ଭୁବନେଶ୍ୱର ତା 14/11/26ରିଖ – ସ୍ୱଚ୍ଛ ଭାରତ କ୍ଷେତ୍ରରେ ରାଜ୍ୟ ତଥା ଦେଶରେ ବିଭିନ୍ନ ସ୍ଥାନରେ ସ୍ଵଛତା ପାଇଁ ପଦଯାତ୍ରା, ସାମାଜିକ ସଚେତନତା ଓ ସ୍ଵଛ ଭାରତ କାର୍ଯ୍ୟକ୍ରମ ଆୟୋଜନ କରି ବେଶ ସୁନାମର୍ଜନ କରିଥିବା ସାଇରାମ ଗାନ୍ଧୀ ପରିବର୍ତ୍ତନ ଫାଉଣ୍ଡେସନ ତା’ର” ଷଷ୍ଠତମ ବାର୍ଷିକ ଉତ୍ସବ” ଜୟଦେଵ ଭବନରେ ପାଳିତ ହୋଇଯାଇଛି । ଆଜିର ସମାଜରେ ପ୍ରତେକ ମଣିଷମାନଙ୍କର ପରିବେଶକୁ ସ୍ଵଛ ରଖିବା ସହ ନିଜେ ମଧ୍ୟ ସ୍ୱଚ୍ଛ ରହିବାର ଆବଶ୍ୟକତା ଅଛି ତେବେ ଯାଇ ଆମ୍ଭେ ଏକ ସୁସ୍ଥ ସମାଜ ଗଢି ପାରିବା ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ବିଭିନ୍ନ କ୍ଷେତ୍ରରେ ଯୁବ ବ୍ୟକ୍ତିତ୍ୱ ମାନଙ୍କୁ ସଂଗଠନ ପକ୍ଷରୁ ସେବା ସମର୍ପଣ ସମ୍ମାନ ପ୍ରଦାନ କରାଯାଇଥିଲା ।

ଓଡିଶା ସମାଜସେବୀ ମହାସଂଘ ସଭାପତି ବାପୁ ଓଝାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ରାଣା ପ୍ରତାପ ପାତ୍ର ଯୋଗଦେଇଥିଲେ । ମୁଖ୍ୟ ବକ୍ତାଭାବେ ବରିଷ୍ଠ ସାମ୍ବାଦିକ ତଥା ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ ଯୋଗ ଦେଇ ମତବ୍ୟକ୍ତ କରିଥିଲେ ଯେ ଏହିପରି କାର୍ଯ୍ୟକ୍ରମର ବହୁ ଆବଶ୍ୟକତା ଅଛି l ଶାରୀରିକ ସୁସ୍ଥତା, ପରିବେଶ ସୁରକ୍ଷା, ସୁସ୍ଥତା ସାମ୍ପ୍ରତିକ ସମୟର ଆହ୍ୱାନ l ସମ୍ମାନିତ ଅତିଥିଭାବେ ସ୍ତମ୍ଭକାର ପ୍ରୀତିଛନ୍ଦା ଧଳ,ବରିଷ୍ଠ ପୋଲିସ ଅଧିକାରୀ ବିଷ୍ଣୁ ପ୍ରସାଦ ପାତ୍ର, ସଂଗଠନ ପ୍ରତିଷ୍ଠାତା ମୋହନ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ମଞ୍ଚ ପରିଚାଳନା କରିଥିଲେ ବିକାଶ ଚନ୍ଦ୍ର ବାରିକ, ପ୍ରସନ୍ନ କୁମାର ନାୟକ, ଦେବ ପ୍ରସାଦ ମେର୍କାପ, ଶ୍ରୀନିବାସ ରାଓ, ମାନସ ରଞ୍ଜନ ସାହୁ ପ୍ରମୁଖ ସହଯୋଗ କରିଥିଲେ ।