ସଡକ ସୁରକ୍ଷା ସଚେତନତା ଅଭିଯାନ

ବେତନଟୀ : ବେତନଟୀଠାରେ ବେତନଟୀ ପୋଲିସ ପ୍ରଶାସନ, ବେତନଟୀ ରେଞ୍ଜର, ବେତନଟୀ ବ୍ଲକ, ବେତନଟୀ ତହସିଲ, ମୟୁରଭଞ୍ଜ ଏମ ଭି ଆଇ ଏବଂ ବେତନଟୀ ୩୫ ଜୋନ ମଣ୍ଡଳଙ୍କ ମିଳିତ ଆନୁକୂଲ୍ୟରେ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବେତନଟୀ ଥାନାଛକ ଠାରୁ ଆରମ୍ଭ ହୋଇ ଚଣ୍ଡିଛକ, ବଙ୍ଗଳାଛକ ପଯ୍ୟନ୍ତ ଗୋଟିଏ ପ୍ଲା କାର୍ଡ, ସଚେତନତା ବେନର ଧରି ଗୋଟିଏ ରାଲି ଅନୁଷ୍ଠିତ ହୋଇ ଥିଲା। ଏହି ରାଲି ମଧ୍ଯରେ ଯେଉଁ ମଟରସାଇକେଲ ଚାଳକମାନେ ହେଲମେଟ ପିନ୍ଧି ଗାଡି ଚଳାଉଥିଲେ ସେମାନଙ୍କୁ ଗୋଟିଏ ଗୋଲାପ ଫୁଲ ଏବଂ ଯେଉଁମାନେ ବିନା ହେଲମେଟ ରେ ଗାଡିଚାଳନା କରୁଥିଲେ ତାଙ୍କୁ ଚନ୍ଦନ ଟିପା ଓ ଗୋଟିଏ ସଚେତନ ପତ୍ର ବଣ୍ଟନ କରୁଥିଲେ ଅଧିକାରୀମାନେ। ଏହି ରାଲିରେ ବେତନଟୀ ଥାନା ଅଧିକାରିଣୀ ସସ୍ମିତା ମହାନ୍ତ, ରେଞ୍ଜର ମନୱର ଖାଁ, ଏମ ଭି ଆଇ ଚିନ୍ମୟୀ ମାଡାମଙ୍କ ସହିତ ବେତନଟୀ ୩୫ ଜୋନ ମଣ୍ଡଳ ସଭାପତି ଜୀବନ ପରିଡା, ମନୋଜ ପଣ୍ଡା, ପୂର୍ବତନ ବ୍ଲକ ଉପାଧ୍ୟକ୍ଷା ଅମ୍ବିକା ବାରିକ, ସମାଜସେବୀ ନିରଞ୍ଜନ ମହାନ୍ତି, ଜିଲ୍ଲା ଯୁବ ମୋର୍ଚ୍ଚା ସମ୍ପାଦକ ଶାନ୍ତନୁ ଦଳେଇ, ଯୁଵ ନେତା ଶାନ୍ତନୁ ପଣ୍ଡା, ଚନ୍ଦ୍ର ଶେଖର ବେରା, ରାକେଶ କୁମାର ମହାନ୍ତ ସହଯୋଗ କରିଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page