ଶିବମ ପକ୍ଷରୁ ଆୟୋଜିତ ଜଳଛତ୍ର ଉଦଯାପିତ

ଭୁବନେଶ୍ୱର: ଚିନ୍ତାମଣିଶ୍ୱରର ଶିବମ ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକ ମଦନ ମୋହନ ପାଢ଼ୀଙ୍କ ତତ୍ତ୍ୱlବଧାନରେ “ଜଳସେବା” କାର୍ଯ୍ୟକ୍ରମ ଉଦଯାପନ ହୋଇଯାଇଛି l ଗ୍ରୀଷ୍ମ ଦିନରେ ପ୍ରଚଣ୍ଡ ଖରାକୁ ଦୃଷ୍ଟିରେ ରଖି 2021 ମସିହାଠାରୁ ଶିବମ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଦ୍ୱାରା ଜଳସେବା କାର୍ଯ୍ୟକ୍ରମ ଆୟୋଜିତ ହୋଇଆସୁଛି l ଦିନ 10 ଟାରୁ 4 ଟା ଯାଏଁ ଛାତ୍ରଛାତ୍ରୀମାନେ ପଥଚାରୀଙ୍କୁ ଦହିପାଣି,

ବେଲପଣା, ପୁଦିନା ପାଣି, ମିଶ୍ରି ପାଣି ଆଦି ଜଳ ପ୍ରଦାନ କରି ତୃଷାର୍ତ୍ତଙ୍କ ଶୋଷ ମେଣ୍ଟାଇବା ପାଇଁ ଚେଷ୍ଟା କରିଥିଲେ l ଛାତ୍ରଛାତ୍ରୀଙ୍କ ଏହି ଉଦ୍ୟମକୁ ପଥଚାରୀ ସମେତ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଥିଲା l ଉଦଯାପନୀ ଦିବସରେ ଯୁବ ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ, ସମାଜସେବୀ ସୁରେନ୍ଦ୍ର କୁମାର ସାହୁ ଓ ମୁଗୁପୁର ସମାଚାରର ମୁଖ୍ୟ ସଂଯୋଜକ ଜନ୍ମେଜୟ ଓଝା ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ l ଅନୁଷ୍ଠାନର ଅଧ୍ୟକ୍ଷ୍ୟା ଶଶୀରେଖା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page