ସୋହେଲାରେ ଚାଷୀ ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ବରଗଡ଼: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବରଗଡ଼ ଜିଲ୍ଲା ସୋହେଲାର ଇଚ୍ଛାପାଲି ପଡ଼ିଆଠାରେ ଆୟୋଜିତ ଚାଷୀ ସମାବେଶରେ ଚାଷୀଙ୍କୁ ୮୦୦ ଟଙ୍କାର ବୋନସ୍ ପ୍ରଦାନ କରାଯିବାର କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମ ଅବସରରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ସାଂସଦ ପ୍ରଦୀପ ପୁରୋହିତ, ବିଧାୟକ ଈରାଶିଷ ଆଚାର୍ଯ୍ୟ, ଅଶ୍ବିନୀ ଷଡ଼ଙ୍ଗୀ ଓ ସନତ ଗଡ଼ତିୟା, ପଦ୍ମଶ୍ରୀ ହଳଧର ନାଗ ଓ ପଦ୍ମଶ୍ରୀ ଭାଗବତ ପ୍ରଧାନ ପ୍ରମୁଖ ବ୍ୟକ୍ତିବିଶେଷ ଉପସ୍ଥିତ ଅଛନ୍ତି । ପୂର୍ବ ନବୀନ ସରକାର ସୋହେଲାର ହଳଦୀପାଲି ପଡ଼ିଆକୁ ଆସି ଚାଷୀଙ୍କୁ ୧୦୦ ଟଙ୍କା ବୋନସଦେବାକୁ କହି ଠକି ଛନ୍ତି ବୋଲି ଉପସ୍ଥିତ ଅତିଥି ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ଚାଷୀମାନଙ୍କୁ କହିଥିଲେ। । ସେହି ପଡ଼ିଆରେ ବିଜେପି ସରକାର ଚାଷୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ବରଗଡ଼ ଆସିଛନ୍ତି ।
ଚାଷୀଙ୍କୁ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ରକ୍ଷା ପାଇଁ ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବରଗଡ଼ ଗସ୍ତରେ ଯାଇଛନ୍ତି। ବରଗଡ଼ ଜିଲ୍ଲା ସୋହେଲା ଗସ୍ତ କରି ଚାଷୀମାନଙ୍କୁ ୮ ଶହ ଟଙ୍କା ସବସିଡି ଡିବିଟି ମାଧ୍ୟମରେ ପ୍ରଦାନ କାର‌୍ୟ୍ୟର ଶୁଭାରମ୍ଭ କରିଛନ୍ତି ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News