିଲେ ମନ୍ଥରା l ରାମାୟଣ ନାଟକ ରେ ରାମ ଚନ୍ଦ୍ର ଙ୍କ ଵନବାସ ଯିବା ଦୃଶ୍ୟ ପୂର୍ବ ରୁ ମଞ୍ଚ ରେ ମନ୍ଥରା ଚରିତ୍ର ରେ ଅଭିନୟ କରୁଥିବା ବରିଷ୍ଠ କଳାକାର ବୈକୁଣ୍ଠ ସାହୁ ଙ୍କ ଅଭିନୟ କରୁ କରୁ ଚାଲିଗଲା ଜୀବନ l ମଞ୍ଚ ରେ ମନ୍ଥରା ଙ୍କ ମୃତ୍ୟୁ ପରେ ଅଧା ରେ ଅଟକିଲା ରାମାୟଣ ନାଚ l ରାମାୟଣ ନାଟକ ରେ ରାମ ଚନ୍ଦ୍ର ଙ୍କ ଚଉଦ ବର୍ଷ ବନବାସ ଯିବା ଦୃଶ୍ୟ ପୂର୍ବ ରୁ ମଞ୍ଚ ଉପରେ ଅଭିନୟ କରୁଥିଲେ ମନ୍ଥରା ଭୂମିକା ନିଭାଉଥିବା ବରିଷ୍ଠ କଳାକାର ବୈକୁଣ୍ଠ ସାହୁ l କିନ୍ତୁ ନାଟକ ରେ ମନ୍ଥରା ଚରିତ୍ର ନିଭାଉଥିବା ସମୟରେ ହିଁ ବାସ୍ତବ ରେ ମଞ୍ଚ ଉପରେ ଚାଲିଗଲା ବୈକୁଣ୍ଠ ଙ୍କ ଜୀବନ l ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ ର ସାଇନପଡା ଗାଁ ରେ l ସାଇନପଡା ଗାଁ ରେ ପ୍ରତି ବର୍ଷ ଭଳି ଚଳିତ ଥର ମଧ୍ୟ ଅଷ୍ଟ ପ୍ରହରୀ ନାମଯଂଜ୍ଞ ମହା ଆଡମ୍ବର ସହ ଆୟୋଜନ କରାଯାଇଥିଲା l ତେବେ 42 ତମ ଅଷ୍ଟ ପ୍ରହରୀ ନାମଯଂଜ୍ଞ ସମ୍ପନ୍ନ ପରେ ରାମାୟଣ ନାଟକ ମଧ୍ୟ ସବୁ ବର୍ଷ ପରି ଅନୁଷ୍ଠିତ ହୋଇଥିଲା l ରାମାୟଣ ନାଟକ ଦେଖିବା ପାଇଁ ଆଖ ପାଖ ଅଂଚଳ ରୁ ବହୁ ଲୋକଙ୍କ ଭିଡ଼ ମଧ୍ୟ ଜମିଥିଲା l ରାମାୟଣ ନାଟକ ଦେଖି ଲୋକ ଯେତିକି ଉତ୍ସାହିତ ରହିଥିଲେ ପ୍ରଭୁ ରାମଚନ୍ଦ୍ର ଙ୍କ ଵନବାସ ଯିବା ଚରିତ୍ର କୁ ନେଇ ସେତିକି ସେହି ସମୟରେ ଭାବ ବିହ୍ଵଳ ମଧ୍ୟ ହୋଇ ପଡ଼ିଥିଲେ l କିନ୍ତୁ ପରେ ମଞ୍ଚ ଉପରେ ବୈକୁଣ୍ଠ ଯେତେବେଳେ ନିଜର ପରବର୍ତୀ ଅଂଶ ରେ ଅଭିନୟ କରୁଥିଲେ ହଟାତ ଅସୁସ୍ଥ ଅନୁଭବ କରି ଟଳି ପଡ଼ିଥିଲେ l ହଟାତ ଏ ଦୃଶ୍ୟ ଦେଖି ସମସ୍ତେ ହତବାକ ହୋଇ ପଡ଼ିଥିଲେ l ମଞ୍ଚ ରେ ବୈକୁଣ୍ଠ ଟଳି ପଡିବା ପରେ ଅଧା ରେ ବନ୍ଦ ହୋଇଥିଲା ରାମାୟଣ ନାଟକ l ସାଙ୍ଗେ ସାଙ୍ଗେ ନାଚ କମିଟି ର ସଦସ୍ୟ ମାନେ ବୈକୁଣ୍ଠ ଙ୍କୁ କ.ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ l କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ତେବେ ବରିଷ୍ଠ କଳାକାର ତଥା ନାଚ କମିଟି ର ସଭାପତି ବୈକୁଣ୍ଠ ସାହୁ ଙ୍କୁ ହରାଇ ଦୁଃଖ ରେ ଭାଙ୍ଗି ପଡିଛି ସାଇନପଡା ଗାଁ l ଏପରି ଗୋଟେ ବଡ଼ ଅଘଟଣ ଘଟିଥିବା ନେଇ ସହଜ ରେ ଗ୍ରହଣ କରି ପାରୁ ନାହାନ୍ତି ବୈକୁଣ୍ଠ ଙ୍କ ପରିବାର ଲୋକ ସମେତ ସାଥି କଳାକାର ଓ ଗ୍ରାମବାସୀ l ବୈକୁଣ୍ଠ ଏକାଧାର ରେ ଜଣେ ନିଖୁଣ କଳାକାର ଥିଲେ l ଦୀର୍ଘ 25 ବର୍ଷ ରୁ ଉର୍ଦ୍ଧ ସମୟ ଧରି ସେ ମହାଭାରତ ଓ ରାମାୟଣ ନାଟକ ରେ ବେଦବତୀ, ଦ୍ରୌପଦୀ,ମନ୍ଥରା ଚରିତ୍ର ଭଳି ବିଭିନ୍ନ ଚରିତ୍ର ରେ ଅଭିନୟ କରି ବେଶ ଲୋକ ପ୍ରିୟତା ଅର୍ଜନ କରିଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page