ସ୍ୱାସ୍ଥ୍ୟବୀମା ରାଶି ବୃଦ୍ଧି ଓ ପେନସନ୍ ଦାବି ନେଇ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର: ରାଜ୍ୟର ସର୍ବପୁରାତନ ତଥା ସର୍ବବୃହତ ସାମ୍ବାଦିକ ସଂଘ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ୱର ସ୍ଥିତ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସଭାପତି ବିଭୂତି ଭୂଷଣ କରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ, ରାଜ୍ୟରେ ପ୍ରଚଳିତ ସ୍ୱାସ୍ଥ୍ୟବୀମା ଯୋଜନାର ଅର୍ଥରାଶି ଦଶ ଲକ୍ଷକୁ ବୃଦ୍ଧି, ଦେଶର ଅନ୍ୟାନ୍ୟ ଅଠର ଗୋଟି ରାଜ୍ୟ ଭଳି ଓଡ଼ିଶାର କାର୍ଯ୍ୟରତ ସାମ୍ବାଦିକଙ୍କୁ ପେନସନ ପ୍ରଦାନ‌ ଓ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ଦାବି ସମ୍ପର୍କରେ ସବିଶେଷ ଆଲୋଚନା କରାଯାଇଥିଲା। ଉପରୋକ୍ତ ଦାବି ନେଇ ଆଗାମୀ ଦିନରେ ରାଜ୍ୟର ସମସ୍ତ ଜିଲ୍ଲାରେ ବିକ୍ଷୋଭ ସମାବେଶ ମାଧ୍ୟମରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପାଇଁ ନିଷ୍ପତ୍ତି ନିଆଗଲା। ବୈଠକରେ ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା ବାର୍ଷିକ ବୀବରଣୀ ପଠନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ହାରଧନ୍ ବାନାର୍ଜୀ ଓ ପୂର୍ଣ୍ଣଚନ୍ଦ୍ର ନାୟକ, ଉପସଭାପତି ସତ୍ୟନାରାୟଣ ମିଶ୍ର, ପ୍ରଦୀପ ତ୍ରିପାଠୀଙ୍କ ସମେତ ଉପଦେଷ୍ଟା ବଙ୍କୀମ୍ ଚନ୍ଦ୍ର ନାୟକ, ପ୍ରସନ୍ନ ତ୍ରିପାଠୀ ଓ କୋଷାଧ୍ୟକ୍ଷ ରାଜେନ୍ ଚୋଧୁରୀ ଙ୍କ ସମେତ ପଚିଶି ଗୋଟି ଜିଲ୍ଲାରୁ ଯୋଗଦେଇଥିବା ସଭାପତି, ସମ୍ପାଦକ ଓ କାର୍ଯ୍ୟକାରିଣୀ ସଦସ୍ୟ ସର୍ବଶ୍ରୀ ରଜନୀକାନ୍ତ ମିଶ୍ର, ଲୋକନାଥ ଦଳେଇ, ମଦନ ପାଣି, ମୋନୋଜ ଦାଶ, ସୁରେଶ ଦାଶ, ଦେବାଶିଷ ପୁରୋହିତ,ଅବ୍ୟକ୍ତ ଖାଡଙ୍ଗା, ଅଶୋକ ମିଶ୍ର, ପ୍ରତାପ ବରାଳ, ରାଧାକାନ୍ତ ମିଶ୍ର, ସଞ୍ଜୟ ପତି,ଦ୍ଵୀଜେନ୍ ପାଢ଼ୀ, ସନ୍ତୋଷ ପାଣିଗ୍ରାହୀ, ରାଜୀବ ଲୋଚନ ଦାସ, ପବିତ୍ର ମହାରଥା, ପ୍ରଶାନ୍ତ ସାହୁ,ପବିତ୍ର ମହାନ୍ତି, ଶିବସରଣ ମିଶ୍ର, କମଳଲୋଚନ ଦୀକ୍ଷିତ, ଦେବାନନ୍ଦ ତାଣ୍ଡି ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page