ଭୁବନେଶ୍ୱର: ଶିକ୍ଷା ଅଧିକାର ଆଇନ ଅନୁଯାଇ ସବୁ ପ୍ରାଇଭେଟ ସ୍କୁଲ ରେ ଆର୍ଥିକ ଅନାଗ୍ରସର ଶ୍ରେଣୀ ପିଲାଙ୍କ ନିମନ୍ତେ ପାରଦର୍ଶୀ ପୋର୍ଟାଲ ମାଧ୍ୟମରେ 25% ସିଟରେ ମାଗଣା ପlଠ ପଢ଼ିବାର ବ୍ୟବସ୍ଥା ରହିଛି l ସେହି ଆଇନ ଅନୁଯାଇ ଏବର୍ଷ 18 ଜଣ ପିଲାଙ୍କୁ କଳିଙ୍ଗବିହାରସ୍ଥ ସେଣ୍ଟ ଅର୍ଣ୍ଣଲଡ଼ ସ୍କୁଲରେ ଏହି ସ୍କିମରେ ଆଡ଼ମିସନ ପାଇଁ ଗଣଶିକ୍ଷା ବିଭାଗ ଯୋଗ୍ୟ ବିବେଚିତ କରି ଚିଠି କରିଛି l ହେଲେ ସେଣ୍ଟ ଅର୍ଣ୍ଣଲଡ଼ ସ୍କୁଲ ସେହି ପିଲାଙ୍କୁ ଆଡ଼ମିସନ କରିବାକୁ ମନା କରୁଛି l ସ୍କୁଲ କର୍ତ୍ତୃପକ୍ଷ ଆମର ମିସିନାରୀ ସ୍କୁଲ ଆମେ ସଂଖ୍ୟାଲଘୁ ଆଇନ ଆଧାରରେ ଯାଉଛୁ ତେଣୁ ଆଡ଼ମିସନ କରିବୁନି ବୋଲି ଅଭିଭାବକ ମାନଙ୍କୁ ଧମାକାଇବା ସହ ଗେଟ ବାହାରକୁ ଯାଅ କହି ସ୍କୁଲର କିଛି ପୁରୁଷ କର୍ମଚାରୀ ମହିଳା ଅଭିଭାବକଙ୍କୁ ଦୁର୍ବ୍ୟବହାର କରି ଚାରି ଦିନ ତଳେ ଫେରାଇ ଦେଇଥିଲେ ଓ଼ ଅଭିଭାବକ ମାନଙ୍କ ବିରୋଧରେ ସ୍କୁଲ କର୍ତ୍ତୃପକ୍ଷ ତମlଣ୍ଡ ଥାନାରେ ମିଛ ଅଭିଯୋଗ କରିଥିଲେ l ତମଣ୍ଡୋ ଥାନା ଅଧିକାରୀ ଏହି ଘଟଣାରେ ତଦନ୍ତ କରିବାରେ ଅଭିଭାବକ ମାନେ ଆଡ଼ମିସନ କରିବାକୁ ଜିଦ କରିପ୍ରତିବାଦ କରିବାରୁ ସ୍କୁଲ ସହ ଯୁକ୍ତିତର୍କ ହୋଇଥିଲା ତେଣୁ ପ୍ରିନ୍ସିପାଲଙ୍କୁ ଡାକି ଆଲୋଚନା ପାଇଁ କହିଥିଲେ l ହେଲେ ପ୍ରିନସିପାଲ ଆଉ ସେଦିନ ଥାନାକୁ ଆସିଲେନି l ତା ପରଦିନ ସ୍କୁଲ ପ୍ରିନସିପାଲ ଆସିଲେ ହେଲେ ସ୍କୁଲର ମଇନରୀଟି ସାର୍ଟିଫିକେଟ ମାଗିବାରୁ ଆମେ ଆବେଦନ କରିଛୁ ବୋଲି କହିଥିଲେ l ଯେହେତୁ ସ୍କୁଲ ଏପର୍ଯ୍ୟନ୍ତ ମଇନାରୀଟି ସାର୍ଟିଫିକେଟ ପାଇନି ତେଣୁ ସ୍କୁଲ ସ୍ୱୀକୃତି ନିୟମ ଅନୁଯାଇ ପାରଦର୍ଶୀ ପୋର୍ଟାଲ ମାଧ୍ୟମରେ 25% ସିଟରେ ମାଗଣା ପଠା ପଢାଇବାକୁ ସ୍କୁଲ ବାଧ୍ୟ l ପୂର୍ବରୁ ବି ଇ ଓ଼, ମଧ୍ୟ ତାଙ୍କୁ ସ୍ୱତନ୍ତ୍ର ଭାବେ ନିର୍ଦେଶ ମାନି ଆଡ଼ମିସନ କରିବାକୁ ସ୍ପଷ୍ଟ ନିର୍ଦେଶ ଦେଇଛନ୍ତି l ଗତକାଲି ସନ୍ଧ୍ୟାରେ ଅଭିଭାବକ ମହାସଂଘର ମଧ୍ୟ ବିଭିନ୍ନ ସମସ୍ୟା ନେଇ ଗଣଶିକ୍ଷା ସଚିବ ଶାଳିନୀ ପଣ୍ଡିତଙ୍କ ସହିତ ଉଚ୍ଚସ୍ତରୀୟ ସ୍ୱତନ୍ତ୍ର ଆଲୋଚନା ହୋଇଥିଲା l ଆଲୋଚନାରେ ମହାସଂଘ ସଭାପତି ବାସୁଦେବ ଭଟ୍ଟ, କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀ, ସାଧାରଣ ସମ୍ପାଦକ ଅଶୋକ ପାଇକରାୟ, ଆବାହିକା କଳ୍ପନା ସାହୁ, ପ୍ରାଥମିକ ଶିକ୍ଷା ନିର୍ଦେଶକ ସଂଗ୍ରାମ ମହାପାତ୍ର, ଅତିରିକ୍ତ ସଚିବ ଦୁର୍ଗା ମହାପାତ୍ର, ଯଦୁମଣି ମହଲା ଉପସ୍ଥିତ ଥିଲେ l ଆଲୋଚନା ବେଳେ ଏହି ସମସ୍ୟା ଉପରେ ମଧ୍ୟ ଆଲୋଚନା ହୋଇଥିଲା l ସଚିବ ତୁରନ୍ତ ସ୍କୁଲକୁ ଆଡ଼ମିସନ ପାଇଁ ତାଗିଦ ସହ ଅମାନ୍ୟ କଲେ କାର୍ଯ୍ୟାନୁଷ୍ଠାନ ପାଇଁ କହିଥିଲେ l ଆଜି ସକାଳେ ସେଣ୍ଟ ଅର୍ଣ୍ଣଲଡ଼ ସ୍କୁଲକୁ ମହାସଂଘ କର୍ମକର୍ତ୍ତା, ଆଡ଼ମିସନ ପାଇଁ ଯୋଗ୍ୟ ଅଭିଭାବକଙ୍କ ସହ ସ୍ଥାନୀୟ ଶହେରୁ ଉର୍ଦ୍ଧ ଅଭିଭାବକ ଆଡ଼ମିସନ ପାଇଁ ଯାଇଥିଲେ l ହେଲେ ସ୍କୁଲ କର୍ତ୍ତୃପକ୍ଷ ଗେଟ ଆଗରେ ସ୍କୁଲ ବନ୍ଦ ଅଛି ବୋଲି ଲେଖି ଦେଇ ଲୁଚିଥିଲେ l ତେଣୁ ମହାସଂଘ ସଭାପତି ବାସୁଦେବ ଭଟ୍ଟ, କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀ, ସାଧାରଣ ସମ୍ପାଦକ ଅଶୋକ ପାଇକରାୟ, ହୁଙ୍କାର ଓଡ଼ିଆର ଶିଶିର କୁମାର ମହାନ୍ତି, ମହିଳା କଲ୍ୟାଣ ସଭାପତି ପଦ୍ମିନୀ ପରିଡା, ବାବା ପ୍ରସାଦ ଜେନା ଙ୍କ ସମେତ ଶତାଧିକ ଅଭିଭାବକ ମାନେ ସ୍କୁଲ ଆଗରେ ଧାରଣା ରେ ବସି ରହିଥିଲେ l ପ୍ରାୟ 11 ଟା ବେଳକୁ ପ୍ରଥମେ ପି ସି ଆର ଭ୍ୟାନ ଓ଼ ପରବର୍ତୀ ସମୟରେ ତମlଣ୍ଡୋ ଆଇ ଆଇ ସି ଘଟଣା ସ୍ଥଳକୁ ଆସିଥିଲେ l ମହାସଂଘ ଓ଼ ଅଭିଭାବକ ମାନେ ଆଲୋଚନା ପାଇଁ ସ୍କୁଲ ପ୍ରିନ୍ସିପାଲଙ୍କୁ ଡାକିବାକୁ କହିଥିଲେ l ଆଇ ଆଇ ସି ଫୋନ କରିବାରୁ ପ୍ରିନସିପାଲ ଦେହ ଅସୁସ୍ଥ ଅଛି କହି ଲୁଚି ଥିଲେ l ପରେ ଆଇ ଆଇ ସି ସ୍କୁଲ କର୍ତ୍ତୃପକ୍ଷ ଙ୍କ ସହିତ କଥା ହୋଇ ଆସନ୍ତା ଦୁଇ ଦିନ ଭିତରେ ସ୍କୁଲ କର୍ତ୍ତୃପକ୍ଷ ଓ଼ ମହାସଂଘର ଅଭିଭାବକଙ୍କ ଉପସ୍ଥିତରେ ଆଲୋଚନା ପାଇଁ ସ୍ଥିରୀକୃତ ହେଵା ପରେ ଆଜିର ଧାରଣା ସ୍ଥଗିତ ରହିଛି l ଯଦି ଦୁଇଦିନ ଭିତରେ ଅର୍ଣ୍ଣଲଡ଼ ସ୍କୁଲ ଆର ଟି ଇ ପାରଦର୍ଶୀ ପୋର୍ଟାଲ ରେ ଯୋଗ୍ୟ ବିବେଚିତ ପିଲାଙ୍କୁ ଆଡ଼ମିସନ ନକରେ ତେବେ ଆଗକୁ ଜୋରଦାର ବିରୋଧ ପ୍ରଦର୍ଶନ ସହ କଠୋର ପଦକ୍ଷେପ ନିଆଯିବ ବୋଲି ମହାସଂଘ କହିଛି l
ସେଣ୍ଟ ଅର୍ଣ୍ଣଲଡ଼ ସ୍କୁଲ ଆଗରେ ଅଭିଭାବକ ମହାସଙ୍ଘର ଧାରଣା

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ରାଜନେତା ଓ କାର୍ପୋରେଟଜଗତ ର ବାସ୍ତବ ଚିତ୍ର ହେଉଛି “ପରାଗ’
ଭୁବନେଶ୍ୱର: ସ୍ଥାନୀୟ ଭଞ୍ଜକଳାମଣ୍ଡପ ଠାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସଂଗୀତ ଏକାଡେମୀ ଓ ଓଡିଶା ନାଟ୍ୟ ସଙ୍ଘର ମିଳିତ ଆନୁକୂଲ୍ୟରେ ସାମାଜିକ ନାଟକ "ପରାଗ "ମଞ୍ଚସ୍ଥ ହୋଇଯାଇଛି l ନାଟ୍ୟକାର ସୁବାଷ ପଣ୍ଡାଙ୍କ ରଚିତ ତଥା
ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ବିଭିନ୍ନ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର
ବଲାଙ୍ଗିର: ବଲାଙ୍ଗିର ସାମ୍ବାଦିକ ସୁରକ୍ଷା ଆଇନ ତଥା ବିଭିନ୍ନ ଦାବିରେ ବଲାଙ୍ଗୀର ଜିଲ୍ଲା ପେଶାଦାର ସାମ୍ବାଦିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ପବିତ୍ର ମୋହନ ବେହେରାଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ
କୁଳମଣି ବିଶ୍ୱାଳଙ୍କ “ପ୍ରେମାର୍ଦ୍ଧଶତକ” ପୁସ୍ତକର ହିନ୍ଦୀ ସଂସ୍କରଣ ଉନ୍ମୋଚିତ
ନୂଆଦିଲ୍ଲୀ: ଓଡ଼ିଆ ଭାଷା ସାହିତ୍ୟକୁ ରୁଦ୍ଧିମନ୍ତ କରିବାପାଇଁ ରୀତିଯୁଗୀୟ ସାହିତ୍ୟିରିତିରେ ଓଡ଼ିଆ କବି, ସାହିତ୍ୟିକ, ଲେଖକ, ଚିତ୍ରଶିଳ୍ପୀ ଡ଼ କୁଳମଣି ବିଶ୍ୱାଳଙ୍କ ଦ୍ୱାରା ରଚିତ "ପ୍ରେମାର୍ଦ୍ଧଶତ" କବିତା ପୁସ୍ତକ ହିନ୍ଦୀ ସଙ୍କଳନର ଉନ୍ମୋଚନ ଉତ୍ସବ ସ୍ଥାନୀୟ ଆଇ.ଆଇ.ଏମ.ସି. ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି
ଗୋବିନ୍ଦ ସେବାଦଳର କାଉଡିଆ ସେବା
କଲରଙ୍ଗୀଅତା: ପବିତ୍ର ଶ୍ରାବଣ ମାସରେ ପ୍ରଭୁ ଶିବଶଙ୍କର ମୁଣ୍ଡରେ ଜଳଲାଗି କରିବା ପାଇଁ ସାରା ଦେଶରେ କାଉଡ଼ିଆ ମାନେ ଧାଡ଼ିରେ ଯାଇ ଶିବ ମନ୍ଦିର ଅଭିମୁଖେ ଚାଲି ଚାଲି ଯାଉଥିବା ଦେଖିବାକୁ ମିଳୁଛି। କାଉଡିଆମାନେ ନଦୀରୁ ଜଳ ନେଇ ଶିବ ମନ୍ଦିର
ସମକାଳୀନ ଚିତ୍ର ପ୍ରଦର୍ଶନ
ବାଲିଅନ୍ତା: ଶକୁନ୍ତଳା ଆର୍ଟ ଗ୍ୟାଲେରୀ ପକ୍ଷରୁ "ଇନର ଥଟ" ଶିର୍ଷକ ଏକ ଚିତ୍ରକଳା ପ୍ରଦର୍ଶନୀ ଆଜି ପୂର୍ବାହ୍ନ ରେ ଉଦଘାଟିତ ହୋଇଯାଇଛି। ଗ୍ୟାଲେରୀ ନିର୍ଦେଶକ ଜନାର୍ଦ୍ଦନ ପରମଗୁରୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ରୂପେ ପୁରୀ ଲୋକସଭା ସାଂସଦ ସମ୍ବିତ
ନିର୍ମାଣ ଯୁବ ମହୋତ୍ସବ ୨୦୨୫ ଉଦଯାପିତ
ବାଲିଅନ୍ତା: ବାଳକାଟୀ ର ଅଗ୍ରଣୀ ଶିକ୍ଷାନୁଷ୍ଠାନ ନିର୍ମାଣ ଗ୍ରୁପ୍ ଅଫ୍ ଇନ୍ ଷ୍ଟିଚ୍ୟୁସନ୍ ର ଚଳିତ ବର୍ଷର ନିର୍ମାଣ ଯୁବ ମହୋତ୍ସବ ୨୦୨୫ ଖୁବ୍ ଆଡମ୍ବର ସହକାରେ ଉଦଯାପିତ ହୋଇଯାଇଛି। ନିର୍ମାଣ ଫାଉଣ୍ଡେସନ ଆନୁକୁଲ୍ୟରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି
ଓଡିଶା ଉଦ୍ୟୋଗୀ ପରିବାରର ମାସିକ ବୈଠକ ଅନୁଷ୍ଠିତ
ଭୁବନେଶ୍ୱର: ସ୍ଥାନୀୟ ରସୁଲଗଡ ସ୍ଥିତ ଏସପ୍ଲାନେଡ଼ ଠାରେ ଓଡିଶା ଉଦ୍ୟୋଗୀ ପରିବାରର ମାସିକ ବୈଠକ ଅଧ୍ୟକ୍ଷ ତଥା ବିଶିଷ୍ଟ ଉଦ୍ୟୋଗୀ ଶିବ ନାରାୟଣ ମିଶ୍ରଙ୍କ ସଭାପତିତ୍ବ ଓ ଶ୍ରୀକାନ୍ତ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ଓଡିଶା
ଚିତାଲାଗି ଅମାବାସ୍ୟା
ଶ୍ରାବଣ ଅମାବାସ୍ୟା- ଚିତାଲାଗି ଅମାବାସ୍ୟାମହିମା ମଣ୍ଡିତ ପବିତ୍ର ଜଗନ୍ନାଥ ସଂସ୍କୃତି ଏବଂ ଉକôଳୀୟ ପରମ୍ପରାର ଅନନ୍ୟ ନିଦର୍ଶନ ପବିତ୍ର ଚିତାଲାଗି ଅମାବାସ୍ୟା । ବଡ଼ଠାକୁର ଶ୍ରୀବଳଭଦ୍ର, ମହାପ୍ରଭୁ ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରାଙ୍କ ମସ୍ତକରେ ଶୋଭାପାଉଥିବା ରନô ଖଚିତ ଚିତାଗୁଡ଼ିକୁ ସ୍ନାନପୂର୍ଣ୍ଣିମା ଦିନ
ନାଟକ ରାଜଭୋଗ ମଂଚସ୍ଥ
ଭୁବନେଶ୍ୱର: ପ୍ରାଚୀନ କାଳରୁ ଖାଇବା ପୂର୍ବରୁ ଭଗବାନଙ୍କୁ ଭୋଗ ଅର୍ପଣ କରିବାର ପରମ୍ପରା ରହିଆସିଛି । ମାତ୍ର ଯେତେବେଳେ ରାଜାରାଜୁଡ଼ା ତଥା ଅତ୍ୟାଚାରୀ ମହାରାଜାମାନେ ଶାସନ ଆରମ୍ଭ କଲେ ସେମାନେ ନିଜକୁ ଈଶ୍ୱରଙ୍କ ପ୍ରତିନିଧି ବା ଈଶ୍ୱର ଭାବେ ମନେକଲେ ।
ଶହୀଦ୍ ରଘୁନାଥ ମହାନ୍ତିଙ୍କ ୧୧୬ତମ ଜୟନ୍ତୀ ଅନୁଷ୍ଠିତ
ଭୁବନେଶ୍ୱର: ରଣପୁର ପ୍ରଜା ଆନେ୍ଦାଳନର ନେତୃତ୍ୱ ନେଇ ଶହୀଦ୍ ହୋଇଥିବା ଯୁବ କବି, ବିପ୍ଳବୀ, ସଂଗ୍ରାମୀ ତଥା ନୟାଗଡ଼ ମାଟିର ଅମର ଶହୀଦ୍ ରଘୁନାଥ ମହାନ୍ତିଙ୍କ ୧୧୬ତମ ଜୟନ୍ତୀ ସ୍ଥାନୀୟ ୟୁନିଟ୍ -୯ସ୍ଥିତ ରଘୁ-ଦିବାକରଙ୍କ ପ୍ରତିମୂର୍ତିସ୍ଥଳଠାରେ ପୁଷ୍ପମାଲ୍ୟ ଅର୍ପଣ ସହ ଶ୍ରଦ୍ଧାଞ୍ଜଳି
ମା’ ବାଉତୀ ପୀଠରେ ସଫେଇ କାର୍ଯ୍ୟକ୍ରମ
ଭୁବନ: ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି ସଫେଇ କାର୍ଯ୍ୟକ୍ରମ ସହ ବୃକ୍ଷରୋପଣ ଅଭିଯାନ। ସାରା ରାଜ୍ୟରେ ବୃକ୍ଷରୋପଣ ଅଭିଯାନ ଆରମ୍ଭ ହୋଇଥିବାବେଳେ ଏହି ଅବସରରେ ଓଡ଼ିଶ ଗ୍ରାମରେ ମଧ୍ୟ ଅନୁରୂପ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଛି।
ସରକାର ସମ୍ବେଦନଶୀଳ ହୁଅନ୍ତୁ: ଘରୋଇ ନର୍ସିଂ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସଙ୍ଘ
ଭୁବନେଶ୍ୱର: ସ୍ଥାନୀୟ ୟୁନିଟ 9 ସ୍ଥିତ ବୁଦ୍ଧମନ୍ଦିର ପରିସରରେ ଘରୋଇ ନର୍ସିଂ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସଙ୍ଘର ବୈଠକ ଅନୁଷ୍ଠିତ ହୋଇଥିଲା l ସଙ୍ଘର ସଭାପତି ଅଜିତ ଦାସ ଓ ସମ୍ପାଦକ ଡ଼ଃ ପ୍ରଦୀପ କୁମାର ବିଶ୍ୱାଳ, କାର୍ଯ୍ୟକାରୀ ସଭ୍ୟା ହିରନମୟ
ଯୁବ ସମାଜସେବୀ ରଞ୍ଜନ ମହାପାତ୍ରଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର
ବାଲିଅନ୍ତା: ମାଆ ପାଇଁ ଗଛଟିଏ 2.o ଅଭିଯାନ ଉପଲକ୍ଷେ ଖୋର୍ଦ୍ଧା ବନଖଣ୍ଡ ଅଧିନସ୍ଥ ବରୁଣେଇ ଶିଆଳିଆ ଠାରେ ଆୟୋଜିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲିଅନ୍ତା ବ୍ଲକ୍ ଯଶୁଆପୁର ଗ୍ରାମର ଯୁବ ସମାଜସେବୀ ରଞ୍ଜନ କୁମାର ମହାପାତ୍ରଙ୍କୁ ସମ୍ମାନ
ପିକକ ପକ୍ଷରୁ ବୃକ୍ଷ ରୋପଣ
ବାଲିଅନ୍ତା: ଅଗ୍ରଣୀ ସ୍ବେଚ୍ଛାସେବୀ ସଂସ୍ଥା ପିପୁଲସ କଲଚରାଲ ସେଣ୍ଟର୍ (ପିକକ୍) ର ଉଦ୍ୟମରେ ବାଲିଅନ୍ତା ବ୍ଲକର ପୁରୋହିତପୁର, ଝିଇଁଣ୍ଟିଶାସନ, ବାଲିଅନ୍ତା ଓ ଜଗନ୍ନାଥପୂର୍ ପଞ୍ଚାୟତର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହେଲା। ଏହି ଅବସରରେ ଜଗନ୍ନାଥପୁର ପଞ୍ଚାୟତ ସାଇ
ନୂତନ ରେଞ୍ଜ ଅଧିକାରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା
ବଲାଙ୍ଗୀର: ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ଡିଭିଜନ ଅନ୍ତର୍ଗତ ସଇଁନ୍ତଳା କେନ୍ଦୁପତ୍ର ରେଞ୍ଜ ରେ ନୂତନ ଭାବେ ରେଞ୍ଜ ଦାୟିତ୍ବ ଗ୍ରହଣ କରିଥିବା ରେଞ୍ଜ ଅଧିକାରୀ ହେମସାଗାର ସାହୁ ଙ୍କୁ ଆଜି ସଇଁନ୍ତଳା ରେଞ୍ଜ ତରଫରୁ କେନ୍ଦୁପତ୍ର ପତ୍ର ରେଞ୍ଜ ସଭାପତି ପ୍ରଶାନ୍ତ
ଚନ୍ଦନଭାଟି ପେକ୍ସରେ ପ୍ରଥମ ଥର ଲାଗି ଉପଯୁକ୍ତ ମାନ ବହନ କରୁଥିବା ତୈଳ ଜାତୀୟ ବୀଜ କ୍ରୟର ଶୁଭାରମ୍ଭ
ବଲାଙ୍ଗିର: ଓଡିଶା ରାଜ୍ୟ ସମବାୟ ବାଣିଜ୍ୟ ମହାସଂଘ ଲିଃ. ଓ ଆଂଚଳିକ କ୍ଷେତ୍ର ପରିଚାଳକ ମାର୍କଫେଡ଼, ବଲାଙ୍ଗୀରଙ୍କ ଦ୍ୱାରା ବଲାଙ୍ଗୀର ଜିଲ୍ଲାର ଚନ୍ଦନଭାଟି ପେସ୍କରେ ପ୍ରଥମ ଥର ଲାଗି ଉପଯୁକ୍ତ ମାନ ବହନ କରୁଥିବା ତୈଳ ଜାତୀୟ ବୀଜ କ୍ରୟର ଶୁଭାରମ୍ଭ
ମୋବାଇଲ ଚୋରଙ୍କୁ କାବୁ କଲା କଣ୍ଟାବାଞ୍ଜି ରେଲୱେ ଅଟୋ ସଂଘ
ବଲାଙ୍ଗିର: ସ୍ୱତନ୍ତ୍ର ବାର୍ତ୍ତା ବ୍ୟୁରୋ ବଲାଙ୍ଗିର ଜିଲା ର କଣ୍ଟାବାଞ୍ଜି ରେଲୱେ ଷ୍ଟେସନରୁ ମୋବାଇଲ ଚୋରି ଅଭିଯୋଗରେ ତିନି ଅଭିଯୁକ୍ତଙ୍କୁ କାବୁ କରି ଜିଆର୍ପିକୁ ଜିମା ଦେଲେ କଣ୍ଟାବାଞ୍ଜି ରେଲୱେ ଅଟୋ ସଂଘ । ଦିନକୁ ଦିନ କଣ୍ଟାବାଞ୍ଜି ରେଲୱେ ଷ୍ଟେସନରେ
୨୩ ଓ ୨୪ରେ ମାରୱାଡି ମହିଳା ସମିତି ଭୁବନେଶ୍ଵର ପକ୍ଷରୁ ସାଓନ ମେଳା
ଭୁବନେଶ୍ୱର: ମାରୱାଡି ମହିଳା ସମିତି, ଭୁବନେଶ୍ବର ଶାଖା ପକ୍ଷରୁ ଆସନ୍ତା ୨୩ ଓ ୨୪ ଜୁଲାଇରେ ସାନ ମେଳାର ଆୟୋଜନ ହେବାକୁ ଯାଉଅଛି । ଏହି ସମିତି ମହିଳାମାନଙ୍କ ପ୍ରତିଭା ଏବଂ ଉଦ୍ୟୋଗୀ ମନୋଭାବକୁ ପ୍ରଦର୍ଶନ କରିବା ପାଇଁ ଏକ ପ୍ଲାଟଫର୍ମ
ସ୍ୱେଚ୍ଛାସେବୀଙ୍କ ଦ୍ୱାରା ସ୍ୱଚ୍ଛତା ଅଭିଯାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ
ଭୁବନ: ସାରା ରାଜ୍ୟରେ ବୃକ୍ଷରୋପଣ ଅଭିଯାନ ଚାଲିଥିବାବେଳେ ଏହି ଅବସରରେ ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ଗ୍ରାମପଂଚାୟତରେ ମଧ୍ୟ ସାମାଜିକ ଅନୁଷ୍ଠାନ ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ର ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ସଫେଇ କାର୍ଯ୍ୟ ସହ ବୃକ୍ଷରୋପଣ କାର୍ଯ୍ୟକ୍ରମ
ଦିଲ୍ଲୀ ପବ୍ଲିକ୍ ସ୍କୁଲରେ ବାହୁଡ଼ାଯାତ୍ରା ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ
ଭୁବନେଶ୍ୱର: ଦିଲ୍ଲୀ ପବ୍ଲିକ୍ ସ୍କୁଲର ଶ୍ରେଣୀର୩ ର ଛାତ୍ରଛାତ୍ରୀମାନେ ଅତି ଆନନ୍ଦ ଓ ଭକ୍ତିଭାବରେ ଶ୍ରୀଜଗନ୍ନାଥଙ୍କର ରଥଯାତ୍ରା ଓ ବାହୁଡ଼ାଯାତ୍ରା ଉତ୍ସବ ପାଳନ କରିଛନ୍ତି। ଏହି ଅବସରରେ ଛାତ୍ରଛାତ୍ରୀମାନେ ନିଜ ହସ୍ତରେ କାଗଜ ଓ ରଙ୍ଗିନ କାଗଜରେ ଛୋଟ ରଥ ତିଆରି

Politics

ମନ୍ଦାକିନୀ ବାଣୁଆଁ ବଲାଙ୍ଗୀରର ଯୁବ କଂଗ୍ରେସ ପ୍ରଭାରୀ

ବଲାଙ୍ଗିରର ବିକାଶ ସାରା ରାଜ୍ୟ ଓ ଦେଶର ବିକାଶ: ଧର୍ମେନ୍ଦ୍ର ପ୍ରଧାନ
Entertainment

ବଳଙ୍ଗା ପୀଡିତାଙ୍କ ଶେଷକୃତ୍ୟ ସମ୍ପନ୍ନ
