ସଂଘର୍ଷର କାହାଣୀ ପରବ୍‌

ଚାଲିଆସିଥିବା ସିନେମାର ଏକ ଧାରା ଦୃଷ୍ଟିରୁ ପରଦାରେ ନିଆଁ ଝୁଲ ସହିତ ଚଳଚ୍ଚିତ୍ରର ଶୀର୍ଷକ ଉଦ୍‌ଭାସିତ ହେବାରୁ ଅନୁମାନ କରିହୁଏ ଯେ ସଂଘର୍ଷ ଓ ରକ୍ତପାତର ଅବିଚାରିତ ଦୃଶ୍ୟ ଏହାର କେନ୍ଦ୍ରସ୍ଥଳ ଅଧିକାର କରିବ। ତେବେ ଏହି ଧାରଣାକୁ ଭୁଲ୍ ପ୍ରମାଣିତ କରି ପରବର୍ତ୍ତୀ ଦୃଶ୍ୟରେ ସିନ୍ଧାନ୍ତ ଓ ଅନୁଙ୍କ ଚରିତ୍ର ଗୋଟିଏ ସୋଫାରେ ବସି ନିଜ ମତପାର୍ଥକ୍ୟ ବିଷୟରେ ଚର୍ଚ୍ଚା କରିବା ଆରମ୍ଭ କରନ୍ତି। କିଛି ମୁହୂର୍ତ୍ତରେ ଜଣାପଡ଼େ ଯେ ସୋଫାରେ ଦୂରେଇ ବସିଥିବା ଦୁଇଜଣ ହେଉଛନ୍ତି ଦମ୍ପତି, ଏବଂ ସେମାନେ ବୈବାହିକ ସମସ୍ୟାକୁ ନେଇ ଜଣେ ‘ଥେରାପିଷ୍ଟ’ଙ୍କ ପାଖକୁ ଯାଇଛନ୍ତି। ବୋଧହୁଏ ପ୍ରଥମ ଥର ପାଇଁ କୌଣସି ଓଡ଼ିଆ ଚଳଚ୍ଚିତ୍ରରେ ଏକ ଦମ୍ପତି ଥେରାପିଷ୍ଟଙ୍କ ନିକଟକୁ ଯିବାର ଦୃଶ୍ୟ ଦେଖାଯାଇଛି। କ୍ରମେ ଜଣାପଡ଼େ ଉଭୟେ ହେଉଛନ୍ତି ଆଇଏଏସ୍ ଅଫିର୍ସ। ଅନନ୍ୟା (ଅନୁ) କଟକ ମ୍ୟୁନିସିପାଲିଟି ଅଧିକାରୀ ଭାବେ ବାଲିଯାତ୍ରା ପଡ଼ିଆର ପ୍ରସ୍ତୁତି ସମୀକ୍ଷା କରୁଥିବା ବେଳର ଦୃଶ୍ୟ ତାଙ୍କ ଅଭିନୟର ପାରଦର୍ଶିତା ଓ ନିର୍ଦେଶକ ଚିନ୍ମୟଙ୍କ ଦକ୍ଷତାକୁ ଆରମ୍ଭରୁ ଉଚ୍ଚମାନର ବୋଲି ପ୍ରମାଣିତ କରିଦିଏ। ସେହି ଦୃଶ୍ୟ ପ୍ରାୟ ଏକ ମିନିଟ୍ ଧରି ବିନା କୌଣସି କଟ୍‌ରେ ଅଭିନୀତ ହୋଇଛି। ତେବେ ଦୁଇଘଣ୍ଟାର ଏହି ସିନେମାରେ କେଉଁଠି ଏହି ଧାରା ଭଙ୍ଗ ହୋଇଯିବ ସେ ଆଶଙ୍କା ମନରେ ଶେଷ ଯାଏ ବଳବତ୍ତର ରହେ। କିନ୍ତୁ ସୌଭାଗ୍ୟକୁ ‘ପରବ୍‌’ ସେଭଳି ସବୁ ଆଶଙ୍କାକୁ ଭୁଲ୍ ପ୍ରମାଣିତ କରି ଏକ ଅତ୍ୟନ୍ତ ପରିପକ୍ୱ ସିନେମା ଭାବେ ଉଭା ହୋଇଛି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News