ଭୁବନେଶ୍ୱର: ଶନିବାର ଜଳସେଚନ କ୍ଷେତ୍ରରେ ଏକ ସୁବର୍ଣ୍ଣ ଅଧ୍ୟାୟ ସୃଷ୍ଟି ହୋଇଛି । ଗୋଟିଏ ଦିନରେ ୩,୦୩୭ କୋଟି ଟଙ୍କାରେ ୫୨ଟି ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିରେ ୪ଟି ଜିଲାରେ ୧୩୧ କୋଟି ଟଙ୍କା ବ୍ୟୟରେ ୬ଟି ପ୍ରକଳ୍ପର ଉଦ୍ଘାଟନ ହୋଇଥିବା ବେଳେ ୧୫ଟି ଜିଲାରେ ୨୯୦୬ କୋଟି ଟଙ୍କାରେ ୪୬ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି ।ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଚାଷୀର କଲ୍ୟାଣ ଓ କୃଷିର ବିକାଶ ମୋ ପାଇଁ ସବୁବେଳେ ପ୍ରାଥମିକତା ହୋଇ ରହିଆସିଛି । ମୁଁ ପ୍ରତିଦିନ ଭୁବନେଶ୍ୱରରେ ବିଭିନ୍ନ ଅଞ୍ଚଳର ଚାଷୀ ଭଉଣୀଭାଇମାନଙ୍କୁ ଭେଟୁଛି ବୋଲି ପ୍ରକାଶ କରି ସେ କହିଥିଲେ, ଚାଷୀଙ୍କ ପାଇଁ ଆମର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମ ଖୁବ୍ ଭଲ କାମ କରୁଛି । ଏହି ସବୁ ପ୍ରକଳ୍ପଗୁଡ଼ିକରେ ୫-ଟି ଉପକ୍ରମ ଅଧୀନରେ ଟେକ୍ନୋଲୋଜିର ପ୍ରୟୋଗ କରାଯାଇ ପ୍ରକଳ୍ପଗଡ଼ିକୁ ତ୍ୱରାନ୍ୱିତ କରାଯାଉଛି । ଭୂତଳ ପାଇପ୍ଲାଇନ ଜରିଆରେ ଜଳସେଚନ ଯୋଗୁ ବିସ୍ଥାପନ ସମସ୍ୟା ଦୂର ହୋଇଥିବା ମୁଖ୍ୟମନ୍ତ୍ରୀ କହିଥିଲେ । ଆଜିର ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ମଧ୍ୟରେ ନୟାଗଡ଼ର କୁସୁମୀ ବ୍ୟାରେଜ ଉଦ୍ଘାଟିତ ହୋଇଛି । ୭୦.୮୮ କୋଟି ଟଙ୍କା ବ୍ୟୟରେ ନିର୍ମିତ କୁସୁମୀ ବ୍ୟାରେଜରୁ ଜଳ ଯୋଗାଣ ନିମନ୍ତେ ୧୪୮.୧୭ କୋଟି ଟଙ୍କା ବ୍ୟୟରେ ଭୂତଳ ପାଇପ୍ଲାଇନ ବଣ୍ଟନ ବ୍ୟବସ୍ଥାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଏହା ଦ୍ୱାରା ୯୨୫୪ ଏକର ଜମିକୁ ଜଳସେଚନ ଯୋଗାଇ ଦିଆଯାଇ ପାରିବ ଏବଂ ୩ଟି ବ୍ଲକର ୪୯ଟି ଗ୍ରାମର ୧.୫ଲକ୍ଷ ଲୋକ ଉପକୃତ ହେବେ । ଏହା ସହିତ ୫ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଜଳକୁ ଭୂତଳ ପାଇପ ଲାଇନ ଦ୍ୱାରା ବଣ୍ଟନ ବ୍ୟବସ୍ଥାର ଲୋକାର୍ପଣ ମଧ୍ୟ କରାଯାଇଛି । ହାଡୁଆ ଡ୍ୟାମ ଓ ତା’ର ଭୂତଳ ପାଇପ ଲାଇନ ବଣ୍ଟନ ବ୍ୟବସ୍ଥାର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଏହାଦ୍ୱାରା କଟକ ଜିଲାର ୮୬ ଗ୍ରାମର ୮୯୯୭ ଏକର ଚାଷ ଜମିକୁ ଜଳସେଚନ ଯୋଗାଇବା ସହିତ ୨୯୩ ଗ୍ରାମକୁ ପାନୀୟ ଜଳ ଯୋଗାଣ ଓ ୧ ମେଗାୱାଟ୍ର ବିଦ୍ୟୁତ ଉତ୍ପାଦନର ଲକ୍ଷ୍ୟ ରଖାଯାଇଛି । ହାଡୁଆ ଡ୍ୟାମ୍ ଓ ତା’ର ଭୂତଳ ପାଇପ୍ଲାଇନ ବଣ୍ଟନ ବ୍ୟବସ୍ଥାର ବ୍ୟୟ ଅଟକଳ ଯଥାକ୍ରମେ ୨୬୫.୨୪ କୋଟି ଓ ୧୯୫.୮୯ କୋଟି ଟଙ୍କା ଅଟେ ।କଟକ ଡିମିରିଆ-ରାଉତପଡ଼ା ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ, ବୈଦେଶ୍ୱରଗୋପୀନାଥପୁର ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ଓ ନବରଙ୍ଗପୁର ଫଟକି ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ- ଏହି ପରି ୩ଟି ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ସହିତ ୩୯ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଭୂତଳ ପାଇପ୍ଲାଇନ ଓ ଅନ୍ୟାନ୍ୟ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି ।
୩,୦୩୭ କୋଟି ଟଙ୍କାର ୫୨ ପ୍ରକଳ୍ପ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ରାଜନେତା ଓ କାର୍ପୋରେଟଜଗତ ର ବାସ୍ତବ ଚିତ୍ର ହେଉଛି “ପରାଗ’
ଭୁବନେଶ୍ୱର: ସ୍ଥାନୀୟ ଭଞ୍ଜକଳାମଣ୍ଡପ ଠାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସଂଗୀତ ଏକାଡେମୀ ଓ ଓଡିଶା ନାଟ୍ୟ ସଙ୍ଘର ମିଳିତ ଆନୁକୂଲ୍ୟରେ ସାମାଜିକ ନାଟକ "ପରାଗ "ମଞ୍ଚସ୍ଥ ହୋଇଯାଇଛି l ନାଟ୍ୟକାର ସୁବାଷ ପଣ୍ଡାଙ୍କ ରଚିତ ତଥା
ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ବିଭିନ୍ନ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର
ବଲାଙ୍ଗିର: ବଲାଙ୍ଗିର ସାମ୍ବାଦିକ ସୁରକ୍ଷା ଆଇନ ତଥା ବିଭିନ୍ନ ଦାବିରେ ବଲାଙ୍ଗୀର ଜିଲ୍ଲା ପେଶାଦାର ସାମ୍ବାଦିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ପବିତ୍ର ମୋହନ ବେହେରାଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ
କୁଳମଣି ବିଶ୍ୱାଳଙ୍କ “ପ୍ରେମାର୍ଦ୍ଧଶତକ” ପୁସ୍ତକର ହିନ୍ଦୀ ସଂସ୍କରଣ ଉନ୍ମୋଚିତ
ନୂଆଦିଲ୍ଲୀ: ଓଡ଼ିଆ ଭାଷା ସାହିତ୍ୟକୁ ରୁଦ୍ଧିମନ୍ତ କରିବାପାଇଁ ରୀତିଯୁଗୀୟ ସାହିତ୍ୟିରିତିରେ ଓଡ଼ିଆ କବି, ସାହିତ୍ୟିକ, ଲେଖକ, ଚିତ୍ରଶିଳ୍ପୀ ଡ଼ କୁଳମଣି ବିଶ୍ୱାଳଙ୍କ ଦ୍ୱାରା ରଚିତ "ପ୍ରେମାର୍ଦ୍ଧଶତ" କବିତା ପୁସ୍ତକ ହିନ୍ଦୀ ସଙ୍କଳନର ଉନ୍ମୋଚନ ଉତ୍ସବ ସ୍ଥାନୀୟ ଆଇ.ଆଇ.ଏମ.ସି. ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି
ଗୋବିନ୍ଦ ସେବାଦଳର କାଉଡିଆ ସେବା
କଲରଙ୍ଗୀଅତା: ପବିତ୍ର ଶ୍ରାବଣ ମାସରେ ପ୍ରଭୁ ଶିବଶଙ୍କର ମୁଣ୍ଡରେ ଜଳଲାଗି କରିବା ପାଇଁ ସାରା ଦେଶରେ କାଉଡ଼ିଆ ମାନେ ଧାଡ଼ିରେ ଯାଇ ଶିବ ମନ୍ଦିର ଅଭିମୁଖେ ଚାଲି ଚାଲି ଯାଉଥିବା ଦେଖିବାକୁ ମିଳୁଛି। କାଉଡିଆମାନେ ନଦୀରୁ ଜଳ ନେଇ ଶିବ ମନ୍ଦିର
ସମକାଳୀନ ଚିତ୍ର ପ୍ରଦର୍ଶନ
ବାଲିଅନ୍ତା: ଶକୁନ୍ତଳା ଆର୍ଟ ଗ୍ୟାଲେରୀ ପକ୍ଷରୁ "ଇନର ଥଟ" ଶିର୍ଷକ ଏକ ଚିତ୍ରକଳା ପ୍ରଦର୍ଶନୀ ଆଜି ପୂର୍ବାହ୍ନ ରେ ଉଦଘାଟିତ ହୋଇଯାଇଛି। ଗ୍ୟାଲେରୀ ନିର୍ଦେଶକ ଜନାର୍ଦ୍ଦନ ପରମଗୁରୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ରୂପେ ପୁରୀ ଲୋକସଭା ସାଂସଦ ସମ୍ବିତ
ନିର୍ମାଣ ଯୁବ ମହୋତ୍ସବ ୨୦୨୫ ଉଦଯାପିତ
ବାଲିଅନ୍ତା: ବାଳକାଟୀ ର ଅଗ୍ରଣୀ ଶିକ୍ଷାନୁଷ୍ଠାନ ନିର୍ମାଣ ଗ୍ରୁପ୍ ଅଫ୍ ଇନ୍ ଷ୍ଟିଚ୍ୟୁସନ୍ ର ଚଳିତ ବର୍ଷର ନିର୍ମାଣ ଯୁବ ମହୋତ୍ସବ ୨୦୨୫ ଖୁବ୍ ଆଡମ୍ବର ସହକାରେ ଉଦଯାପିତ ହୋଇଯାଇଛି। ନିର୍ମାଣ ଫାଉଣ୍ଡେସନ ଆନୁକୁଲ୍ୟରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି
ଓଡିଶା ଉଦ୍ୟୋଗୀ ପରିବାରର ମାସିକ ବୈଠକ ଅନୁଷ୍ଠିତ
ଭୁବନେଶ୍ୱର: ସ୍ଥାନୀୟ ରସୁଲଗଡ ସ୍ଥିତ ଏସପ୍ଲାନେଡ଼ ଠାରେ ଓଡିଶା ଉଦ୍ୟୋଗୀ ପରିବାରର ମାସିକ ବୈଠକ ଅଧ୍ୟକ୍ଷ ତଥା ବିଶିଷ୍ଟ ଉଦ୍ୟୋଗୀ ଶିବ ନାରାୟଣ ମିଶ୍ରଙ୍କ ସଭାପତିତ୍ବ ଓ ଶ୍ରୀକାନ୍ତ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ଓଡିଶା
ଚିତାଲାଗି ଅମାବାସ୍ୟା
ଶ୍ରାବଣ ଅମାବାସ୍ୟା- ଚିତାଲାଗି ଅମାବାସ୍ୟାମହିମା ମଣ୍ଡିତ ପବିତ୍ର ଜଗନ୍ନାଥ ସଂସ୍କୃତି ଏବଂ ଉକôଳୀୟ ପରମ୍ପରାର ଅନନ୍ୟ ନିଦର୍ଶନ ପବିତ୍ର ଚିତାଲାଗି ଅମାବାସ୍ୟା । ବଡ଼ଠାକୁର ଶ୍ରୀବଳଭଦ୍ର, ମହାପ୍ରଭୁ ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରାଙ୍କ ମସ୍ତକରେ ଶୋଭାପାଉଥିବା ରନô ଖଚିତ ଚିତାଗୁଡ଼ିକୁ ସ୍ନାନପୂର୍ଣ୍ଣିମା ଦିନ
ନାଟକ ରାଜଭୋଗ ମଂଚସ୍ଥ
ଭୁବନେଶ୍ୱର: ପ୍ରାଚୀନ କାଳରୁ ଖାଇବା ପୂର୍ବରୁ ଭଗବାନଙ୍କୁ ଭୋଗ ଅର୍ପଣ କରିବାର ପରମ୍ପରା ରହିଆସିଛି । ମାତ୍ର ଯେତେବେଳେ ରାଜାରାଜୁଡ଼ା ତଥା ଅତ୍ୟାଚାରୀ ମହାରାଜାମାନେ ଶାସନ ଆରମ୍ଭ କଲେ ସେମାନେ ନିଜକୁ ଈଶ୍ୱରଙ୍କ ପ୍ରତିନିଧି ବା ଈଶ୍ୱର ଭାବେ ମନେକଲେ ।
ଶହୀଦ୍ ରଘୁନାଥ ମହାନ୍ତିଙ୍କ ୧୧୬ତମ ଜୟନ୍ତୀ ଅନୁଷ୍ଠିତ
ଭୁବନେଶ୍ୱର: ରଣପୁର ପ୍ରଜା ଆନେ୍ଦାଳନର ନେତୃତ୍ୱ ନେଇ ଶହୀଦ୍ ହୋଇଥିବା ଯୁବ କବି, ବିପ୍ଳବୀ, ସଂଗ୍ରାମୀ ତଥା ନୟାଗଡ଼ ମାଟିର ଅମର ଶହୀଦ୍ ରଘୁନାଥ ମହାନ୍ତିଙ୍କ ୧୧୬ତମ ଜୟନ୍ତୀ ସ୍ଥାନୀୟ ୟୁନିଟ୍ -୯ସ୍ଥିତ ରଘୁ-ଦିବାକରଙ୍କ ପ୍ରତିମୂର୍ତିସ୍ଥଳଠାରେ ପୁଷ୍ପମାଲ୍ୟ ଅର୍ପଣ ସହ ଶ୍ରଦ୍ଧାଞ୍ଜଳି
ମା’ ବାଉତୀ ପୀଠରେ ସଫେଇ କାର୍ଯ୍ୟକ୍ରମ
ଭୁବନ: ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି ସଫେଇ କାର୍ଯ୍ୟକ୍ରମ ସହ ବୃକ୍ଷରୋପଣ ଅଭିଯାନ। ସାରା ରାଜ୍ୟରେ ବୃକ୍ଷରୋପଣ ଅଭିଯାନ ଆରମ୍ଭ ହୋଇଥିବାବେଳେ ଏହି ଅବସରରେ ଓଡ଼ିଶ ଗ୍ରାମରେ ମଧ୍ୟ ଅନୁରୂପ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଛି।
ସରକାର ସମ୍ବେଦନଶୀଳ ହୁଅନ୍ତୁ: ଘରୋଇ ନର୍ସିଂ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସଙ୍ଘ
ଭୁବନେଶ୍ୱର: ସ୍ଥାନୀୟ ୟୁନିଟ 9 ସ୍ଥିତ ବୁଦ୍ଧମନ୍ଦିର ପରିସରରେ ଘରୋଇ ନର୍ସିଂ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସଙ୍ଘର ବୈଠକ ଅନୁଷ୍ଠିତ ହୋଇଥିଲା l ସଙ୍ଘର ସଭାପତି ଅଜିତ ଦାସ ଓ ସମ୍ପାଦକ ଡ଼ଃ ପ୍ରଦୀପ କୁମାର ବିଶ୍ୱାଳ, କାର୍ଯ୍ୟକାରୀ ସଭ୍ୟା ହିରନମୟ
ଯୁବ ସମାଜସେବୀ ରଞ୍ଜନ ମହାପାତ୍ରଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର
ବାଲିଅନ୍ତା: ମାଆ ପାଇଁ ଗଛଟିଏ 2.o ଅଭିଯାନ ଉପଲକ୍ଷେ ଖୋର୍ଦ୍ଧା ବନଖଣ୍ଡ ଅଧିନସ୍ଥ ବରୁଣେଇ ଶିଆଳିଆ ଠାରେ ଆୟୋଜିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲିଅନ୍ତା ବ୍ଲକ୍ ଯଶୁଆପୁର ଗ୍ରାମର ଯୁବ ସମାଜସେବୀ ରଞ୍ଜନ କୁମାର ମହାପାତ୍ରଙ୍କୁ ସମ୍ମାନ
ପିକକ ପକ୍ଷରୁ ବୃକ୍ଷ ରୋପଣ
ବାଲିଅନ୍ତା: ଅଗ୍ରଣୀ ସ୍ବେଚ୍ଛାସେବୀ ସଂସ୍ଥା ପିପୁଲସ କଲଚରାଲ ସେଣ୍ଟର୍ (ପିକକ୍) ର ଉଦ୍ୟମରେ ବାଲିଅନ୍ତା ବ୍ଲକର ପୁରୋହିତପୁର, ଝିଇଁଣ୍ଟିଶାସନ, ବାଲିଅନ୍ତା ଓ ଜଗନ୍ନାଥପୂର୍ ପଞ୍ଚାୟତର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହେଲା। ଏହି ଅବସରରେ ଜଗନ୍ନାଥପୁର ପଞ୍ଚାୟତ ସାଇ
ନୂତନ ରେଞ୍ଜ ଅଧିକାରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା
ବଲାଙ୍ଗୀର: ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ଡିଭିଜନ ଅନ୍ତର୍ଗତ ସଇଁନ୍ତଳା କେନ୍ଦୁପତ୍ର ରେଞ୍ଜ ରେ ନୂତନ ଭାବେ ରେଞ୍ଜ ଦାୟିତ୍ବ ଗ୍ରହଣ କରିଥିବା ରେଞ୍ଜ ଅଧିକାରୀ ହେମସାଗାର ସାହୁ ଙ୍କୁ ଆଜି ସଇଁନ୍ତଳା ରେଞ୍ଜ ତରଫରୁ କେନ୍ଦୁପତ୍ର ପତ୍ର ରେଞ୍ଜ ସଭାପତି ପ୍ରଶାନ୍ତ
ଚନ୍ଦନଭାଟି ପେକ୍ସରେ ପ୍ରଥମ ଥର ଲାଗି ଉପଯୁକ୍ତ ମାନ ବହନ କରୁଥିବା ତୈଳ ଜାତୀୟ ବୀଜ କ୍ରୟର ଶୁଭାରମ୍ଭ
ବଲାଙ୍ଗିର: ଓଡିଶା ରାଜ୍ୟ ସମବାୟ ବାଣିଜ୍ୟ ମହାସଂଘ ଲିଃ. ଓ ଆଂଚଳିକ କ୍ଷେତ୍ର ପରିଚାଳକ ମାର୍କଫେଡ଼, ବଲାଙ୍ଗୀରଙ୍କ ଦ୍ୱାରା ବଲାଙ୍ଗୀର ଜିଲ୍ଲାର ଚନ୍ଦନଭାଟି ପେସ୍କରେ ପ୍ରଥମ ଥର ଲାଗି ଉପଯୁକ୍ତ ମାନ ବହନ କରୁଥିବା ତୈଳ ଜାତୀୟ ବୀଜ କ୍ରୟର ଶୁଭାରମ୍ଭ
ମୋବାଇଲ ଚୋରଙ୍କୁ କାବୁ କଲା କଣ୍ଟାବାଞ୍ଜି ରେଲୱେ ଅଟୋ ସଂଘ
ବଲାଙ୍ଗିର: ସ୍ୱତନ୍ତ୍ର ବାର୍ତ୍ତା ବ୍ୟୁରୋ ବଲାଙ୍ଗିର ଜିଲା ର କଣ୍ଟାବାଞ୍ଜି ରେଲୱେ ଷ୍ଟେସନରୁ ମୋବାଇଲ ଚୋରି ଅଭିଯୋଗରେ ତିନି ଅଭିଯୁକ୍ତଙ୍କୁ କାବୁ କରି ଜିଆର୍ପିକୁ ଜିମା ଦେଲେ କଣ୍ଟାବାଞ୍ଜି ରେଲୱେ ଅଟୋ ସଂଘ । ଦିନକୁ ଦିନ କଣ୍ଟାବାଞ୍ଜି ରେଲୱେ ଷ୍ଟେସନରେ
୨୩ ଓ ୨୪ରେ ମାରୱାଡି ମହିଳା ସମିତି ଭୁବନେଶ୍ଵର ପକ୍ଷରୁ ସାଓନ ମେଳା
ଭୁବନେଶ୍ୱର: ମାରୱାଡି ମହିଳା ସମିତି, ଭୁବନେଶ୍ବର ଶାଖା ପକ୍ଷରୁ ଆସନ୍ତା ୨୩ ଓ ୨୪ ଜୁଲାଇରେ ସାନ ମେଳାର ଆୟୋଜନ ହେବାକୁ ଯାଉଅଛି । ଏହି ସମିତି ମହିଳାମାନଙ୍କ ପ୍ରତିଭା ଏବଂ ଉଦ୍ୟୋଗୀ ମନୋଭାବକୁ ପ୍ରଦର୍ଶନ କରିବା ପାଇଁ ଏକ ପ୍ଲାଟଫର୍ମ
ସ୍ୱେଚ୍ଛାସେବୀଙ୍କ ଦ୍ୱାରା ସ୍ୱଚ୍ଛତା ଅଭିଯାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ
ଭୁବନ: ସାରା ରାଜ୍ୟରେ ବୃକ୍ଷରୋପଣ ଅଭିଯାନ ଚାଲିଥିବାବେଳେ ଏହି ଅବସରରେ ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ଗ୍ରାମପଂଚାୟତରେ ମଧ୍ୟ ସାମାଜିକ ଅନୁଷ୍ଠାନ ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ର ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ସଫେଇ କାର୍ଯ୍ୟ ସହ ବୃକ୍ଷରୋପଣ କାର୍ଯ୍ୟକ୍ରମ
ଦିଲ୍ଲୀ ପବ୍ଲିକ୍ ସ୍କୁଲରେ ବାହୁଡ଼ାଯାତ୍ରା ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ
ଭୁବନେଶ୍ୱର: ଦିଲ୍ଲୀ ପବ୍ଲିକ୍ ସ୍କୁଲର ଶ୍ରେଣୀର୩ ର ଛାତ୍ରଛାତ୍ରୀମାନେ ଅତି ଆନନ୍ଦ ଓ ଭକ୍ତିଭାବରେ ଶ୍ରୀଜଗନ୍ନାଥଙ୍କର ରଥଯାତ୍ରା ଓ ବାହୁଡ଼ାଯାତ୍ରା ଉତ୍ସବ ପାଳନ କରିଛନ୍ତି। ଏହି ଅବସରରେ ଛାତ୍ରଛାତ୍ରୀମାନେ ନିଜ ହସ୍ତରେ କାଗଜ ଓ ରଙ୍ଗିନ କାଗଜରେ ଛୋଟ ରଥ ତିଆରି

Politics

ମନ୍ଦାକିନୀ ବାଣୁଆଁ ବଲାଙ୍ଗୀରର ଯୁବ କଂଗ୍ରେସ ପ୍ରଭାରୀ

ବଲାଙ୍ଗିରର ବିକାଶ ସାରା ରାଜ୍ୟ ଓ ଦେଶର ବିକାଶ: ଧର୍ମେନ୍ଦ୍ର ପ୍ରଧାନ
Entertainment

ବଳଙ୍ଗା ପୀଡିତାଙ୍କ ଶେଷକୃତ୍ୟ ସମ୍ପନ୍ନ
