ଭୁବନେଶ୍ୱର: ବରିଷ୍ଠ ସମାଜସେବୀକା, ସରଳ, ମିଷ୍ଠଭାଷୀ ବ୍ୟକ୍ତିତ୍ୱ ର ଅଧିକାରୀ ସ୍ବର୍ଗତ ହେମଲତା ସାହୁଙ୍କ 11 ତମ ସ୍ମୃତି ଚାରଣ ଦିବସ ସ୍ଥାନୀୟ ଖଣ୍ଡଗିରି ସ୍ଥିତ ସତ୍ୟ ମହିମା ଆଶ୍ରମ ଠାରେ ନିଆରା ଭାବେ “ସାମାଜିକ ଅନୁଷ୍ଠାନ ମହିମା ସେବା ଫାଉଣ୍ଡେସନ “ପକ୍ଷରୁ ପରିଚାଳନା ନିର୍ଦ୍ଧେଶକ ନାରାୟଣ ଖୁଣ୍ଟିଆଙ୍କ ପୌରହିତ୍ୟ ଓ ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ ଙ୍କ ସଂଯୋଜନା ରେ ଆୟୋଜିତ ହୋଇ ଯାଇଛି l ଶୂନ୍ୟ ପ୍ରଭୁଙ୍କୁ ପ୍ରଦୀପ ପ୍ରଜ୍ବଳନ ସହ ବିଶ୍ୱ ବାସୀ ଙ୍କ ମଙ୍ଗଳ କାମନା ସହ କାର୍ଯ୍ୟକ୍ରମ ର

ଶୁଭାରମ୍ଭ କରାଯାଇଥିଲା l ଏହି ଅବସରରେ କିଛି ଅସହାୟ, ଅଭାବୀ ମା ମାନଙ୍କୁ ଖାଦ୍ୟ ଓ ବସ୍ତ୍ର ବଣ୍ଟନ କରାଯାଇଥିଲା lମୁଖ୍ୟ ଅତିଥି ଭାବେ ମହିମା ସାଧୁ ମଧୁସୂଦନ ଦାସ, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ, ସମାଜସେବୀକା ସୁକାନ୍ତି ପଣ୍ଡା, ସୁମିତ୍ରା ସାହୁ, ସସ୍ମିତା ପାହାଡ଼ ସିଂ, ବରିଷ୍ଠ ସମାଜସେବୀ ପଦ୍ମ ଚରଣ ବେହେରା ଉପସ୍ଥିତ ରହିବା ସହ ଅସହାୟ,ଅଭାବୀଙ୍କ ସେବା ମାଧବ ଙ୍କ ସେବା ସହିତ ସମାନ ବୋଲି ମତବ୍ୟକ୍ତ କରିବା ସହିତ ନିଜ ନିଜ ସାଧ୍ୟମତେ ଅସହାୟ ଙ୍କୁ ସାହାଯ୍ୟ ଓ ସହଯୋଗ ର ହସ୍ତ ବଢ଼ାନ୍ତୁ ବୋଲି ଅତିଥି ମାନେ ମତ ବ୍ୟକ୍ତ କରିଥିଲେ lସ୍ୱର୍ଗତ ହେମଲତାଙ୍କ ସୁପୁତ୍ର ବାବାଜୀ ସାହୁ, ସାମ୍ବାଦିକା ରୀନା ମହାନ୍ତି କାର୍ଯ୍ୟକ୍ରମ କୁ ପ୍ରମୁଖ ପରିଚାଳନା କରିଥିବା ବେଳେ ସହଯୋଗ କରିଥିଲେ ସବିତା ବେହେରା, ଐଶ୍ଵର୍ଯା ତ୍ରିପାଠୀ l