ରେଙ୍ଗାଳିଡ୍ୟାମ ଛକରେ ବାଇକ ଧକ୍କାରେ ୨ ଗୁରୁତର

ଭୁବନ: ଭୁବନ ବ୍ଲକ୍ ଅନ୍ତର୍ଗତ ବଡ଼କାଠିଆସ୍ଥିତ ରେଙ୍ଗାଳିହୁଡ଼ା ଛକଠାରେ ସଡ଼କ ଦୁର୍ଘଟଣାରେ ଦୁଇଜଣ ଯୁବକ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁଯାୟୀ, ବୁଧବାର ଦିବା ୧୧ ରୁ ୧୨ ଘଟିକା ସମୟରେ ବଡ଼କାଠିଆ-ଓଡ଼ିଶ ଗ୍ରାମ ଦେଇ ଯାଇଥିବା ରେଙ୍ଗାଳି ଡ୍ୟାମ୍ ରାସ୍ତାରେ ଦୁଇଜଣ ଯୁବକ ମୋଟର ସାଇକେଲରେ ଯାଉଥିବା ସମୟରେ ମୁହାଁମୁହିଁ ଧକ୍କା ହୋଇଛି । ଗୁରୁତର ଦୁହିଁଙ୍କୁ ପରେ ଆମ୍ବୁଲାନ୍ସ ମାଧ୍ୟମରେ ଡାକ୍ତରଖାନା ନିଆଯାଇଛି । ଗୁରୁତର ହୋଇଥିବା ଦୁଇ ଯୁବକ ହେଲେ କଙ୍କଡ଼ାହାଡ ବ୍ଲକ୍ ଅନ୍ତର୍ଗତ କାଲବୁଦ୍ଧିଆ ଗ୍ରାମର ନିରଂଜନ ମୁଣ୍ଡା ଏବଂ ଭୁବନ ବ୍ଲକ୍ ଅନ୍ତର୍ଗତ ଭେରୁବାରିଆ ଗ୍ରାମର ଗବୁଲ ମହାନ୍ତ । ତେବେ ଏହି ରେଙ୍ଗାଳିଡ୍ୟାମ ଛକଟି ଚାରିଛକ ହୋଇଥିବାରୁ ଏହା ବିପଦପୂର୍ଣ୍ଣ ସ୍ଥାନ ପIଲଟିଛି । ଏହି ଛକରେ ପୂର୍ବରୁ ବହୁବାର ମର୍ମତୁଦ ଦୁର୍ଘଟଣା ଘଟି ନିରିହ ଲୋକଙ୍କ ଜୀବନ ହାନୀ ହୋଇଛି । ଏହି ଛକ ଦେଇ ପ୍ରତିଦିନ ଶହ ଶହ ଲୋକ ଯିବା ଆସିବା କରୁଥିବାରୁ ତୁରନ୍ତ ଏହାର ପ୍ରତିକାର ବା ସତର୍କ ଫଳକ ଲଗାଇବାକୁ ଦାବି ହୋଇଆସୁଛି । କିନ୍ତୁ ରେଙ୍ଗାଳି ଡ୍ୟାମ କର୍ତ୍ତ୍ୟପକ୍ଷ ଏହାର କୌଣସି ସମାଧାନ ବା ସତର୍କ ସୂଚନା ଫଳକ ଲଗାଉନାହାନ୍ତି । ତେଣୁ ଏହିଠାରେ ବାରମ୍ବାର ଦୁର୍ଘଟଣା ହୋଇ ଲୋକଙ୍କ ମୂଲ୍ୟବାନ ଜୀବନ ଚାଲିଯାଉଛି ।
ବିମଳ କୁମାର ରଣାଙ୍କ ରିପୋର୍ଟ, ଉତ୍କଳ ବୁଲେଟିନ୍

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page