ସ୍ୱାଧୀନତା ସଂଗ୍ରାମୀ ନୀଳକଣ୍ଠ ମିଶ୍ର ୨୦ତମ ଶ୍ରାଦ୍ଧବାର୍ଷିକୀ ଅନୁଷ୍ଠିତ

ଭୁବନେଶ୍ୱର: ସ୍ଥାନୀୟ ୟୁନିଟ୍‌-୯ ସ୍ଥିତ ବୁଦ୍ଧ ମନ୍ଦିର ପରିସରରେ ନୀଳକଣ୍ଠ ମିଶ୍ର ସେବା ପ୍ରତିଷ୍ଠାନ ପକ୍ଷରୁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ମହାନ୍ ଶିକ୍ଷାବିତ୍‌, ସମାଜସେବୀ ତଥା ବେଗୁନିଆ ଗାନ୍ଧୀ ଭାବେ ସୁପରିଚିତ ସ୍ୱର୍ଗତ ନୀଳକଣ୍ଠ ମିଶ୍ରଙ୍କ ୨୦ତମ ଶ୍ରାଦ୍ଧବାର୍ଷିକ ସହ ସ୍ମୃତିଚାରଣ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠାନର ସଂପାଦକ ବିଶିଷ୍ଟ ସମାଜସେବୀ ଶିବ ନାରାୟଣ ମିଶ୍ରଙ୍କ ପୌରହିତ୍ୟ ଓ ସଭାପତି ତଥା ପୂର୍ବତନ ବିଧାୟକ ଖୋର୍ଦ୍ଧା ଡଃ ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ସଭାପତିତ୍ୱରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ପ୍ରାରମ୍ଭରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋ ଓ ସ୍ୱର୍ଗତ ନୀଳକଣ୍ଠ ମିଶ୍ରଙ୍କ ତୈଳ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ତୁଳସୀ ବୃକ୍ଷରେ ଅତିଥିମାନଙ୍କ ଦ୍ୱାରା ଜଳ ଅର୍ପଣ କରାଯିବା ସହିତ ସଦାଶିବ ମିଶ୍ରଙ୍କ ଦ୍ୱାରା ବେଦମନ୍ତ୍ର ଉଚ୍ଚାରଣ କରାଯାଇଥିଲା। ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିବା ସହ ଡଃ ସୁରେନ୍ଦ୍ରନାଥ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଗତ କାଲି ବିମାନ ଦୂର୍ଘଟଣାରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ପାଇଁ ୨ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଜେପି ରାଜ୍ୟ ଉପସଭାପତି ଗୋଲକ ଚନ୍ଦ୍ର ମହାପାତ୍ର ମୁଖ୍ୟବକ୍ତା ଭାବେ, ବରିଷ୍ଠ ସାମ୍ବାଦିକ ତଥା ପ୍ରଗତିବାଦୀର କାର୍ଯ୍ୟକାରୀ ସଂପାଦକ ବିରୁପାକ୍ଷ ତ୍ରିପାଠୀ ଉପସ୍ଥିତ ରହିବା ସହ ସ୍ୱର୍ଗତ ମିଶ୍ର ଜଣେ ଆଦର୍ଶ ଶିକ୍ଷାବିତ୍‌, ମହାନ୍ ସ୍ୱାଧୀନତା ସଂଗ୍ରାମୀ ତଥା ବେଗୁନିଆ ଗାନ୍ଧୀ ଭାବେ ବେଶ ସୁପରିଚିତ ଥିଲେ। ଜଣେ ନୀତିନିଷ୍ଠ ଆଦର୍ଶ ବ୍ୟକ୍ତିତ୍ୱ ଭାବେ ତାଙ୍କ କାର୍ଯ୍ୟଧାରା ଆଗାମୀ ପିଢ଼ି ପାଇଁ ଏକ ଉଦାହରଣ ସୃଷ୍ଟି କରିବ ବୋଲି ମୁଖ୍ୟଅତିଥି ଶ୍ରୀଯୁକ୍ତ ମହାପାତ୍ର ମତବ୍ୟକ୍ତ କରିଥିଲେ। ମୁଖ୍ୟବକ୍ତା ଶ୍ରୀଯୁକ୍ତ ତ୍ରିପାଠୀ ମତବ୍ୟକ୍ତ କରିଥିଲେ ଯେ ସରକାର କୁଟୁମ୍ବ ପେନସନ କାର୍ଯ୍ୟକାରୀ କରନ୍ତୁ ଏବଂ ସ୍ୱାଧୀନତା ସଂଗ୍ରାମୀ ଉତରଦାୟଦ ମାନଙ୍କ ପାଇଁ ଆବଶ୍ୟକ ସୁବିଧା କରିବାକୁ ଅନୁରୋଧ କରିଥିଲେ। ସଂପାଦକ ତଥା ବିଶିଷ୍ଟ ସମାଜସେବୀ ଶିବ ନାରାୟଣ ମିଶ୍ର ସଂପାଦକୀୟ ବିବରଣୀ ପ୍ରଦାନ କରିବା ସହ ବିଭିନ୍ନ ଜିଲ୍ଲାରୁ ଆସିଥିବା ସ୍ୱାଧୀନତା ସଂଗ୍ରାମୀ ଉତରଦାୟଦ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧନା କରିବା ସହ ସ୍ୱାଗତ କରିଥିଲେ। ଏହି ଅବସରରେ ୫ ଜଣ ସାରସ୍ୱତ ପ୍ରତିଭା ପ୍ରଫେସର ଡଃ ନିହାର ରଞ୍ଜନ ପଟ୍ଟନାୟକଙ୍କୁ ନୀଳକଣ୍ଠ ମିଶ୍ର ଶିକ୍ଷା ସମ୍ମାନ, ମନୋଜ ଜେନା ସମାଜ ସେବା, ବୀରବର ବିଶ୍ୱାଳ ସ୍ୱାସ୍ଥ୍ୟ ଓ ଶିକ୍ଷା, ଡଃ ବ୍ୟୋମକେଶ ଦିକ୍ଷୀତ ସ୍ୱାସ୍ଥ୍ୟସେବା ଓ ବିଜୟ କୁମାର ତ୍ରିପାଠୀଙ୍କୁ ସ୍ୱାଧୀନତା ସଂଗ୍ରାମୀ ଦାୟଦ ସମ୍ମାନ ୨୦୨୫ ପ୍ରଦାନ କରାଯାଇଥିଲା। ଶେଷରେ ଧନ୍ୟବାଦ ଅର୍ପଣ ଶିକ୍ଷାବିତ୍ ସର୍ବନାରାୟଣ ମିଶ୍ର ପ୍ରଦାନ କରିଥିବା ବେଳେ କାର୍ଯ୍ୟକ୍ରମକୁ ପ୍ରମୁଖ ସମାଜସେବୀ ଶୀତାଂଶୁ ଶେଖର ମହାରଣା, ତୁଷାର ଘୋଷ, ସାମ୍ବାଦିକ ରମେଶ କୁମାର ମହାପାତ୍ର, ପ୍ରଜ୍ଞା ଓ ସତ୍ୟବ୍ରତ ଜେନା ପରିଚାଳନା କରିଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page