ଶାସ୍ତ୍ରୀଜୀ ମଡେଲ ସ୍କୁଲର 12 ତମ ବାର୍ଷିକୋତ୍ସବ ପାଳିତ

ଭବାନିପାଟଣା: ସଦର ଥାନା ନିକଟସ୍ଥ ଶାସ୍ତ୍ରୀଜୀ ମଡେଲ ସ୍କୁଲର 12 ତମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇ ଯାଇଛି I ବସନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବାର୍ଷିକୋତ୍ସବରେ ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ର ଡେପୁଟି ରେଜିଷ୍ଟାର ମୁଖ୍ୟ ଅତିଥି ,ନର୍ଲା ବ୍ଳକ ବି ଇ ଓ ତପି ମଣି ଜାନୀ ମୁଖ୍ଯ ବକ୍ତା, ସଦର ବ୍ଲକ ଏ ବି ଇ ଓ ଜଗଦୀଶ ଚନ୍ଦ୍ର ମୁଣ୍ଡ, ବିଦ୍ଯାଳୟ ଟ୍ରଷ୍ଟୀ ସଦସ୍ୟ ନିହାରିକା ପୁରୋହିତ, କଳ୍ପେଶ୍ଵର ପୁରୋହିତ, ଶିକ୍ଷୟତ୍ରୀ ସ୍ଵପ୍ନା ପ୍ରଧାନ ପ୍ରମୂଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ. ବିଦ୍ୟାଳୟ ଅଧକ୍ଷ ମନମୋହନ ଦାସ ବୀବରଣୀ ପଠନ କରିଥିଲାବେଳେ ଗୋବିନ୍ଦ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ. ପରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ସୁପ୍ରିୟା ସାହୁ, ଧରିତ୍ରୀ ପ୍ରଧାନ ଅନମୁଲ ମଂଚ ପରିଚାଳନା କରିଥିଲେ I ମଧୁସୂଦନ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ I ସେହିପରି ପୂର୍ବଦିନ ଅପରାହ୍ନ ରେ ଇଂରାଜୀ, ହିନ୍ଦୀ, ଓଡ଼ିଆ ଘର, ବିଜ୍ଞାନ ମେଳା, ଗଣିତ ମେଳା, ଚିତ୍ରକଳା ଆଦି ପ୍ରଦର୍ଶନୀ ଆୟୋଜିତ ହୋଇଥିଲା I ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ପ୍ରଭାସ ଚନ୍ଦ୍ର ମିଶ୍ର, କଳା ଶିକ୍ଷକ କୃଷ୍ନ ଚନ୍ଦ୍ର ପ୍ରଧାନ, ବିମଳା କନଭେଣ୍ଟ ଶିକ୍ଷକ ଦିଲୀପ ଚୌଧୁରୀ, ବିଷ୍ନୁ ଶତପଥୀ, ଚନ୍ଦନକୁମାରସାହୁ, ରବୀନ୍ଦ୍ରନାଥ ପଟ୍ଟନାୟକ ପ୍ରମୁଖ ଶିକ୍ଷକମାନେ ଅତିଥିଭାବେ ଉପସ୍ଥିତ ରହି ପ୍ରତିଯୋଗୀ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ I

କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ମାନସ କୁମାର ନାଏକଙ୍କ ରିପୋର୍ଟ

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page