ଲୋଇସିଂହା ବିଧାନସଭା ମଣ୍ଡଳସ୍ତରୀୟ ମାରାଥନ ସମୀକ୍ଷା

ବଲାଙ୍ଗିର,ସ୍ଵତନ୍ତ୍ର ବାର୍ତ୍ତା ବ୍ୟୁରୋ : ବଲାଙ୍ଗିର ଲୋଇସିଂହା ବିଧାନସଭା ମଣ୍ଡଳସ୍ତରୀୟ ସମୀକ୍ଷା କମିଟି ବୈଠକ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହେଇଛି । ଓଡ଼ିଶା ସରକାରଙ୍କ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମାନ୍ୟବର ମନ୍ତ୍ରୀ ତଥା ଲୋଇଶିଙ୍ଘା ବିଧାୟକ ଡ଼ ମୁକେଶ ମହାଲିଙ୍ଗ ଉକ୍ତ ବୈଠକର ସଭାପତିତ୍ଵ କରିବା ସହ ଲୋଇଶିଙ୍ଘା ବିଧାନସଭା ମଣ୍ଡଳର ଉନ୍ନୟନ କାର୍ଯ୍ୟର ତଦାରଖ ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହ କରିଥିଲେ । ଏହି ବୈଠକ ରେ ଅତିରିକ୍ତ ଜିଲ୍ଲାପାଳ ଡ଼ ବିଜୟାନନ୍ଦ ସେଠୀ ସ୍ଵାଗତ ଭାଷଣ ଦେଇଥିଲେ । ଡ଼ ମୁକେଶ ମହାଲିଙ୍ଗ ବିଗତ ବୈଠକରେ ଦିଆଯାଇଥିବା କାର୍ଯ୍ୟାଦେଶ ର ସ୍ଥିତି ବିଷୟରେ ପଚାରି ବୁଝିଥିଲେ । ଦେବୋତ୍ତର , ଆଇନଶୃଙ୍ଖଳା, ଚବିଶ ଘଣ୍ଟିଆ ବିଦ୍ୟୁତ ସହ ଅଞ୍ଚଳ ବାସୀଙ୍କୁ ପାନୀୟଜଳ ର ସୁବିଧା କୁ ନେଇ ଅଧିକାରୀଙ୍କ ସହ ସମୀକ୍ଷା କରିଥିଲେ । ବାକିଥିବା କାର୍ଯ୍ୟ ଯଥାସମ୍ଭବ ସାରିବାକୁ ଅଫିସର ମାନଙ୍କୁ ନିର୍ଦେଶ ଦେଇଥିଲେ । ଲୋଇଶିଙ୍ଘା ବିଧାନସଭା ମଣ୍ଡଳର ସର୍ବାଙ୍ଗୀନ ବିକାଶ ଓ ସମୃଦ୍ଧି ସକାଶେ ବିଭାଗୀୟ ଅଧିକାରୀ ମାନେ ଉତ୍ତମ ସମନ୍ଵୟ ରଖି ଦାୟିତ୍ଵ ଓ କର୍ତ୍ତବ୍ୟ ସମ୍ପାଦନ କରିବା ସହ ଯୋଜନା ଗୁଡିକର ସୁଫଳ ଯେପରି ତୃଣମୁଳ ସ୍ତରରେ ପହଞ୍ଚିପାରିବ ସେଥିପ୍ରତି ଦୃଷ୍ଟି ଦେବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ବୈଠକରେ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ରୀୟ ଯୋଜନା ଗୁଡିକର କାର୍ଯ୍ୟକାରିତା ଓ ଅଗ୍ରଗତି ସମ୍ପର୍କରେ ପଚାରି ବୁଝିଥିଲେ । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ଜରିଆରେ ନିର୍ମାଣ ହେଉଥିବା ରାସ୍ତା ଗୁଡିକର ସ୍ଥିତି ସମ୍ପର୍କରେ ସମୀକ୍ଷା କରି ଅସମ୍ପୂର୍ଣ୍ଣ ରାସ୍ତା ଗୁଡିକର ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ସଂପୂର୍ଣ୍ଣ କରିବା ଏବଂ ଧାର୍ଯ୍ୟ ମାନଦଣ୍ଡ କୁ ବଜାୟ ରଖି ଗୁଣବତ୍ତା କୁ ସୁନିଶ୍ଚିତ କରିବା ସକାଶେ ଯତ୍ନବାନ ହେବାକୁ ନିର୍ଦ୍ଦେଶ ଦେଇଥିଲେ । ଜାତୀୟ ସାମାଜିକ ସୁରକ୍ଷା ଯୋଜନା ସମ୍ପର୍କରେ ସମୀକ୍ଷା କରି ଏହି ଯୋଜନା ମାଧ୍ୟମରେ ଉପକୃତ ହେଉଥିବା ହିତାଧିକାରୀ ମାନେ ସେମାନଙ୍କ ଭତ୍ତା ପାଇବାରେ ଯେପରି କୌଣସି ଅସୁବିଧା ନହେବ ଏବଂ ସେମାନେ ସହଜ ଓ ସୁବିଧା ରେ ଭତ୍ତା ପାଇପାରିବେ ସେଥିପ୍ରତି ଯତ୍ନବାନ ହେବାକୁ ନିର୍ଦ୍ଦେଶ ଦେଇଥିଲେ । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ସମ୍ପର୍କରେ ସମୀକ୍ଷା କରି ଯେପରି ଯୋଗ୍ୟ ହିତାଧିକାରୀ ମାନେ ଏହି ଯୋଜନା ରୁ ବଞ୍ଚିତ ନହେବେ ତାହା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଜାତୀୟ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଯୋଜନା ଜରିଆରେ ନିର୍ମାଣ କରାଯାଉଥିବା ପାଇପ ଜଳ ଯୋଗାଣ ପ୍ରକଳ୍ପ ,ଓଭରହେଡ ଟ୍ୟାଙ୍କ ନିର୍ମାଣ ସମ୍ପର୍କରେ ସମୀକ୍ଷା କରି ଏହାର ଗୁଣବତ୍ତା କୁ ସୁନିଶ୍ଚିତ କରିବାକୁ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ଏମଜିଏନଆରଇଜିଏ ,ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଓ ସହରାଞ୍ଚଳ ,ଜାତୀୟ ସ୍ୱାସ୍ଥ୍ୟ ମିଶନ ,ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା, ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସେ ସମୀକ୍ଷା କରିଥିଲେ । ଏହି ବୈଠକରେ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ପ୍ରଭାତ ମହାପାତ୍ର, ବଲାଙ୍ଗିର ଉପଜିଲ୍ଲାପାଳ ଆଲୋକ ପଟେଲ , ପ୍ରମୁଖ ଉପସ୍ଥିତ ଥିଲେ ।ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page