ରୁପରାରୋଡ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକଉତ୍ସବ ପାଳନ

ସଂମ୍ମାନୀୟ ଅତିଥି ଭାବରେ ଯୋଗଦାନ କଲେ ମ .ରାମପୁର ର ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ପ୍ରକାଶ ପଣ୍ଡା ।

କଳାହାଣ୍ଡି,୬/୧(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ସୋମବାର ଦିନ କଳାହାଣ୍ଡି ଜ଼ିଲ୍ଲା ରୁପ୍ରାରୋଡ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ୨୮ତମ ବାର୍ଷିକ ଉତ୍ସବ ବହୁତ୍ ଧୁମ୍ ଧାମରେ ସ୍କୁଲ ପରିସରରେ ସମସ୍ତ ଅଭିଭାବକ ଓ କୁନି କୁନି ଛାତ୍ରଛାତ୍ରୀ ମାନଙ୍କ ଗହଣରେ ପାଳନ ହୋଇଛି । ସରସ୍ବତୀ ଶିଶୁ ମନ୍ଦିର ର ସମ୍ପାଦକ ସଞ୍ଜୀବ କୁମାର ଦାସ ପ୍ରଥମେ ଅତିଥି ପରିଚୟ ପ୍ରଦାନ କରି ଥିଲେ । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିପିନ ବିହାରୀ ଦୀପ ମହୋଦୟ ଯୋଗଦାନ କରିଥିଲେ ମୁଖ୍ୟ ବକ୍ତା

ଭାବରେ ତୁଳାପଡ଼ା କଲେଜର ଅଧ୍ୟାପକ ସମୀର ମହାପାତ୍ର , ସମ୍ମାନୀୟ ଅତିଥି ଭାବରେ ମ.ରାମପୁର କୋର୍ଟ ର ବରିଷ୍ଠ ଆଇନଜୀବି ପ୍ରକାଶ ପଣ୍ଡା ଯୋଗଦେଇ ଥିଲେ । ବିଦ୍ୟାଳୟର କୁନିକୁନି ଛାତ୍ର ଛାତ୍ରୀମାନେ ବିଭିନ୍ନ ପ୍ରକାରର ନାଚ, ଗୀତ, ନାଟକ ପରିବେଷଣ କରି ସମସ୍ତଙ୍କୁ ମନ୍ତ୍ର ମୂଗ୍ଧ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ହେମନ୍ତ ଭୋଇ ସ୍କୁଲର ବାର୍ଷିକ ବିବରଣୀ ପାଠ କରିଥିଲେ । ମହା ଆଡମ୍ବରରେ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳନ କରାଯାଇଥିଲା । ସଙ୍କୁଳ ସ୍ତରରେ କୃତିତ୍ୱ ଅର୍ଜନ କରିଥିବା ବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ ମାନଂକୁ ମୁଖ୍ୟ ଅତିଥି ପୁରସ୍କାର ପ୍ରଦାନ କରିଥଲେ । ଶିକ୍ଷା ବର୍ଷ ୨୩-୨୪ରେ କୃତିତ୍ୱ ଅର୍ଜନ କରିଥିବା ଏବଂ ବିଭିନ୍ନ ପ୍ରକାର ପ୍ରତିଯୋଗିତାରେ ଭାଗନେଇ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମଞ୍ଚାସୀନ ଅତିଥି ମାନେ ପୁରସ୍କାର ବିତରଣ କରିଥିଲେ ପରିଶେଷରେ ସରସ୍ବତୀ ଶିଶୁ ମନ୍ଦିର ର ଛାତ୍ରଛାତ୍ରୀ ମାନେ ବିଭିନ୍ନ ସଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଆଜିର ଏହି ବାର୍ଷିକ ଉତ୍ସବରେ ଅଞ୍ଚଳର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରିଥିଲେ । ଆଜିର ବାର୍ଷିକ ଉତ୍ସବ ରେ ସରସ୍ବତୀ ଶିଶୁ ମନ୍ଦିର ରୂପ୍ରାରୋଡ ର ସଭାପତି ଘନଶ୍ୟାମ ଭୋଇ, ଉପ ସଭାପତି ପ୍ରଭାତ ସେଠି, ରାମପୁର ବାର ଆସୋସିଏସନ୍ ର ବରିଷ୍ଠ ଆଇନଜୀବୀ ସନାତନ ପଣ୍ଡା ,ବରିଷ୍ଠ ଆଇନଜୀବି ସଞ୍ଜୟ କୁମାର ସାହୁ , ନର୍ଲା ପ୍ରେସ ଆସୋଶେଶନ ସଭାପତି ଚିନ୍ତାମଣି ନାଏକ ,ସମ୍ପାଦକ ସନ୍ତୋଷ ପାତ୍ର ,ଉପ ସଭାପତି ଡୋଳାମଣି ସାହୁ ଙ୍କ ସହିତ ବିଦ୍ୟାଳୟର ସମସ୍ତ ଗୁରୁଜୀ, ଗୁରୁମା ଏବଂ ଅଭିଭାବକମାନେ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page