ସଂଗ୍ରାମୀ ସାମନ୍ତ ନଟବରଙ୍କ ପୂଣ୍ୟତିଥିରେ ବୃକ୍ଷପୂଜା ଓ ସ୍ମୃତିରଣ

ଭୁବନେଶ୍ଵର: ସ୍ଵାମୀ ଦୟାନନ୍ଦ ସର୍ଭିସ ମିଶନ ପକ୍ଷରୁ ଶୁକ୍ରବାର ପୂର୍ବାହ୍ନରେ ପାତ୍ରପଡ଼ାସ୍ଥିତ ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗ ପକ୍ଷରୁ ଥୁବା ସ୍ମୃତିବନଠାରେ ସଂଗ୍ରାମୀ ସାମନ୍ତ ନଟବର ସିଂହଙ୍କ ସ୍ମୃତିରେ ଥିବା ବକୁଳ ବୃକ୍ଷକୁ ପୂଜା କରାଯିବା ସହ ସ୍ଵାମୀ ବ୍ରହ୍ମାନନ୍ଦ ସରସ୍ଵତୀ, ଯଶୋଦା ଦେବୀ ଓ ସଂଗ୍ରାମୀ ଦୋଳଗୋବିନ୍ଦ ପ୍ରଧାନଙ୍କ ସ୍ମୃତି ବୃକ୍ଷରେ ଜଳଦାନ କରାଯାଇଥିଲା ।ଏହି ଅବସରରେ ଆୟୋଜିତ ସ୍ମୃତିସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଫେସର ଡଃ ବୁଦ୍ଧଦେବ ମିଶ୍ର କହିଲେ ଯେ, ସଂସାରରେ କିଏ କେତେଦିନ ବଞ୍ଚୂଲା ତାହା ବଡ଼କଥା ନୁହେଁ, ସେ କେତେ ବନ୍ଧୁ ଅର୍ଜନ କରିଛନ୍ତି ଓ ସମାଜ ପାଇଁ କଣ କରିଛନ୍ତି ତାହା ହିଁ ବଡ଼ କଥା । ପ୍ରାରମ୍ଭରେ ଅନୁଷ୍ଠାନର ଅଧ୍ୟକ୍ଷ ଡଃ ଆର‌୍ୟ୍ୟକୁମାର ଜ୍ଞାନେନ୍ଦ୍ର ସ୍ଵାଗତ ଭାଷଣ ଦେବା ସହ ସ୍ଵାଧୀନତା ସଂଗ୍ରାମ ସମୟରେ ସଂଗ୍ରାମୀ ସାମନ୍ତ ନଟବର, କିଭଳି ବାଗଲପୁର ମାଇନର ସ୍କୁଲରୁ ରଷ୍ଟିକେଟ ହୋଇଥିଲେ ଓ ପରବର୍ତୀ ସମୟରେ ନାମ ପରିବର୍ତ୍ତନ କରି ମାମୁଁ ଘରେ ରହି ସିଦ୍ଧେଶ୍ଵରପୁର ହାଇସ୍କୁଲରେ ପାଠ ପଢିଲେ ତାର ଅବତାରଣା କରିଥିଲେ । ଶେଷରେ ପୁଷ୍ପରାଜ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ କାର‌୍ୟ୍ୟକ୍ରମକୁ ପ୍ରଜ୍ଞାରାଜ ପ୍ରଧାନ ପରିପ୍ପଳନା କରିଥିଲେ । ସ୍ମୃତିବନର ପୂର୍ବତନ ରେଞ୍ଜ ଅଫିସର ରଶ୍ମିରେଖା ପରିଡ଼ା, ଅଧ୍ୟାପକ ରମେଶଚନ୍ଦ୍ର ପାତାଳସିଂ, ପୃଥୁରାଜ ପ୍ରଧାନ, ଅଶୋକ କୁମାର ମିଶ୍ର, ଶାରଦା ପ୍ରସାଦ ପରିଜା, ବିଜୟ ବିଶ୍ଵାଳ, ଜିତେନ୍ଦ୍ର ପ୍ରଧାନ, ଅମୂଲ୍ୟ କୁମାର ଜେନା, କୌସ୍ତୁଭ ପ୍ରଧାନ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page