ସାମ୍ବାଦିକ ଙ୍କର ପିତୃ ବିୟୋଗ

ଫୁଲବାଣୀ ୧୭/2: କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ପ୍ରମୁଖ ଜଣାଶୁଣା ବ୍ୟବସାୟୀ ସଫଳ ଉଦ୍ୟୋଗୀ, ରାଜ୍ୟ ବରିଷ୍ଠ ସାମ୍ବାଦିକ ପଞ୍ଚାନନ ଅଗ୍ରୱାଲଙ୍କର ପିତା ଶିବପ୍ରସାଦ ଅଗ୍ରୱାଲଙ୍କର ଗତକାଲି ସକାଳ ୧୧ ଟା ସମୟରେ ଭୁବନେଶ୍ୱର ସ୍ଥିତ ବ୍ରହ୍ମେଶ୍ୱର ପାଟଣା ଗତିକୃଷ୍ନ ଭିଲା ୨୯ ନାତି ଗୋପାଳ ଅଗ୍ରୱାଲ ଘରେ ପରଲୋକ ହୋଇଯାଇଛି। ସେ ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ । ସର୍ଗତଃ ଅଗ୍ରୱାଲ ଜଣେ ମେଳାପୀ,ମିଷ୍ଟଭାସି, ସହଯୋଗୀ, ପରୋପକାରୀ, ଧର୍ମ ପରାୟଣ ବ୍ୟକ୍ତି ଥିଲେ । ତାଙ୍କ ମୃତ୍ୟୁ ବେଳକୁ ନବେ ବର୍ଷ ହୋଇଥିଲା। ତାଙ୍କ ମୃତ୍ୟୁ ସମୟରେ ତାଙ୍କର ତିନି ପୁଅ ଗଜାନନ ଅଗ୍ରୱାଲ, ପଞ୍ଚାନନ ଅଗ୍ରୱାଲ ଏବଂ ବିଜୟ ଅଗ୍ରୱାଲ ଏବଂ ତିନି ବହୁ,ନାତି ନାତୁଣୀ ଉପସ୍ଥିତ ଥିଲେ। ଦିବଙ୍ଗତ ଅଗ୍ରୱାଲ ସେ ୧୯୩୩ ମସିହା ମେ ମାସ ୧୧ ରାରିଖ ରେ ରାଜସ୍ଥାନର ଚିରାନା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ।ସେ ନରସିଂହ ଅଗ୍ରୱାଲ ଓ ଲକ୍ଷ୍ମୀ ଦେବୀଙ୍କର ଜ୍ୟୋଷ୍ଠ ପୁତ୍ର ଥିଲେ। ସେ ବ୍ୟବସାୟ ପାଇଁ ପିଲା ଦିନୁ ବୌଦ୍ଧ ଆସିଥିଲେ। ତାଙ୍କ ବାଣିଜ୍ୟ କାରବାର ବୌଦ୍ଧ, ଫୁଲବାଣୀ ଓ ବ୍ରହ୍ମପୁର ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ।ସେ ହିମାଳୟ ପରି ଦୃଢ଼ ଓ ସମୁଦ୍ର ଉତ୍ତାଳ ତରଙ୍ଗ ପରି କର୍ମ ଚଞ୍ଚଳ ଥିଲେ। ବୌଦ୍ଧ କନ୍ଧମାଳ ଜିଲ୍ଲାରେ ପ୍ରଥମେ ପେଟ୍ରୋଲ ବ୍ୟବସାୟର ମୂଳଦୁଆ ପକାଇଥିଲେ। ତାଙ୍କ ବିୟୋଗକୁ ନେଇ ଫୁଲବାଣୀ ସହରରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ବିୟୋଗରେ ଫୁଲବାଣୀ ସହରର ବରିଷ୍ଠ, କନିଷ୍ଠ ସାମ୍ବାଦିକ ଏବଂ ପ୍ରତ୍ୟେକ ମାର୍କେଟ ବ୍ୟବସାୟୀ ସଙ୍ଘର କର୍ମକର୍ତ୍ତା ମାନେ ଗଭୀର ଶୋକ ପ୍ରକାଶ କରିଥିବା ବେଳେ ଶୋକ ସନ୍ତପ୍ତ ପରିବାର କୁ ସମବେଦନା ଜଣାଇଥିଲେ। ତାଙ୍କର ଅମର ଆତ୍ମାର ସଦଗତି କାମନା କରିଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page