ସାଇ ଫାଇଟରକୁ ହରାଇ କଳିଙ୍ଗ ୱାରିୟର “ସାଇ ମେମୋରିଆଲ କପ” ଚମ୍ପିୟାନ

ବାଲିଅନ୍ତା: ବାଳକାଟି କଲେଜ ପଡିଆରେ ୟଙ୍ଗଷ୍ଟାର ଓ ଜାଗେଶ୍ବରୀ କ୍ରିକେଟ କ୍ଲବ ଆନୁକୂଲ୍ୟରେ ଗତ ୪ ଦିନ ଧରି ଚାଲିଥିବା ସାଇ ମେମୋରିଆଲ କ୍ରିକେଟ କପ -୨0୨୪ ରେ ‘କଳିଙ୍ଗ ୱାରିୟର’ ଚମ୍ପିୟାନ ହୋଇଛି l ଏହି ଟୁର୍ନାମେଣ୍ଟରେ ମୋଟ ୮ ଟି ଦଳ ଭାଗ ନେଇଥିଲେ l ଆଜି ଉଦଯାପିତ ବା ଫାଇନାଲ ମ୍ୟାଚଟି ସାଇ ଫାଇଟର ଓ କଳିଙ୍ଗ ୱାରିୟର ମଧ୍ୟରେ ଖେଳା ଯାଇଥିଲା l ଏଥିରେ ଟସ ଜିତି ପ୍ରଥମେ ବ୍ୟାଟିଂ କରି କଳିଙ୍ଗ ୱାରିୟର ନିର୍ଦ୍ଧାରିତ ୫ ଓଭରରେ ବ୍ୟାଟ୍ସମ୍ୟାନ ଦେବେନ୍ଦ୍ର ସାହୁ(ଦେବ) ୧୩ ଟି ବଲରେ ଧୂଆଁଧାର ୪୫ ରନ ବଳରେ ମୋଟ ୮0 ରନ କରିଥିଲା l ଜବାବରେ ସାଇ ଫାଇଟର ୭ ୍ୱିକେଟ ହରାଇ ମାତ୍ର ୪0 ରନ କରିବାରେ ସକ୍ଷମ ହୋଇଥିଲା l ଫଳରେ ଏହି ମ୍ୟାଚକୁ କଳିଙ୍ଗ ୱାରିୟର ୪୧ ରନରେ ଜିତି ନେଇଥିଲା l ଆଜିର ଉଦଯାପନୀ ମ୍ୟାଚରେ ଅତିଥିଭାବେ ବିଶିଷ୍ଟ ଶିକ୍ଷାବିତ ବିଧୁଭୂଷଣ ପଟ୍ଟନାୟକ, ସ୍ଥାନୀୟ ସରପଞ୍ଚ ରୀନାରାଣୀ ବେହେରା, ସମିତିସଭ୍ୟ ଗଙ୍ଗାଧର ମାହାରୀ, ସାଂସଦ ପ୍ରତିନିଧି ଶିବ ମଲ୍ଲିକ, ଅନୁପ ଶୁଭଙ୍କର ନାୟକ, ଇଂ. ରୁଦ୍ରପ୍ରସାଦ ଭଞ୍ଜ, ନିହାରରଞ୍ଜନ ଦାସ ପ୍ରମୁଖ ଅତିଥିଭାବେ ଯୋଗଦେଇ ଚମ୍ପିୟାନ ଓ ପରାଜିତ ଦଳକୁ ଟ୍ରଫି ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ l ସେହିପରି ମ୍ୟାନ ଅଫ ଦି ମ୍ୟାଚ ଭାବେ ଜାଗେଶ୍ବରୀ ୱାରିୟରର ସୌରଭ ପ୍ରସାଦ କାଷ୍ଠ, ମ୍ୟାନ ଅଫ ଦି ସିରିଜ ଭାବେ ଚମ୍ପିୟାନ କଳିଙ୍ଗ ୱାରିୟରର ଦେବେନ୍ଦ୍ର ସାହୁ ଓ ବେଷ୍ଟ ବୋଲର ଭାବେ ସୁନୀଲ ସାମନ୍ତରାୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ୪ ଦିନ ଧରି ଚାଲିଥିବା ଏହି ମ୍ୟାଚ ମନମୋହନ ସେଠି, ଦିବ୍ୟସିଂହ ବେହେରା, ଭରତ ସେଠି, ଆର୍ଯ୍ୟପ୍ରକାଶ ଭୋଳ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page