ସ୍ବର୍ଗତ ଭୀମସେନ ରାମ ଥିଲେ ସମାଜସେବାର ସମର୍ପିତ ପ୍ରତିଭା 

ଭୁବନେଶ୍ୱର: ସାମାଜିକ ଅନୁଷ୍ଠାନ ନାରାୟଣ ସେବା ଫାଉଣ୍ଡେସନ ଓ ନାରାୟଣ ସେବା ସଙ୍ଘ ବାପୁକୁଟି ପକ୍ଷରୁ ବିଶିଷ୍ଟ ସମାଜସେବୀ, ଗୋସେବାର ମହାନ ବ୍ୟକ୍ତିତ୍ୱ, ଅସହାୟ, ଅଭାବୀଙ୍କ ସାହା ଭରଷା ତଥା ବହୁ ସାମାଜିକ କାର୍ଯ୍ୟ ହାତକୁ ନେଇ ଆସୁଥିବା ସାରସ୍ୱତ ପ୍ରତିଭା ସ୍ବର୍ଗତ ଭୀମସେନ ରାମଙ୍କ କୋଡିଏ ତମ ଶ୍ରଦ୍ଧାଞ୍ଜଳି ସଭା ଓ ସ୍ମୃତିଚାରଣ ସ୍ଥାନୀୟ ବୋଲଗଡ ଠାରେ ଥିବା ତାଙ୍କ ସ୍ମାରକସ୍ଥଳ ପଂକାଳ ସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ ସହ ଶ୍ରଦ୍ଧାଞ୍ଜଳି ଅନୁଷ୍ଠିତ ହୋଇ ଯାଇଛି I ଫାଉଣ୍ଡେସନର ପ୍ରତିଷ୍ଠାତା, ସମାଜସେବୀ ସୀତାଂଶୁ ଶେଖର ମହାରଣା ଙ୍କ ପୌରହିତ୍ୟ ଓ ସମ୍ପାଦିକା ସମିତା ମହାରଣାଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଶିଷ୍ଟ ଶିକ୍ଷାବିତ, ସମାଜସେବୀ ସୁନୀଲ ମିଶ୍ର, ସମ୍ମାନିତ ଅତିଥି ଭାବେ ସମାଜସେବୀ ଗୌରାଙ୍ଗ ଚମ୍ପତ୍ତି, ଉପଦେଷ୍ଟା କାଶୀ ନାଥ ହୋତା, ରୀନା ଲେଙ୍କା, ନିରଞ୍ଜନ ସାହୁ, ତପନ ପଟନାୟକ ପ୍ରମୁଖ ଉପସ୍ଥିତ ରହିବା ସହ ସ୍ବର୍ଗତ ଭୀମସେନଙ୍କୁ ଜଣେ ସମାଜସେବା, ଗୋସେବା, ପରିବେଶ ସହିତ ଆଦିବାସୀ ଓ ଅସହାୟ ବ୍ୟକ୍ତି ବିଶେଷଙ୍କ ପାଇଁ ସମର୍ପିତ ଭାବେ କାର୍ଯ୍ୟ କରିବା ପ୍ରମୁଖ ସମ୍ପର୍କରେ ସ୍ମୃତି ଚାରଣ ପୂର୍ବକ ମତବ୍ୟକ୍ତ କରିଥିଲେ I ଆଜିର ଯୁବପିଢ଼ି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୁଅନ୍ତୁ ବୋଲି ଅତିଥିମାନେ କହିଥିଲେ I ସ୍ଥାନୀୟ ସମାଜସେବୀ, ସଂଗଠନ ବିଶେଷ ପ୍ରମୁଖ ଉପସ୍ଥିତ ରହିବା ସହ ଶ୍ୟାମ ସୁନ୍ଦରପୁର ଆଦିବାସୀ ସାହିଠାରେ ଗ୍ରାମବାସୀଙ୍କୁ ମିଷ୍ଟନ ବଣ୍ଟନ କରାଯାଇଥିଲା ବୋଲି  ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି I

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page