ଭୁବନ: ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ନିଜର ସ୍ଥାନ ପାଇଥିବାରୁ କୁନି ଝିଅ ଅଭିଷ୍କାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। କୋମଳ ବୟସରେ ବହୁ ଜ୍ଞାନ ଆହରଣ କରିପାରିଥିବାରୁ ତାଙ୍କୁ ଏହି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ମିଳିପାରିଛି। ତେଣୁ ଅଭିଷ୍କାଙ୍କୁ ନିଜ ଅଂଚଳ ତଥା ବିଭିନ୍ନ ସଂସ୍ଥା ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା କରାଯାଉଥିବା ଦେଖିବାକୁ ମିଳିଛି। ଏହି ଅବସରରେ ଭୁବନେଶ୍ୱରସ୍ଥିତ ସାମାଜିକ ଅନୁଷ୍ଠାନ ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ୍ ପକ୍ଷରୁ ଅଭିଷ୍କାଙ୍କ ନିଜ ଗ୍ରାମରେ ଯାଇ ତାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ

କରାଯାଇଛି। ସାମାଜିକ ଅନୁଷ୍ଠାନ ଉତ୍କଳବୁଲେଟିନ୍ ଚାରିଟେବଲ ଟ୍ରଷ୍ଟ୍ର ସଂଯୋଜକ ସମାଜସେବୀ ତଥା ସାମ୍ବାଦିକ ବିମଳ କୁମାର ରଣା ଏବଂ ବରିଷ୍ଠ ସ୍ୱେଚ୍ଛାସେବୀ ସତ୍ୟବାଦୀ ରଣାଙ୍କ ଉପସ୍ଥିତିରେ ଏହି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିବା ଜଣାପଡିଛି। ଏହି ସମ୍ବର୍ଦ୍ଧନା ତାଙ୍କୁ ଆଗକୁ ଯିବାର ପ୍ରେରଣା ମିଳିପାରିବ ବୋଲି ସ୍ୱେଚ୍ଛାସେବୀ ସତ୍ୟବାଦୀ ରଣା ଗଣମାଧ୍ୟମକୁ କହିଛନ୍ତି। ଏଥିରେ ଯୁବ ସ୍ୱେଚ୍ଛାସେବୀ କୈଳାସ ବେହେରା, ଭାଗବତ ସେଠୀ ସହଯୋଗ କରିଥିଲେ। ବାପା ମା ପିଲାଙ୍କୁ ଯଦି ଛୋଟବେଳୁ ଏପରି ଉପଯୁକ୍ତ ଶିକ୍ଷା ପ୍ରଦାନ କରିବେ ପିଲା ନିଶ୍ଚେ ଉତ୍ତମ ମଣିଷଟିଏ ହୋଇପାରିବ ଆଉ ନିଜର ନାମ ରଖିପାରିବ ବୋଲି ଅଭିଷ୍କାଙ୍କ ମା’ ବାପା କହିଛନ୍ତି।