୫୦ରୁ ଉର୍ଦ୍ଧ ମଣ୍ଡପରେ ବିଘ୍ନବିନାଶକ ଶ୍ରୀ ଗଜାନନଙ୍କ ପୂଜାର୍ଚ୍ଚନା

ବାଲିଅନ୍ତା: ଧରାପୃଷ୍ଠରେ ବିରାଜମାନ ହୋଇଛନ୍ତି ବିଘ୍ନ ବିନାଶକ ଶ୍ରୀ ଗଜାନନ । ଏଥିପାଇଁ ଛାତ୍ରଛାତ୍ରୀ, ଯୁବଗୋଷ୍ଠୀ, ବିଭିନ୍ନ କ୍ଲବ ଏବଂ ଶିକ୍ଷାନୁଷ୍ଠାନ ମାନଙ୍କ ମଧ୍ୟରେ ଉତ୍ସାହ ଉଦ୍ଦୀପନା ଦେଖାଦେଇଛି । ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟକୁ ସାଜସଜା କରି ଶ୍ରୀ ଗଣେଶଙ୍କୁ ଆବାହନ କରିଥିବା ବେଳେ ବିଭିନ୍ନ ଗ୍ରାମର କ୍ଳବର ଆୟୋଜକ ମାନେ ପୂଜାମଣ୍ଡପ ଗୁଡିକୁ ସୁନ୍ଦର ସାଜସଜ୍ଜାରେ ସଜ୍ଜାଇବା ସହ ରଙ୍ଗୀନ ଆଲୋକମାଳାରେ ଝଲସି ଉଠୁଛି ପୂଜା ମଣ୍ଡପ କ୍ଷ ଭୁବନେଶ୍ଵର ଉପକଣ୍ଠ ବାଲିଅନ୍ତା ବ୍ଲକ ଅଧିନ ବାଳକାଟିରେ ଏହି ପୂଜା ଧୂମଧାମରେ ପାଳନ କରାଯାଇଛି । ବିଶେଷକରି ପ୍ରତିବର୍ଷ ଚର୍ଚ୍ଚାରେ ଥିବା ରଥିଜେମା ଅଶିଘର, ତିରିଶିଘର, ଚାରିମାଣିଆ ଓ ନୂଆସାହି ଏହି ୪ ସାହିରେ ନିଆରା ଢଙ୍ଗରେ ପାଳନ କରିଛନ୍ତି। ସେହିପରି ଏହି ଗ୍ରାମରେ ଆଖୀ ଝଲସିବା ଭଳି ସୁଉଚ ତୋରଣ ଆଖପାଖ ଗ୍ରାମର ଦେଖଣାହାରୀଙ୍କୁ ଦେଶ ମନ୍ତ୍ରମୁଗ୍ଧ କରିଛି । ପ୍ରତିବର୍ଷ ମୂର୍ତି ନିର୍ମାଣରେ ଚର୍ଚ୍ଚାରେ ଥିବା ଅଶିପର ସାହିରେ ଚଳିତବର୍ଷ ଶ୍ରୀ କୃଷ୍ଣ ଓ ରାଧା ବେଶରେ ପୂଜା ପାଉଛନ୍ତି ବିଘ୍ନ ବିନାଶକ । ଏହି ମୂର୍ତ୍ତିକୁ ଗ୍ରାମର ଯୁବ କାରିଗରୀ ମନୋଜ କୁମାର ସାହୁଙ୍କ ଦ୍ୱାରା ପ୍ରସ୍ତୁତ ସୁନ୍ଦର ମୂର୍ତି ସାଙ୍ଗକୁ ଆକର୍ଷଣୀୟ ତୋରଣ ଦେଖେଣାହାରୀଙ୍କୁ ବେଶ ବିମୋହିତ କରିଛି। ସୂର‌୍ୟ୍ୟମନ୍ଦିର ଭଳି ସୂଉଚ୍ଚ ତୋରଣ ସାଙ୍ଗକୁ ଆଲୋକମାଳା ବେଶ ସୁନ୍ଦର ହୋଇଛି କ୍ଷ

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page