ଭବାନୀପାଟଣା, ୨୩/୦୪, ଉତ୍କଳ ବୁଲେଟିନ, (ଜଗନ୍ନାଥ ନାଏକ) : କଳାର ହାଣ୍ଡି , କଳାହାଣ୍ଡି ସାରସ୍ୱତ ର ମାଟି, ବୀର ପୁତ୍ର ର ମାଟି ହେଉଛି ଆମ ଜିଲ୍ଲା କଳାହାଣ୍ଡି । କଳାହାଣ୍ଡି ଜିଲ୍ଲାର ଅନେକ ସୁପୁତ୍ର ଦେଶ ବିଦେଶରେ ଯାଇ ନିଜ ଜିଲ୍ଲାର ମାଁ ମାଟି ପାଇଁ ଗୌରବ ଆଣି ଦେଇଛନ୍ତି ଏହା ଜିଲ୍ଲା ବାସୀଙ୍କ ପାଇଁ ଗର୍ବ ଓ ଗୌରବ । ସେମିତି ଜଣେ ସାଧକ ହେଉଛନ୍ତି ସଦର ବ୍ଲକ ଅନ୍ତର୍ଗତ ଚହଗାଁ ପଞ୍ଚାୟତ ର ଘଣ୍ଟବାହାଲି ଗ୍ରାମର

ଆୟୁର୍ବେଦ ଚିକିତ୍ସକ ବୈଦ୍ୟରାଜ ଧର୍ମୁ ନାଏକ । ଭାରତ ବର୍ଷର ବହୁପୂରାତନ ଆୟୁର୍ବେଦିକ ଚିକତ୍ସା ଭାରତକୁ ବିଶ୍ଵଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଅଛି । ସେହି ଆୟୁର୍ବେଦ ଚିକିତ୍ସାକୁ ନିଜ ଜୀବନର ବ୍ରତ ଭାବରେ ଆପଣେଇ ଗରିବ ଜନସାଧାରଣ ଙ୍କ ପାଖରେ ପହଞ୍ଚେଇବା ପାଇଁ ପୁରୁଷାନୁକ୍ରମେ ନିଜ ଜୀବନକୁ ଉତ୍ସାର୍ଗିକୃତ କରିଛନ୍ତି । ଏହି ପରିବାର । ଅନେକ ଅସୁବିଧାର ସମ୍ମୁଖୀନ ହୋଇ ଥିଲେ । ମଧ୍ୟ ଏହି କବିରାଜ ପରିବାର । ପାଖରିୟା ନାଏକଙ୍କ ଠୁ ଆରମ୍ଭ ହୁଏ ଏହି ଆୟୁର୍ବେଦିକ ଚିକିତ୍ସା, ତାପରେ ତାଙ୍କ ସୁପୁତ୍ର ଲେସୁନ ନାଏକ, ପରେ ପରେ ତାଙ୍କ ସୁପୁତ୍ର ନଳ ନାଏକ ଏବଂ ବର୍ତମାନ ତାଙ୍କର ସୁପୁତ୍ର ଧର୍ମୁ ନାଏକ ବଂସାନୁ କ୍ରମେ ତାଙ୍କର ଏହି ପାରମ୍ପରିକ ଚିକିତ୍ସାକୁ ଲୋକଙ୍କ ପାଇଁ ସମର୍ପିତ କରିଛନ୍ତି । ପିଢ଼ି ପରେ ପିଢ଼ି ତାଙ୍କର ଏହି ପରିବାର ଜନସେବା କୁ ନିଜ ଜୀବନର ବ୍ରତ ଭାବରେ ଗ୍ରହଣ କରି ହଜାର ହଜାର ରୋଗୀ ମାନଙ୍କ ସେବା କରିଆସୁଛନ୍ତି । କିନ୍ତୁ ଦୁଃଖ ଆଉ ପରିତାପ ର ବିଷୟ ବଣ ମଲ୍ଲି ବଣରେ ମଉଳି ଗଲା ଭଳି ଆଜି ବି ଏହି ପରିବାର

ସରକାରୀ ସହାୟତା କିମ୍ବା ଲୋକଲୋଚନକୁ ଆସିପାରି ନାହିଁ । ଏହି କବିରାଜ ପରିବାର ପାଖରେ ।ପ୍ରତ୍ୟେକ ଦିନ ସକାଳୁ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ପକ୍ଷାଘାତ ରୋଗୀ ସହ ବିଭିନ୍ନ ରୋଗରେ ପୀଡିତ ରୋଗୀ ଆସିଥାନ୍ତି। ଭାରତ ବର୍ଷର ଏହି ମହାନ ଆୟୁର୍ବେଦିକ ପଦ୍ଧତିରେ ଚିକିତ୍ସିତ ହେବା ପାଇଁ ଘଣ୍ଟବାହାଲି ଗ୍ରାମକୁ ଅନେକ ଅସାଧ୍ୟ ରୋଗି ଆସିଥାନ୍ତି। ଏବଂ ଆୟୁର୍ବେଦ ଚିକିତ୍ସା ପ୍ରଣାଳୀରେ ରୋଗ ଉପଶମ ହୋଇଥିବା ଅନେକ ଦୃଷ୍ଟାନ୍ତ ରହିଅଛି । କିନ୍ତୁ ସରକାରୀ ସହଯୋଗ ର ହାତ କେବେ ମଧ୍ୟ ଆସି ନାହିଁ ତାଙ୍କ ପରିବାର ପାଖକୁ । ପ୍ରତ୍ୟେକ ଦିନ ସକାଳୁ ଉଠି ସେ ତାଙ୍କ ବଗିଚାରେ ଥିବା ବିଭିନ୍ନ ପ୍ରକାର ଔଷଧୀୟ ବୃକ୍ଷରୁ ସେ ଡ଼ାଳ, ପତ୍ର, ଚେର ଆଉ ଅନ୍ୟାନ୍ୟ ଔଷଧୀୟ ସାମଗ୍ରୀ ସଂଗ୍ରହ କରି ରୋଗୀଙ୍କ ପାଇଁ ଆୟୁର୍ବେଦ ଔଷଧ ପ୍ରସ୍ତୁତ କରି ଥାନ୍ତି । ଅନେକ ଅସାଧ୍ୟ ରୋଗକୁ ସେ ଜଡ଼ିବୁଟି ଚେରିମୂଳି ଦ୍ୱାରା ରୋଗକୁ ଆରୋଗ୍ୟ କରି ପାରୁଛନ୍ତି। ସେ ମାନବସେବା କୁ , ରୋଗୀ ସେବାକୁ ନିଜ ଜୀବନର ମୂଳମନ୍ତ୍ର ଭାବରେ ସେ ଗ୍ରହଣ କରିଛନ୍ତି । ଏଥିରେ ତାଙ୍କୁ ତାଙ୍କ ଧର୍ମ ପତ୍ନୀ ଭାଗ୍ୟବତୀ ନାଏକ ସାହାଯ୍ୟ ସହଯୋଗ କରିଥାନ୍ତି । ପ୍ରତ୍ୟେକ ଦିନ ରୋଗୀ ସେବା କରି ନିଜର ଧର୍ମ ପାଳନ କରୁଛନ୍ତି ବୋଲି କୁହନ୍ତି କବିରାଜ ଧର୍ମୁ ନାଏକ । ଗାଁ କୁ ଭଲ ରାସ୍ତାନ ଥିବାରୁ ଆସୁଥିବା ରୋଗୀମାନେ ନାନା ସମସ୍ୟା ର ସମୁଖୀନ ହେଉଛନ୍ତି । ଏଣୁ ଏଦିଗରେ ଜିଲ୍ଲାପାଳ ସ୍ବତନ୍ତ୍ର ଦୃଷ୍ଟି ଦେବା ସହ ଗ୍ରାମକୁ ପକା ସଡ଼କ ରାସ୍ତା ଓ ଡ୍ରେନ ଓ ବୈଦ୍ୟରାଜ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା ନିମନ୍ତେ ସାଧାରଣରେ ଦାବି ହେଉଛି।

ଭବାନୀପାଟଣାରୁ ଜଗନ୍ନାଥ ନାଏକ, ଉତ୍କଳ ବୁଲେଟିନ