ଶିକ୍ଷାବିତ ଚିତ୍ତରଞ୍ଜନଙ୍କୁ ସମ୍ବର୍ଦ୍ଧନା

ବଡମ୍ବା/ନରସିଂପୁର: ପ୍ରଜାଗର ପ୍ରଜାଶକ୍ତି ପ୍ରତିଭାସ ମଞ୍ଚ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ବଡମ୍ବା ଅନ୍ତର୍ଗତ ତେଲେଣିଆ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ, ସମାଜସେବୀ, ସାରସ୍ୱତ ଶିକ୍ଷାବିତ ଚିତ୍ତରଞ୍ଜନ ପ୍ରହରାଜଙ୍କୁ ଉଲ୍ଲେଖନୀୟ ଶିକ୍ଷାପ୍ରଦାନ, ସମାଜସେବା ପାଇଁ ଅରାଟ -ବୃହଦମ୍ବା ଶିକ୍ଷକ ଗୌରବ ସମ୍ମାନ 2025 ପ୍ରଦାନ କରାଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବଡମ୍ବା- ନରସିଂପୁର ମାନ୍ୟବର ବିଧାୟକ ବିଜୟ କୁମାର ଧଳବେହେରା,କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ରାଓ ସାହେବ, ସଂଯୋଜକ କଳିଙ୍ଗ କେଶରୀ ପ୍ରଧାନ,ମଣ୍ଡଳ ଶିକ୍ଷାଧିକାରି ତ୍ରିଲୋଚନ ଜେନା, ଶିକ୍ଷାଯୁଗ୍ମ ନିର୍ଦ୍ଧେଶକ ଡ଼ ସନ୍ତୋଷ କୁମାର ରାଉତ, କଟକ ଜିଲ୍ଲା ଶିକ୍ଷାଧିକାରୀ ନିତ୍ୟାନନ୍ଦ ବାରିକ,ଉପସ୍ଥିତ ରହିବା ସହିତ ଶିକ୍ଷା ଓ ଶିକ୍ଷକଙ୍କ ଗୁରୁତ୍ୱ ଓ ପ୍ରାସଙ୍ଗିକତା ଯୁଗଯୁଗରୁ ରହିଆସିଛି ଓ ଏକ ସୁସ୍ଥ ବିକଶିତ ସମାଜ ସୃଷ୍ଟି କରିବାରେ ଶିକ୍ଷକଙ୍କ ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ l ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରଧାନ ଶିକ୍ଷକଙ୍କ ଅବଦାନ ବେଶ ଗୁରୁତ୍ୱପୂର୍ଣ୍ଣ ଓ ଆଜିର ସମାଜରେ ବିଦ୍ୟାଦାନ ସହିତ ସମାଜ ପାଇଁ କିଛି ଭଲ କାର୍ଯ୍ୟ କରିବାକୁ ସମସ୍ତେ ଆଗେଇ ଆସନ୍ତୁ ବୋଲି ଅତିଥି ସମୂହ ମତବ୍ୟକ୍ତ କରିଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page