ଶହୀଦ ରଘୁ -ଦିବାକରଙ୍କ 85 ତମ ବଳିଦାନ ଦିବସ ଅନୁଷ୍ଠିତ

ଶହୀଦଙ୍କ ଭବ୍ୟ ପ୍ରତିମୂର୍ତ୍ତି ରାଜଧାନୀରେ ହେବ -ବାଚସ୍ପତି
ଭୁବନେଶ୍ୱର:
ଓଡିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ, ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ସ୍ଥାନୀୟ ୟୁନିଟ 9 ସ୍ଥିତ ପ୍ରତିମୂର୍ତ୍ତି ସ୍ଥଳରେ ରଣପୁର ପ୍ରଜା ଆନ୍ଦୋଳନ ରେ ଶହୀଦ ହୋଇଥିବା ଯୁବ ଅମ୍ଲାନ କବି, ବିପ୍ଲବୀ ମହାନ ବ୍ୟକ୍ତିତ୍ୱ ଶହୀଦ ରଘୁ -ଦିବାକର ଙ୍କ 85 ତମ ବଳିଦାନ ଦିବସ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶା ବିଧାନସଭା ର ବାଚସ୍ପତି ମାନ୍ୟବର ସୁରମା ପାଢ଼ୀ, ବିଶିଷ୍ଟ ଅତିଥି ତଥା ସଂଯୋଜକ ଭାବେ ବରିଷ୍ଠ ସାମ୍ବାଦିକ ତଥା ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା

ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥି, ସଂଗଠନର ସାଧାରଣ ସମ୍ପାଦକ ବ୍ରଜବନ୍ଧୁ ପରିଡା, ପୂଜ୍ୟପୂଜା ପ୍ରାଣ ଲକ୍ଷ୍ମୀଧର ବେହେରା,ସମ୍ମାନିତ ଅତିଥି ଭାବେ ସରକାରଙ୍କ ଅଧିକାରୀ ସୁଚେତା ପ୍ରିୟ ଦର୍ଶିନୀ, ବିଭୁତି ଭୂଷଣ ନାୟକ ଉପସ୍ଥିତ ରହିବା ସହ ଶହୀଦଙ୍କ ଦେଶ ମାତୃକାପ୍ରତି ଥିବା ସମର୍ପିତ ପ୍ରାଣ, ନିଷ୍ଠା ତଥା ତାଙ୍କ ଅବଦାନ ଅତୁଳନୀୟ ବୋଲି ମତବ୍ୟକ୍ତ କରିଥିଲେ l ମାନନୀୟା ବାଚସ୍ପତି ଶ୍ରୀମତୀ ପାଢ଼ୀ ତତକାଳୀନ ରାଜାଙ୍କ ଅତ୍ୟାଚାର ବିରୋଧରେ ଶହୀଦ ରଘୁ -ଦିବାକରଙ୍କ ସଂଗ୍ରାମ ଆଜିବି ସ୍ୱତନ୍ତ୍ର ଭାବେ ସମସ୍ତଙ୍କ ହୃଦୟରେ ରହିଛି ବୋଲି ମତବ୍ୟକ୍ତ କରିଥିଲେ l ପ୍ରଦ୍ୟୁମ୍ନ ବାବୁ ସରକାର ଓ ମାନ୍ୟବର ବାଚସ୍ପତିଙ୍କୁ ଅନୁରୋଧ ଓ ଦାବି ସହିତ ଦୃଷ୍ଟି ଆକର୍ଷଣ କରି କହିଥିଲେ ଯେ ଶହୀଦଙ୍କ ଭବ୍ୟ ପ୍ରତିମୂର୍ତ୍ତି ରାଜଧାନୀ ରେ ପ୍ରତିଷ୍ଠା ହେଉ l ବାଚସ୍ପତି ନିସ୍ଥିତ ହେବ ବୋଲି ଦୃଢ ମତବ୍ୟକ୍ତ କରିଥିଲେ l ଏହି ଅବସରରେ ପାଇକ ନୃତ୍ୟ ଗୁରୁ କବିରାଜ ପ୍ରଧାନ, ସାମ୍ବାଦିକ ବିଜ୍ଞାନ କୁମାର ବିଶ୍ୱାଳଙ୍କୁ ଉଲେଖନିୟ ଅବଦାନ ପାଇଁ ଶହୀଦ ରଘୁ -ଦିବାକର ସ୍ମୃତି ସମ୍ମାନ -2025 ପ୍ରଦାନ କରାଯାଇଥିଲା l କାର୍ଯ୍ୟକ୍ରମ କୁ ରମେଶ ପାତାଳ ସିଂ, ଗିରିଜା ମହାପାତ୍ର, ରାଧା ମୋହନ ମହାପାତ୍ର ନାରାୟଣ ଖୁଣ୍ଟିଆ, କବି ରାମଚନ୍ଦ୍ର ଦାଶ,ମନୋରଞ୍ଜନ ମହାନ୍ତି, ସୀତାଂଶୁ ଶେଖର ମହାରଣା, କଣ୍ଡୁରୀ ଚରଣ ଦାସ, ପ୍ରମୁଖ ପରିଚାଳନା କରିଥିଲେ ବୋଲି ଅଭିଯାନ ର ମୁଖପାତ୍ର ଜଣାଇବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page