ହୋଲିରେ ମିଳିବ ବଡ଼ ଭେଟି

ହୋଲି ଏବଂ ଇଦ୍ ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ବଡ଼ ଭେଟି। କେନ୍ଦ୍ର ସରକାର କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଦେଇପାରନ୍ତି ଉପହାର। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି କେନ୍ଦ୍ର କ୍ୟାବିନେଟ ବୈଠକରେ ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ପାଇଁ ଘୋଷଣା କରାଯାଇପାରେ। ଆଜିର କ୍ୟାବିନେଟ ବୈଠକରେ, ସରକାରୀ କର୍ମଚାରୀ-ପେନସନଭୋଗୀଙ୍କ ମହଙ୍ଗା ଭତ୍ତା ଏବଂ ମହଙ୍ଗା ସହାୟତା ୫୩ ପ୍ରତିଶତରୁ ୫୬ ପ୍ରତିଶତକୁ ୩ ପ୍ରତିଶତ ବୃଦ୍ଧି କରାଯାଇପାରେ। ପ୍ରାୟ ଏକ କୋଟି ସରକାରୀ କର୍ମଚାରୀ ଏବଂ ପେନସନଭୋଗୀ କେନ୍ଦ୍ର ସରକାରଙ୍କ ଏହି ମହଙ୍ଗା ଭତ୍ତା ବୃଦ୍ଧି ପାଇଁ ଅପେକ୍ଷା କରିଛନ୍ତି। ଆସନ୍ତା ସପ୍ତାହରେ ୧୪ ମାର୍ଚ୍ଚରେ ହୋଲି ଏବଂ ମାସ ଶେଷରେ ଇଦ ପର୍ବ। କେନ୍ଦ୍ରୀୟ କର୍ମଚାରୀ-ପେନସନଭୋଗୀଙ୍କ ମହଙ୍ଗା ଭତ୍ତା (ଊଇ) ଏବଂ ମହଙ୍ଗା ରିଲିଫ (ଊଜ) ୩ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ। ବର୍ତ୍ତମାନ ସେମାନଙ୍କର ମହଙ୍ଗା ଭତ୍ତା ୫୩ ପ୍ରତିଶତ ଏବଂ ଏହା ବୃଦ୍ଧି ପାଇବା ସହିତ, ଏହା ମୋଟ ୫୬ ପ୍ରତିଶତରେ ପହଞ୍ଚିବ। କ୍ୟାବିନେଟ ବୈଠକରେ ସରକାର ଏ ବିଷୟରେ ଆଜି ନିଷ୍ପତ୍ତି ନେଇପାରନ୍ତି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page