ଲୋକ କଳା ସଂସ୍କୃତି ଗବେଷକ ମାନଙ୍କ ସମାବେଶ

ବଲାଙ୍ଗିର: ବଲାଙ୍ଗିର ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟରୁ ସ୍ବୀକୃତି ପାଇଥିବା ପଶ୍ଚିମ ଓଡିଶାର ସମସ୍ତ କନିଷ୍ଠ ଏବଂ ବରିଷ୍ଠ ଲୋକ ସଂସ୍କୃତି ଗବେଷକ, ଯୁବ କଳାକାର ମେଧାବୃତ୍ତି ଏବଂ ସାଂସ୍କୃତିକ ପ୍ରତିଭା ଅନ୍ୱେଷଣ ମେଧାବୃତ୍ତି ମାନଙ୍କ ଏକ ସମାବେଶ ପଶ୍ଚିମ ଓଡିଶା ଲୋକସଂସ୍କୃତି ଗବେଷକ ଏବଂ ଢୋଳ ମୁହୁରି କଳାପରିଷଦର ମିଳିତ ଆୟୋଜନରେ ସ୍ଥାନୀୟ ସମ୍ବାଦିକ ଭବନରେ ଅନୁଷ୍ଠିତ ହୋଇଯାଇଅଛି । କବି ସଂଦିପ କୁଅଁର ଏବଂ କିର୍ତ୍ତନ ଦୀପ ଙ୍କ ସଂଯୋଜନାରେ ଦୁଇ ଗୋଟି ପର୍ଯ୍ୟାୟରେ ଲୋକକଳା ସଂସ୍କୃତି ଚର୍ଚ୍ଚାରେ ତରଣୀସେନ ଦୀପ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଅତିଥି ଭାବେ ଏପିଡି ତରଣୀ ସୁନା, ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମି ରଂଜନ ମିଶ୍ର, ଜାତୀୟ ବିସମିଲ୍ଲା ଖାନ୍ ଏୱାଡି ରବିରତନ ସାହୁ, ଗବେଷକ ସୁରେନ୍ଦ୍ର ସାହୁ,କାଲିଚରଣ ବାଗ, ଡ. ନିଳାଂଚଳ ନନ୍ଦ, ସତ୍ୟନାରାୟଣ ଭୋଇ, ଶମ୍ଭୁ ନାଗ, ପ୍ରହଲ୍ଲାଦ ଦର୍ଜି, ନାଟ୍ୟକାର ପ୍ରକାଶ ଥନାପତି, ବରିଷ୍ଠ ସାମ୍ବାଦିକ ବୀରେନ୍ଦ୍ର ଝାଙ୍କର, ମଂଚ କଳାକାର ବ୍ରହ୍ମାନନ୍ଦ ବନଛୋର, ଗବେଷକ ନବୀନ କୁଅଁର, ସୂର୍ଯ୍ୟମଣି ସୁନା, ଶିକ୍ଷାବିତ୍ ନେପାଲ ଚନ୍ଦ୍ର ବାଗ, ବିଜୟ ଚନ୍ଦ୍ର ବାରିକ ପ୍ରମୁଖ ଯୋଗ ଦେଇଥିଲେ । ଡକ୍ଟରେଟ୍ ପାଇଥିବା ନିଳାଂଚଳ ନନ୍ଦ ଏବଂ ବାସନ୍ତି ନନ୍ଦ ଙ୍କ ସହିତ ସମସ୍ତ ଗବେଷକ ଏବଂ ମେଧାବୃତ୍ତି ପ୍ରାପ୍ତଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । କାର୍ଯ୍ୟକ୍ରମରେ ପଂଚାନନ ସେଠ, ହିମାଂଶୁ ଖମାରୀ, ରାଧେଶ୍ୟାମ ତ୍ରିପାଠି, ବାସୁଦେବ ମୁଗ୍ରୀ, ମହିଳା ସଭାନେତ୍ରୀ ସବିତା ନନ୍ଦ, ସୀତାରାମ କୁମ୍ଭାର, ଜ୍ୟୋତିଷ ମୁଗ୍ରୀ, ବିପିନ ବିହାରି ବାରିକ ସମେତ ପଶ୍ଚିମ ଓଡିଶାର ସମସ୍ତ ଜିଲ୍ଲାରୁ ଗବେଷକ, କଳାକାର, ସଂଗଠକ ଏବଂ ସମର୍ଥକ ଅଂଶଗ୍ରହଣ କରିଥିଲେ । ଡ. ନିଳାଂଚଳ ନନ୍ଦ ଧନ୍ୟବାଦ ଜ୍ଞାପନ କରିଥିଲେ । କାର୍ଯ୍ୟକ୍ରମକୁ କିର୍ତ୍ତି ରଂଜନ ସିଂ ଏବଂ ମନୋରଂଜନ ପଟେଲ ଆୟୋଜନ କରିଥିଲେ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page