ସାମାଜିକ ସଂଗଠନ ‘ଶାନ୍ତିପଥ’ର ୭ମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର: ସତ୍ୟ, ଶାନ୍ତି, ଅହିଂସା, ମାନବବାଦ, ଯୋଗ ପ୍ରମୁଖକୁ ଯଦି ଜଣେ ବ୍ୟକ୍ତି ଉତ୍ତମ ଭାବେ ପାଳନ କରିବା ସହିତ ରାଷ୍ଟ୍ରର ପ୍ରଗତି ନିମିତ୍ତି ସମର୍ପିତ ଭାବେ କାର୍ଯ୍ୟକରେ, ପ୍ରକୃତରେ ତାହା ହିଁ ହେବ ବିଶ୍ୱଶାନ୍ତି ପାଇଁ ଏକାନ୍ତ ଅପରିହାର୍ଯ୍ୟ। ବୌଦ୍ଧିକ ଓ ସାମାଜିକ ସଂଗଠନ ‘ଶାନ୍ତିପଥ’ର ସପ୍ତମ ବାର୍ଷିକ ଉତ୍ସବ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ପହଲଗାଓଁ ଆକ୍ରମଣରେ ମୃତକ ବ୍ୟକ୍ତି ଓ ଶହିଦମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଶାନ୍ତିପଥର ସଭାପତି ତଥା ସମାଜସେବୀ ଶିବନାରାୟଣ ମିଶ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ ଓ ଶ୍ରୀକାନ୍ତ ଶେଖର ସାହୁ ସଂଯୋଜନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଭେଷଜ ବିଶାରଦ ପଦ୍ମଶ୍ରୀ ଅଶୋକ କୁମାର ମହାପାତ୍ର, ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ କୃଷି ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଡଃ ବୁଦ୍ଧଦେବ ମିଶ୍ର ଯୋଗଦେବା ସହ ପୂଜ୍ୟପୂଜା, ବିଶ୍ୱଶାନ୍ତି, ମାନବବାଦ ତଥା ଜାତିର ପିତା ମହାତ୍ମା ଗାନ୍ଧୀ ଓ ଗୌତମ ବୁଦ୍ଧଙ୍କ ଆଦର୍ଶରେ ସମର୍ପିତ ଭାବେ କାର୍ଯ୍ୟ କଲେ ଦୁର୍ନୀତିର ମୂଳୋତ୍ପାଟନ ହେବା ସହ ସାରା ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ସଭାପତି ଶ୍ରୀଯୁକ୍ତ ମିଶ୍ର ଯୋଗ, ପ୍ରାଣାୟମ ସହିତ ମାନବବାଦକୁ ଆପଣାଇ ପାରିଲେ ଜଣେ ବ୍ୟକ୍ତି ପୂର୍ଣ୍ଣାଙ୍ଗ ଭାବେ ରାଷ୍ଟ୍ର ପାଇଁ ସମର୍ପିତ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ। ଏହି ଅବସରରେ ସମାଜର ଉଲ୍ଲେଖନୀୟ ଅବଦାନ ପାଇଁ ସମାଜସେବୀକା ସୁମିତ୍ରା ପଣ୍ଡା ଓ ଶଶିକାନ୍ତ ବେହେରାଙ୍କୁ ‘ଶାନ୍ତିପଥ ସେବା’ ସମ୍ମାନ ପ୍ରଦାନ କରାଯିବା ସହିତ ୧୦ଜଣ ପିଲାମାନଙ୍କୁ ଶାନ୍ତିପଥ ଶିକ୍ଷାଜ୍ୟୋତି ସମ୍ମାନ ପ୍ରଦାନ କରାଯାଇଥିଲା। ସେହିପରି ଶାନ୍ତିପଥର କିଛି ସଦସ୍ୟ ସଦସ୍ୟାଙ୍କୁ ‘ଶାନ୍ତିପଥ ସାଥୀ’ ସମ୍ମାନରେ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ସମାଜସେବୀ ସୀତାଂଶୁ ଶେଖର ମହାରଣା, ସମିତା ମହାରଣା, ନାରାୟଣ ଖୁଣ୍ଟିଆ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିବା ବେଳେ ବରିଷ୍ଠ ସମାଜସେବୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page