ଶହୀଦ୍ ରଘୁନାଥ ମହାନ୍ତିଙ୍କ ୧୧୬ତମ ଜୟନ୍ତୀ ଅନୁଷ୍ଠିତ

ଭୁବନେଶ୍ୱର: ରଣପୁର ପ୍ରଜା ଆନେ୍ଦାଳନର ନେତୃତ୍ୱ ନେଇ ଶହୀଦ୍ ହୋଇଥିବା ଯୁବ କବି, ବିପ୍ଳବୀ, ସଂଗ୍ରାମୀ ତଥା ନୟାଗଡ଼ ମାଟିର ଅମର ଶହୀଦ୍ ରଘୁନାଥ ମହାନ୍ତିଙ୍କ ୧୧୬ତମ ଜୟନ୍ତୀ ସ୍ଥାନୀୟ ୟୁନିଟ୍ -୯ସ୍ଥିତ ରଘୁ-ଦିବାକରଙ୍କ ପ୍ରତିମୂର୍ତିସ୍ଥଳଠାରେ ପୁଷ୍ପମାଲ୍ୟ ଅର୍ପଣ ସହ ଶ୍ରଦ୍ଧାଞ୍ଜଳି ଓ ସମ୍ମାନ କାର୍ଯ୍ୟକ୍ରମ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ଶହୀଦ୍ ରଘୁ-ଦିବାକର ସ୍ମୃତି ସଂସଦ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରାମ ପାଢ଼ୀ, ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ଅଭିଯାନର ଅଧ୍ୟକ୍ଷ ବାଗ୍ନି ପ୍ରଦୁ୍ୟମ୍ନ ଶତପଥୀ, ସମ୍ମାନିତ ଅତିଥି ଭାବେ ପ୍ରଫେସର ବାମନ ପରିଡ଼ା, ରାଧାମୋହନ ମହାପାତ୍ର, ସ୍ମୃତି ସଂସଦର

ସାଧାରଣ ସଂପାଦକ ବ୍ରଜବନ୍ଧୁ ପରିଡ଼ା, ଗାନ୍ଧିବାଦୀ ବିଜୟ କୁମାର ତ୍ରିପାଠୀ, ପ୍ରଫେସର ରାଧାମୋହନ ମହାପାତ୍ର, ରମେଶ ପାତାଳସିଂହ ଉପସ୍ଥିତ ରହିବା ସହ ଶହୀଦ୍ ରଘୁନାଥ ମହାନ୍ତିଙ୍କ ଦେଶପ୍ରେମ, ଆତ୍ମବଳିଦାନ ଅବିସ୍ମରଣୀୟ ତଥା ରଣପୁରର ତକôାଳୀନ ରାଜାଙ୍କ ଅନ୍ୟାୟ ଓ ଅତ୍ୟାଚାର ବିରୋଧରେ ସ୍ୱରୂ ଉତ୍ତୋଳନ କରି ସାଧାରଣ ଜନତାଙ୍କୁ ନ୍ୟାୟ ଦେବା ପାଇଁ ଯେଉଁ ସଂଗ୍ରାମ ତାହା ପଟ୍ଟାନ୍ତର ନାହିଁ ବୋଲି ମାନନୀୟା ବାଚସ୍ପତି ମତବ୍ୟକ୍ତ କରିଥିଲେ । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଶତପଥୀ ମତବ୍ୟକ୍ତ କରିଥିଲେ ଯେ, ଆଜିର ଯୁବପୀଢ଼ୀ ପୂଜ୍ୟପୂଜା ଓ ତାଙ୍କ ଆଦର୍ଶକୁ ପାଥେୟ କରି ଦେଶମାତୃକା ପାଇଁ କାମ କରିବା ସହିତ ଆଜିର ପ୍ରାସଙ୍ଗିକତା ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଦୁଇ ସାରସ୍ୱତ ପ୍ରତିଭା ସାମ୍ବାଦିକା ପ୍ରିୟଙ୍କା ରାୟ ଓ ସମାଜସେବୀ ନିକୁଂଜ ପାଇକରାୟଙ୍କୁ ଶହୀଦ୍ ରଘୁନାଥ ମହାନ୍ତି ସ୍ମୃତି ସମ୍ମାନ-୨୦୨୫ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ମୁଖପାତ୍ର ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ, ସମାଜସେବୀ ନାରାୟଣ ଖୁଂଟିଆ, ସାମ୍ବାଦିକା ରୀନା ମହାନ୍ତି, ମନୋରଂଜନ ମହାନ୍ତି, ଜୟକୃଷ୍ଣ ଶତପଥୀ, ଅମିତ ପାଲ ସିଂହ, ଗିରିଜା ମହାପାତ୍ର, ଜତୀନ୍ଦ୍ର ମୋହନ ଛୋଟରାୟ ପରିଚାଳନା କରିଥିଲେ ବୋଲି ଅଭିଯାନ ମୁଖପାତ୍ର ଅରବିନ୍ଦ ତି୍ରପାଠୀ ଜଣାଇଛନ୍ତି ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page