ଲୋକଙ୍କ ସେବାରେ ଶୁଭାରମ୍ଭ ହେଲା ଭୁବନେଶ୍ୱର ବରମୁଣ୍ଡା ନୂତନ ବସଷ୍ଟାଣ୍ଡ୍

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ବରମୁଣ୍ଡାଠାରେ ବାବା ସାହେବ ଭୀମ୍‌ରାଓ ଆମ୍ବେଦକର ବସ୍‌ ଟର୍ମିନାଲର ଶୁଭ ଉଦ୍‌ଘାଟନ କରିଛନ୍ତି। ବରମୁଣ୍ଡା ବସ୍‌ ଷ୍ଟାଣ୍ଡ ଭାବେ ପୂର୍ବରୁ ପରିଚିତ ଥିବା ଏହି ବସ୍‌ ଷ୍ଟାଣ୍ଡ ଓଡିଶାର ଏକ ବ୍ୟସ୍ତବହୁଳ ବସ୍‌ ଷ୍ଟାଣ୍ଡ। ଦୈନିକ ଶହ ଶହ ବସ୍‌ ଓ ହଜାର ହଜାର ଯାତ୍ରୀଙ୍କର ଏଠାରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ଓ ରାଜ୍ୟ ବାହାରକୁ ଯାତାୟତ ହୋଇଥାଏ। ଯାତ୍ରୀମାନଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ବରମୁଣ୍ଡା ବସ୍‌ଷ୍ଟାଣ୍ଡର ରୂପାନ୍ତରଣ ପାଇଁ… Continue reading ଲୋକଙ୍କ ସେବାରେ ଶୁଭାରମ୍ଭ ହେଲା ଭୁବନେଶ୍ୱର ବରମୁଣ୍ଡା ନୂତନ ବସଷ୍ଟାଣ୍ଡ୍

ବିଜେଡି ସହ ମେଣ୍ଟ ହେବାର ପ୍ରଶ୍ନ ଉଠୁନି: ମନମୋହନ ସାମଲ

ମେଣ୍ଟ ଚର୍ଚ୍ଚାକୁ ନେଇ ପୂର୍ଣ୍ଣଛେଦ ପକାଇଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ବିଜେଡି ସହ ମେଣ୍ଟ ହେବାର ପ୍ରଶ୍ନ ଉଠୁନି ବୋଲି ସିଧାସଳଖ ମନା କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଆଗାମୀ ନିର୍ବାଚନରେ ବିଜେଡି-ବିଜେପି ମେଣ୍ଟ ହେବ କି ନାହିଁ, ସେ ନେଇ ଚର୍ଚ୍ଚା ଜୋର ଧରିଥିଲା । କେନ୍ଦ୍ରୀୟ ନେତୃତ୍ୱ କିଛି କହୁନଥିବା ବେଳେ ଆଗାମୀ ଦିନରେ ଉଭୟ ଦଳ ମଧ୍ୟରେ ମେଣ୍ଟ ହେବା ନେଇ ଆଲୋଚନା ହେଉଥିଲା… Continue reading ବିଜେଡି ସହ ମେଣ୍ଟ ହେବାର ପ୍ରଶ୍ନ ଉଠୁନି: ମନମୋହନ ସାମଲ

ବିଜେଡିରୁ ଇସ୍ତଫା ଦେଲେ ବିଧାୟକ ଡ ଅରବିନ୍ଦ ଢ଼ାଲି

ଭୁବନେଶ୍ୱର: ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ଜୟଦେବ ବିଧାୟକ ଡ ଅରବିନ୍ଦ ଢ଼ାଲି। ଗତକାଲି ବିଳମ୍ବିତ ରାତିରେ ଅନ ଲାଇନରେ ଇସ୍ତଫା ପତ୍ର ପଠାଇଲେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ। ଆସନ୍ତା କାଲି ଵିଦ୍ଧିବଦ୍ଧ ଭାବରେ ସମର୍ଥକଙ୍କ ସହିତ ଯୋଗଦେବେ ଭାରତୀୟ ଜନତା ପାର୍ଟିରେ। ୨୦୦୯ରେ ବିଜେପି ଛାଡି ବିଜେଡିକୁ ଆସିଥିଲେ ଡ ଢ଼ାଲି। ଡ. ଅରବିନ୍ଦ ଢ଼ାଲୀ ଜଣେ ଦକ୍ଷ ରାଜନୈତିଜ୍ଞ ହୋଇଥିବାବେଳେ ବିଜେଡିରେ ସେ ବହୁ ବର୍ଷ ନିଜର କାର୍ଯ୍ୟଦକ୍ଷତାର ପରିଚୟ ଦେଇଛନ୍ତି ।… Continue reading ବିଜେଡିରୁ ଇସ୍ତଫା ଦେଲେ ବିଧାୟକ ଡ ଅରବିନ୍ଦ ଢ଼ାଲି

ମାର୍ଚ୍ଚ ପହିଲାରୁ ରାଜ୍ୟର ପଶ୍ଚିମା ଝଡ

ଭୁବନେଶ୍ୱର: ପାଣିପାଗ ବିଭାଗର ଆକଳନ ଅନୁସାରେ ମାର୍ଚ୍ଚ ପହିଲାରୁ ରାଜ୍ୟର ପଶ୍ଚିମା ଝଡର ପ୍ରଭାବ ଦେଖାଯିବ । ପାଣିପାଗ ବିଭାଗର ଆକଳନ ଅନୁସାରେ ଉପରମୁହାଁ ହେବ ପାରଦ । ଉଭୟ ଦିନ ଓ ରାତିରେ ତାପମାତ୍ରା ବୃଦ୍ଧି ପାଇବ । ଆଗାମୀ ୪ ଦିନ ଯାଏଁ ପ୍ରାୟ ୨ରୁ ୩ ଡିଗ୍ରୀ ବଢିବ ତାପମାତ୍ରା । ୪୦ ଡିଗ୍ରୀ ତାତିରେ ଆଉଟ ପାଉଟ ହେବ ଓଡିଶା । ତେବେ ମାର୍ଚ୍ଚ ମାସ ଆରମ୍ଭରୁ ଏଭଳି ତାପମାତ୍ରା ବୃଦ୍ଧି… Continue reading ମାର୍ଚ୍ଚ ପହିଲାରୁ ରାଜ୍ୟର ପଶ୍ଚିମା ଝଡ

ବଢିଲା ଗଣଶିକ୍ଷକଙ୍କ ଦରମା

ବଢିଲା ଗଣଶିକ୍ଷକଙ୍କ ଦରମା । ଗଣଶିକ୍ଷକଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ଓଟିଇଟି ପାସ୍ କରିଥିବା ଗଣଶିକ୍ଷକ ହେବେ ଏକ୍ସ କ୍ୟାଡର ସହକାରୀ ଶିକ୍ଷକ । ଉପକୃତ ହେବେ ୧୨ ହଜାର ୧୧୩ ଗଣଶିକ୍ଷକ । ଓଟିଇଟି ପାସ୍ କରିଥିବା ଗଣଶିକ୍ଷକ ହେବେ ଏକ୍ସ କ୍ୟାଡର ସହକାରୀ ଶିକ୍ଷକ । ଏହାଦ୍ୱାରା ରାଜ୍ୟର ୧ ହଜାର ୪୭୨ ଜଣ ଗଣଶିକ୍ଷକ ଉପକୃତ ହେବେ । ସେହିପରି ଓଟିଇଟି ପାସ୍ କରି ନଥିବା ଗଣଶିକ୍ଷକ ମାନଙ୍କ… Continue reading ବଢିଲା ଗଣଶିକ୍ଷକଙ୍କ ଦରମା

You cannot copy content of this page