ଶହୀଦ ଦିବାକର ପରିଡାଙ୍କ 115 ତମ ଜୟନ୍ତୀ ଅନୁଷ୍ଠିତ


ଭୁବନେଶ୍ୱର: ରଣପୁର ପ୍ରଜା ଆନ୍ଦୋଳନରେ ଭାଗ ନେଇ ଶହୀଦ ହୋଇଥିବା ଯୁବ କବି, ବିପ୍ଲବୀ ମହାନ ସ୍ୱାଧୀନତା ସଂଗ୍ରାମୀ ଶହୀଦ ଦିବାକର ପରିଡା ଙ୍କ 115 ତମ ଜୟନ୍ତୀ ସ୍ଥାନୀୟ ୟୁନିଟ 9 ସ୍ଥିତ ପ୍ରତିମୂର୍ତ୍ତି ସ୍ଥଳରେ ଶହୀଦ ରଘୁ -ଦିବାକର ସ୍ମୃତି ସଂସଦ, ପୁଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ପୁଷ୍ପ ମାଲ୍ୟ ଅର୍ପଣ ସହ ସ୍ମୃତି ଚାରଣ କାର୍ଯ୍ୟକ୍ରମ ବରିଷ୍ଠ ସାମ୍ବାଦିକ, ଅଧ୍ୟକ୍ଷ ପୁଜ୍ୟପୂଜା ସଂସ୍କୃତିସୁରକ୍ଷା ଅଭିଯାନର ପ୍ରଦ୍ୟୁମ୍ନ ଶତପଥୀ ଙ୍କ ସଂଯୋଜନା ଓ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ଓଡିଶା ବିଧାନସଭା ର ମାନ୍ୟବର ବାଚସ୍ପତି ସୁରମା ପାଢ଼ୀ, ସମ୍ମାନିତ ଅତିଥି ଭାବେ ବିଜେପି ରାଜ୍ୟ ଉପ ସଭାପତି ଗୋଲକ ପ୍ରସାଦ ମହାପାତ୍ର, ଶହୀଦ ରଘୁ-ଦିବାକର ସ୍ମୃତି ସଂସଦର ସାଧାରଣ ସମ୍ପାଦକ ବ୍ରଜବନ୍ଧୁ ପରିଡା, ବିଶିଷ୍ଟ ଶିକ୍ଷାବିତ କାମଦେବ ମହାପାତ୍ର, ପ୍ରଫେସର ରାଧା ମୋହନ ମହାପାତ୍ର ଉପସ୍ଥିତ ରହି ଶହୀଦ ପରିଡାଙ୍କ ଦେଶପ୍ରେମ, ଅତ୍ୟାଚାରୀ ରାଜାଙ୍କ ଦାଉରୁ ରଣପୁର ପ୍ରଜାଙ୍କୁ ମୁକ୍ତି ଦେବା ସହିତ ବ୍ରିଟିଶ ସରକାର ଙ୍କ ବିରୋଧରେ ଦୃଢ ସ୍ୱର ଉତ୍ତୋଳନ କରିବା ପ୍ରମୁଖ ତାଙ୍କୁ ଚିରଅମର କରି ରଖିଛି ବୋଲି ଅତିଥି ମାନେ ମତ ବ୍ୟକ୍ତ କରିଥିଲେ l ମୁଖ୍ୟ ଅତିଥି ଶ୍ରୀମତୀ ପାଢ଼ୀ ଶହୀଦ ଦିବାକରଙ୍କ ଦେଶପ୍ରେମ ର ପଟାନ୍ତରନାହିଁ ବୋଲି ମତ ବ୍ୟକ୍ତ କରିଥିଲେ l ଆଜିର ଯୁବପୀଢ଼ି ତାଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୁଅନ୍ତୁ ବୋଲି ମତ ପ୍ରକାଶ ପାଇଥିଲା l ଏହି ଅବସରରେ ପାଇକ ଆଖଡ଼ା ନୃତ୍ୟ ଓ ରଣ କୌଶଳ ପାଇକ ମାନଙ୍କ ଦ୍ୱାରା ପ୍ରଦର୍ଶନ କରାଯାଇଥିବା ସହିତ ପାଲା ଚାର୍ଯ୍ୟ ସୁରେନ୍ଦ୍ର ଛୋଟରାୟଙ୍କୁ ସମ୍ମାନିତ କରାଯାଇଥିଲା l କାର୍ଯ୍ୟକ୍ରମ କୁ ସାମ୍ବାଦିକା ରୀନା ମହାନ୍ତି, ଭାଷା ପ୍ରାଣ ମନୋରଞ୍ଜନ ମହାନ୍ତି, ରମେଶ ପାତାଳ ସିଂ, ନାରାୟଣ ଖୁଣ୍ଟିଆ,ସରୋଜ ପଟନାୟକ ପ୍ରମୁଖ ପରିଚାଳନା କରିଥିଲେ ବୋଲି ମୁଖ ପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page