ରାଷ୍ଟ୍ରର ପ୍ରଗତିରେ ମହିଳାଙ୍କ ଭୂମିକା ଅବିସ୍ମରଣୀୟ

ଅଞ୍ଜନା ପାତ୍ର ଙ୍କୁ ମହିଳା ସଶକ୍ତିକରଣ ସମ୍ମାନ ୨୦୨୫ ପ୍ରଦାନ

ଭୁବନେଶ୍ୱର: ସ୍ଥାନୀୟ ରେଡ଼କ୍ରସ ଭବନ ଠାରେ ସାମାଜିକ ସଂଗଠନ ନାରାୟଣ ସେବା ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ମହିଳା ଦିବସ ୨୦୨୫ ଓ ରାଷ୍ଟ୍ରର ସର୍ବାଙ୍ଗୀନ ବିକାଶ ରେ ମହିଳାଙ୍କ ପ୍ରମୁଖ ଭୁମିକା ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି I ସ୍ୱାଗତ ସଂଗୀତ ପରିବେଷଣ ସହ କାର୍ୟ୍ୟକ୍ରମ ର ଶୁଭାରମ୍ଭ ହୋଇଥିଲI I ସାମ୍ବାଦିକା ରୀନା ମହାନ୍ତିଙ୍କ ସଂଯୋଜନା ଓ ସଭାପତି ଶିବ ନାରାୟଣ ମିଶ୍ରଙ୍କ ସଭାପତିତ୍ବ ଓ ସୀତାଂଶୁ ଶେଖର ମହାରଣା ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ କାର୍ୟ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବୋଲଗଡ

-ବେଗୁନିଆ ବିଧାୟକ ମାନ୍ୟବର ପ୍ରଦୀପ କୁମାର ସାହୁ, ମୁଖ୍ୟ ବକ୍ତା ଭାବେ ଅଧ୍ୟକ୍ଷା ମହିଳା ଅଧିକାର ଅଭିଯାନ ଡ଼ଃ ରୀନା ରାଉତରାୟ, ସମ୍ମାନିତ ଅତିଥି ଭାବେ ବିଜୁ ପଟନାୟକ ଡିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟକ୍ଷା ଡ଼ଃ ଜୟଶ୍ରୀବାଳା ମଲ୍ଲିକ, ଅନୁଷ୍ଠାନର ସମ୍ପାଦିକା ସମିତା ମହାରଣା ଯୋଗ ଦେଇ ରାଷ୍ଟ୍ରର ସର୍ବାଙ୍ଗୀନ ଉନ୍ନତି ପାଇଁ ମହିଳାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଛି ବୋଲି ମତବ୍ୟକ୍ତ କରିବା ସହିତ ମହିଳା ମାନେ ସାମଗ୍ରିକ ଭାବେ ଚେଷ୍ଟିତ ହେଲେ ସାରା ବିଶ୍ୱରେ ଆମେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିବେ I ସରକାରଙ୍କ ବିଭିନ୍ନ କାର୍ୟ୍ୟକ୍ରମ ବ୍ୟତୀତ ମହିଳା ମାନେ ନିଜେ ଆତ୍ମ ନିର୍ଭରଶୀଳ ହେବା ଦିଗରେ ପ୍ରୟାସ କରିବା ସହିତ ନିଜ ଦାୟିତ୍ୱ ଓ କର୍ତ୍ତବ୍ୟ ପ୍ରତି ସଚେତନ ହେବା ଆବଶ୍ୟକ I ଗାର୍ଗୀ, ମୈତ୍ରୀଙ୍କ ଶକ୍ତି ଆମ ମହିଳାଙ୍କ ପାଖେ ରହିଛି ବୋଲି ମତବ୍ୟକ୍ତ କରିଥିଲେ କ୍ଷଏହି ଅବସରରେ ସାରସ୍ୱତ ପ୍ରତିଭାଧାରୀ ସମାଜସେବୀ ଲୋକନାଥ ଦାଶଙ୍କୁ ବାବା ଆମତେ ସମାଜସେବୀ ସମ୍ମାନ, ପ୍ରଦୀପ କୁମାର ଦେହୁରୀ ଙ୍କୁ ସମାଜସେବା ଗୌରବ ସମ୍ମାନ, ଶଶଧର ପଣ୍ଡାଙ୍କୁ ଆଦର୍ଶ ସମାଜସେବୀ ସମ୍ମାନ ଓ ଅଞ୍ଜନା ପାତ୍ର ଙ୍କୁ ନାରାୟଣ ସେବା ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ମହିଳା ଦିବସ ଅବସରରେ ମହିଳା ସଶକ୍ତିକରଣ ସମ୍ମାନ ୨୦୨୫ ପ୍ରଦାନ କରାଯାଇଥିଲା I ଆଶ୍ରୟ ର ସ୍ୱତନ୍ତ୍ର ସଂଖ୍ୟା ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା I ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ I କାର୍ୟ୍ୟକ୍ରମକୁ ପ୍ରକାଶ ପାଣିଗ୍ରାହୀ, ରମେଶ କୁମାର ମହାପାତ୍ର, ପ୍ରିୟବ୍ରତ ପରିଚାଳନା କରିଥିଲେ I

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page