ସାମାଜିକ ଅନୁଷ୍ଠାନ ଓଡ଼ିଶା ସେବକ ସଂଘ ତରଫରୁ ଏକ ରକ୍ତଦାନ ଶିବିର

ବାଲିଅନ୍ତା: ଭୁବନେଶ୍ୱର ରେଡକ୍ରସ ଶାଖାର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ରକ୍ତ ସଂଗ୍ରହ କାର୍ଯ୍ୟ ସଂପାଦନ କରିଥିଲେ | ରକ୍ତାଦିନ ବ୍ୟତିତ ବିଭିନ୍ନ ବସ୍ତିରେ ରହୁଥିବା ୩୦ ଜଣ ଅସହାୟ ବୃଦ୍ଧା ଓ ବୃଦ୍ଧ ବ୍ୟକ୍ତିମାନଙ୍କୁ କିଛି ନିତ୍ଯ ବ୍ୟବହାର୍ଯ୍ୟ ଜିନିଷ ବଣ୍ଟନ କରାଯାଇଥିଲେ| ସମାଜ ସେବାରେ ନିଜକୁ ଉସର୍ଗ କରିଥିବା କିଛି ବ୍ୟକ୍ତି ଏବଂ ସଂଗଠନକୁ ଓଡ଼ିଶା ସେବକ ସଂଘ ସେବା ସମ୍ମାନ ୨୦୨୫ ରେ ସମ୍ମାନିତ କରାଯାଇଥିଲା| ଇଶ୍ୱରୀୟ ବ୍ରହ୍ମ କୁମାରୀ କେନ୍ଦ୍ରର ମୁଖ୍ୟ ବିକେ ମଞ୍ଜୁ , ଏଭର ଗ୍ରୀନ ଫୋରମ୍ ସଭାପତି ଡ଼ ପ୍ରକାଶ ଜେନା, ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ୱାଇଆରସି କାଉନସିଲର ଡ଼ ସୁଶିଲ ପଟ୍ଟନାୟକ , ଡିସିପି ଲଲିତେନ୍ଦୁ ମହାନ୍ତି,ରେଡ ସ୍ଵସ୍ତିକ ସୋସାଇଟିର ଯୁଗ୍ମ କାର୍ଯୟନିର୍ବାହୀ ପରେ ନିର୍ଦ୍ଦେଶକ ଦେବାଶିଷ ପଟ୍ଟନାୟକ,ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗର ପୂର୍ବତନ ମୁଖ୍ୟ ଯନ୍ତ୍ରୀ ଜୟନ୍ତ କୁମାର ମିଶ୍ର,ଜଳ ସମ୍ପଦ ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ବିନୋଦ ପଟ୍ଟନାୟକ, ସିଲିକନ ବିଶ୍ଵବିଦ୍ୟାଳୟର ପ୍ରଫେସର ଡ ସମଲେଶ୍ଵରୀ ପ୍ରସାଦ ନାୟକ, ରେଲୱେ କଲୋନି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୌରାଙ୍ଗ ଚରଣ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ପ୍ରଂଶସ କରିଥିଲେ| ପ୍ରାରମ୍ଭରେ ସଂଘର ସଭାପତି ଅଶୋକ ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ସଂଘର ସମ୍ପାଦକ ବସନ୍ତ ତ୍ରିପାଠୀ ଆଗାମୀ ଦିନର କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ|ଉପ ସଭାପତି ମିନାକ୍ଷୀ ନାୟକ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ କୋଷାଧ୍ୟକ୍ଷ ହରେକୃଷ୍ଣ ପଟ୍ଟନାୟକ ପରିଚାଳନା କରିଥିଲେ|ସଭ୍ୟ ହର ପ୍ରସାଦ ଶତପଥୀ ,ସର୍ବେଶ୍ଵର ଦାସ, ମିହିର ମିଶ୍ର,ବସନ୍ତ ପାଢ଼ୀ, ଘନଶ୍ୟାମ ବଳ, ମନୋରଞ୍ଜନ ସାହୁ, ଜଗବନ୍ଧୁ ବେହେରା , ଦୌପ୍ରଦୀ ମିଶ୍ର, ଉଦୟ ନାରାୟଣ ବାରିକ, ନିହାରିକା ମହାପାତ୍ର, ପଦିପ ପଟ୍ଟନାୟକ,ମନୋରଞ୍ଜନ ଭଞ୍ଜ, ସୁରେନ୍ଦ୍ର ସାହୁ ଏବଂ ଦୀପକ ମହାରଣା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ | ପରିଶେଷରେ ସହ ସମ୍ପାଦକ ଜିତେନ୍ଦ୍ର ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page