ହରିପୁର ଶାସନରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ହରିପୁର ଶାସନ ସ୍ଥିତ ଶ୍ରୀ ଶ୍ରୀ ଶ୍ରୀ ପ୍ରତାପେଶ୍ୱର ଦେବ ପ୍ରାଥମିକ କୃଷି ସମବାୟ ସମିତି କାର୍ଯ୍ୟାଳୟ ଠାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ସମବାୟ ପତାକା କୁ ହରିପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ବଳଭଦ୍ର ବଳବନ୍ତରାୟ ଉତ୍ତୋଳନ କରିଥିଲେ।ଏଥିରେ ସହଯୋଗ କରିଥିଲେ ପୂର୍ବତନ ସରପଞ୍ଚ ପ୍ରଶାନ୍ତ କୁମାର ସ୍ବାଇଁ। ଏହି ଉତ୍ସବରେ ମହିଳା ବିଶ୍ଵ ଭାରତୀ ମହାସଂଘର ସମ୍ପାଦିକା

ନିରୁପମା ପରିଡ଼ାଙ୍କର ନେତୃତ୍ୱରେ ମହିଳା ସଂୟ ସହାୟିକା ଗୋଷ୍ଠୀର ମହିଳାମାନେ ଉତ୍ସବକୁ ସରସ ସୁନ୍ଦର କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପାଲା ଗାୟକ ଦକ୍ଷିଣ କେଶରୀ ରାମଚନ୍ଦ୍ର କର, ଶିକ୍ଷାବିତ୍ ହରିବନ୍ଧୁ ଜେନା, ଗ୍ରାମ୍ୟ ସଭାପତି ବସନ୍ତ କୁମାର ଜେନା, ଆଦିତ୍ୟ ପାଇକରାୟ, ଅଶୋକ କୁମାର ପଟ୍ଟନାୟକ, ପୂର୍ବତନ ସମବାୟ ସମିତିର ସଭାପତି ଗୋଦାବରୀଶ ବେହେରା, ସଦାନନ୍ଦ ସାମନ୍ତରାୟ, କେଳୁଚରଣ ପରିଡ଼ା ପ୍ରଭୂତିଙ୍କ ସହ ସମବାୟ ସମିତିର ସଭ୍ୟ, ସଭ୍ୟା ଓ ଅନ୍ୟାନ୍ୟ କୃଷକ ଭାଇ ମାନେ ଯୋଗଦେଇ ଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ ସମବାୟ ସମିତିର ସକ୍ରିୟ ସଦସ୍ୟ ଚିତ୍ତରଞ୍ଜନ ବଳବନ୍ତରାୟ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page