ବଉଳାବନ୍ଧରେ ମା ଭୈରବୀ ଦେବୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା

ଚିଲିକା,୧୭।୨-ଚିଲିକା ବ୍ଲକ ଅନ୍ତର୍ଗତ ବଉଳାବନ୍ଧ ସ୍ଥିତ ବଜ୍ରମୁଳି ସାହି ଠାରେ ମା ଭୈରବୀ ଦେବୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଅନୁଷ୍ଠିତ ହୋଇଯାଇଅଛି। ଏହି ଉପଲକ୍ଷେ ମା ଭୈରବୀ ଦେବୀଙ୍କ ପୀଠରେ ୩ଦିନ ଧରି ଯଜ୍ଞ ଅନୁଷ୍ଠିତ ହୋଇଥିଲା।ପ୍ରଥମ ଦିବସରେ ଯଜ୍ଞର ଅଙ୍କୁରାରୋପଣ,ଜଳଯାତ୍ରା,ମଣ୍ଡଳୀ କରଣ, ଦେବତା ମାନଙ୍କୁ ନିମନ୍ତ୍ରଣ ଓ ଧ୍ୟନାଧିଵାସ ହୋଇଥିବା ବେଳେ ଦ୍ବିତୀୟ ଦିବସରେ ସୂର୍ଯ୍ୟ ପୂଜା, ଗୋ ପୂଜା, ସାଲଘର, ଚଣ୍ଡୀ ପାଠ ଯଜ୍ଞ ଆଦି କ୍ରମ ହେବା ସହ ମନ୍ଦିର ପ୍ରତିଷ୍ଠା ଓ… Continue reading ବଉଳାବନ୍ଧରେ ମା ଭୈରବୀ ଦେବୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା

ଜୁନାଗଡ ମହୋତ୍ସବ ରେ କବିତା ପାଠୋତ୍ସବ

ଜୁନାଗଡ଼, ୧୬/୨(/ଜନ୍ମେଜୟ ନାଏକ ଙ୍କ ରିପୋର୍ଟ): ଜୁନାଗଡ଼ର ଐତିହ, ସଂସ୍କୃତି, ପରମ୍ପରା,ଲୋକନୃତ୍ୟ, ଲୋକବାଦ୍ୟ ଓ ସଙ୍ଗୀତର ମହାପର୍ବ ଜୁନାଗଡ଼ର ଅପୂର୍ବ ସମାବେଶ  ୨୦୨୫ ଜୁନାଗଡ଼ ଠାରେ ଚଳିତ ମାସ ୧୪ ତାରିଖ ଠାରୁ ୧୬ ତାରିଖ ପର୍ଯ୍ୟନ୍ତ ପାଳିତ ହୋଇଯାଇଛି। ଏହି ସମାବେଶରେ ଷୋହଳ ତାରିଖ ଶେଷ ଦିବସ ରେ ଜୁନାଗଡ ମୁଖ୍ୟ ଲଙ୍କେଶ୍ଵରୀ ମଞ୍ଚରେ ଜିଲ୍ଲା ସ୍ତରୀୟ କବିତା ପାଠୋତ୍ସବ ଆୟୋଜିତ ହୋଇଯାଇଛି।  ସଭାପତି ପ୍ରିୟବ୍ରତ ବାଣୁଆଙ୍କ ନେତୃତ୍ୟୁରେ ମୁଖ୍ୟ ଅତିଥି ଭାବେ  ସାହିତ୍ୟିକ , ପ୍ରାବନ୍ଧିକ,… Continue reading ଜୁନାଗଡ ମହୋତ୍ସବ ରେ କବିତା ପାଠୋତ୍ସବ

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ କଳାହାଣ୍ଡି ଜିଲାରୁ ୧୯୨ଜଣ ତୀର୍ଥ ଯାତ୍ରୀ ରାୟଗଡା କୋଲକାତା କାମାକ୍ଷୀ ଅଭିମୁଖେ ଯାତ୍ରା

ଭବାନୀପାଟଣା, ୧୭/୦୨: (ଜଗନ୍ନାଥ ନାଏକ) : ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଆଜି କଳାହାଣ୍ଡି ଜିଲାରୁ ୫ ଗୋଟି ସ୍ୱତନ୍ତ୍ର ବସ ଯୋଗେ ୧୯୨ ଜଣ ବରିଷ୍ଠ ନାଗରିକ ରାୟଗଡା କୋଲକାତା କାମାକ୍ଷୀ ଅଭିମୁଖେ ଯାତ୍ରା କରିଛନ୍ତି । ଆଜି ରାୟଗଡାରେ ସମସ୍ତ ତୀର୍ଥଯାତ୍ରୀ ରାତ୍ରି ଯାପନ କରି ଆସନ୍ତା କାଲି ସ୍ୱତନ୍ତ୍ର ଟ୍ରେନ ଯୋଗେ କୋଲକାତା କାମାକ୍ଷୀ ଯାତ୍ରା କରି ଆସନ୍ତା ଫେବୃଆରୀ ୨୩ ତାରିଖରେ ଫେରିବେ । ଜିଲ୍ଲା ପର୍ଯ୍ୟଟନ ବିଭାଗ… Continue reading ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ କଳାହାଣ୍ଡି ଜିଲାରୁ ୧୯୨ଜଣ ତୀର୍ଥ ଯାତ୍ରୀ ରାୟଗଡା କୋଲକାତା କାମାକ୍ଷୀ ଅଭିମୁଖେ ଯାତ୍ରା

ଯୁକ୍ତ ଦୁଇ ଓ ମ୍ୟାଟ୍ରିକ ପରୀକ୍ଷା ପାଇଁ ସ୍ତଗିତ ହେଲା ଜୟଦେବ ଗୌରବ ସମ୍ମାନ ଉତ୍ସବ

ବାଲିଅନ୍ତା ୧୭/୦୨: ବାଲିପାଟଣା ଖେଳ ପଡିଆରେ ଆସନ୍ତା ୨0 ରୁ ୨୨ ରେ ହେବାକୁ ଥିବା ଦ୍ୱିତୀୟ ବାର୍ଷିକ ଜୟଦେବ ଗୌରବ ସମ୍ମାନ ଉତ୍ସବ ସ୍ଥଗିତ ରହିବା ସମ୍ବନ୍ଧରେ ସିଦ୍ଧି ବିନାୟକ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସୂଚନା ମିଳିଛି । ଚଳିତ ବର୍ଷ ଯୁକ୍ତ ଦୁଇ ଓ ମ୍ୟାଟ୍ରିକ ପରୀକ୍ଷା କୁ ଗୁରୁତ୍ୱ ଦେଇ ଓ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ କୁ ଦୃଷ୍ଟିରେ ରଖି ମହୋତ୍ସବ କୁ ସ୍ଥଗିତ ରଖାଯାଇଥିବା ଆୟୋଜକ ସିଦ୍ଧିବିନୟକ୍ ଚାରିଟେବୁଲ ଟ୍ରଷ୍ଟ ସମ୍ପାଦିକା… Continue reading ଯୁକ୍ତ ଦୁଇ ଓ ମ୍ୟାଟ୍ରିକ ପରୀକ୍ଷା ପାଇଁ ସ୍ତଗିତ ହେଲା ଜୟଦେବ ଗୌରବ ସମ୍ମାନ ଉତ୍ସବ

ଫୁଲବାଣୀ ଠାରେ ଜିଲ୍ଲା ସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହ

ଫୁଲବାଣୀ ୧୭/୨: ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ମିଳିତ ସ‌ହ‌ଯୋଗ ରେ ଜିଲ୍ଲା ସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହ ଗାନ୍ଧୀ ସ୍ମୃତି ଭବନଠାରେ ଆୟୋଜିତ ହୋଇଯାଇଛି । ମାନ୍ୟବର ସାଂସଦ, କନ୍ଧମାଳ ସୁକାନ୍ତ କୁମାର ପାଣିଗ୍ରାହା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ଶ୍ରମିକମାନେ ଦେଶ ବା ରାଷ୍ଟ୍ର ନିର୍ମାଣରେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି । ହେଲେ ଦେଖାଯାଏ ଯେ ସେମାନେ ସମାଜରେ ଅବହେଳି ଦାରିଦ୍ରର ସୀମାରେଖା ତଳେ ରହିଥାନ୍ତି… Continue reading ଫୁଲବାଣୀ ଠାରେ ଜିଲ୍ଲା ସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହ

ପରୀକ୍ଷାର୍ଥୀଙ୍କ ପ୍ରଶିକ୍ଷକ ସାଜିଛି ମୋବାଇଲ

କଳାହାଣ୍ଡି, ୧୭|୨: ରାଜ୍ୟ ସରକାର ଚଳିତ ବର୍ଷର ଗ୍ରୀଷ୍ମକୁ ଆଖି ଆଗରେ ରଖି ୨୦୨୪/୨୫ ବର୍ଷର ମାଟ୍ରିକ ପରୀକ୍ଷା ସହ ଅନ୍ୟାନ୍ୟ ଶ୍ରେଣୀର ବାର୍ଷିକ ପରୀକ୍ଷାକୁ ଶୀଘ୍ର କରିବାର ନିଷ୍ପତ୍ତି ନେଇଛନ୍ତି। ଏନେଇ ଫେବୃଆରୀ ମାସର ଆରମ୍ଭ ହୋଇ ମାର୍ଚ୍ଚ ମାସ ପ୍ରଥମ ସପ୍ତାହ ମଧ୍ୟରେ ପରୀକ୍ଷା ଶେଷ କରିବାକୁ ଶିକ୍ଷା ବିଭାଗର ନିଷ୍ପତ୍ତିକୁ ସମସ୍ତ ଅଭିଭାବକ ଓ ପରୀକ୍ଷାର୍ଥୀ ସ୍ବାଗତ ଜଣାଇଛନ୍ତି | ଚଳିତ ବର୍ଷ ଓଡ଼ିଶା ବୋର୍ଡ ବିଏସଇ ହେଉ କିମ୍ବା ସିବିଏସଇ ଓ… Continue reading ପରୀକ୍ଷାର୍ଥୀଙ୍କ ପ୍ରଶିକ୍ଷକ ସାଜିଛି ମୋବାଇଲ

ପଞ୍ଚାୟତ ସ୍ତରୀୟ କିଶୋର କିଶୋରୀ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ

କଳାହାଣ୍ଡି, ୧୭/୦୨ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଗୋକୁଲଶର ଅଙ୍ଗନୱାଡ଼ି କେନ୍ଦ୍ର ଠାରେ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ପଞ୍ଚାୟତ ସ୍ତରୀୟ କିଶୋର କିଶୋରୀ ମେଳା ତଥା ଶିଶୁ ଙ୍କ ପାଇଁ ଦିନଟିଏ ସଚେତନା କାର୍ଯ୍ୟକ୍ରମ ସକାଳ ଏଗାର ଘଣ୍ଟା ସମୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମହିଳା ଓ ଶିଶୁ ବିକାଶ ପ୍ରକଳ୍ପ ଉତ୍କେଳା ସେକ୍ଟର ସୁପରଭାଇଜର ଶ୍ରୀମତି ସ୍ୱର୍ଣଲତା ଦାସ, ମହିଳା ସ୍ୱାସ୍ଥ୍ୟ କର୍ମୀ ସଂଗୀତା ଚୌଧୁରୀ ଓ… Continue reading ପଞ୍ଚାୟତ ସ୍ତରୀୟ କିଶୋର କିଶୋରୀ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ

କଳାହାଣ୍ଡି ମହାରାଜାଙ୍କ ଦ୍ଵାରା ଜୁନାଗଡ଼ ମହୋତ୍ସବ ଉଦଘାଟିତ

ଭବାନୀପାଟଣା, ୧୬/୦୨(ଜଗନ୍ନାଥ ନାଏକ): କଳାହାଣ୍ଡି ବହୁ ପ୍ରତୀକ୍ଷିତ ଜୁନାଗଡ଼ ମହୋତ୍ସବ ଆଜି ଏକ ବର୍ଣ୍ଣାଢ୍ୟ ପରିବେଶରେ ମହାସମାରୋହରେ ଆଜି ଉଦଘାଟିତ ହୋଇଛି । କଳାହାଣ୍ଡି ମହାରାଜ ଅନନ୍ତ ପ୍ରତାପ ଦେଓ ଉତ୍ସବକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଏକ ବିଶାଳ ମଶାଲ ରାଲି ସାପ୍ତାହିକ ବଜାର ଠାରୁ ଆରମ୍ଭ ହୋଇଥିଲା । ଏହି ସମୟରେ ଶହ ଶହ ଜନ ସାଧାରଣଙ୍କ ସମେତ ଘୁମୁରା, ସଂକୀର୍ତ୍ତନ, ଢାପ ନାଚ ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଶହ ମଶାଲ ରାଲି… Continue reading କଳାହାଣ୍ଡି ମହାରାଜାଙ୍କ ଦ୍ଵାରା ଜୁନାଗଡ଼ ମହୋତ୍ସବ ଉଦଘାଟିତ

କ୍ଲଷ୍ଟରସ୍ତରୀୟ ନିପୁଣ ଓଡିଶା ମେଳା

ଭବାନୀପାଟଣା, ୧୬/୦୨(ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ରୋଜନାଗୋଡ଼ା ଉଚ୍ଚପ୍ରଥମିକ ବିଦ୍ୟାଳୟ ଠାରେ ରିଷିଗାଁ ଆଂଚଳିକ ସାଧନ କେନ୍ଦ୍ରର କ୍ଳଷ୍ଟରସ୍ତରୀୟ “ନିପୁଣ ଓଡିଶା ମେଳା” ବହୁ ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉଦ୍ଘାଟନୀ ସମାରୋହରେ ମୁଖ ଅତିଥି ଭାବେ କୁଳିଆମାଲ ପଞ୍ଚୟତ ସରପଞ୍ଚ ଜାମିନି ସାହୁ, ମୁଖ୍ୟ ବକ୍ତାଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ହୃଦିକେଶ ନାଏକ, ସମ୍ମାନିତ ଅତିଥି ଭାବେ ମାଲଗାଁ ସରପଞ୍ଚ ବିଷ୍ଣୁପ୍ରିୟା ଦୁର୍ଗା, ରିଷିଗାଁ ଉଚ୍ଚ… Continue reading କ୍ଲଷ୍ଟରସ୍ତରୀୟ ନିପୁଣ ଓଡିଶା ମେଳା

ବାଣପୁରର ଐତିହାସିକ ପ୍ରାଚୀନ ଚନ୍ଦନ ପୁଷ୍କରିଣୀର ପୁନରୁଦ୍ଧାର ନିମନ୍ତେ ଶିଳାନ୍ୟାସ

ଚିଲିକା,୧୬।୨: ଦୀର୍ଘ ୫୪ ବର୍ଷ ପରେ ବାଣପୁର ମଣ୍ତଳ ର ଭୀମପୁର ଗାଁର ପ୍ରାଚୀନ ଚନ୍ଦନ ପୁଷ୍କରିଣୀର ପୁନଃରୁଦ୍ଧାର ପାଇଁ ମାନ୍ୟବର ମନ୍ତ୍ରୀ ପୂର୍ତ୍ତି, ଅବକାରୀ ଓ ଆଇନ ବିଭାଗ ପୃଥ୍ଵୀରାଜ ହରିଚନ୍ଦନ ଶିଳାନ୍ୟାସ କରିଛନ୍ତି I ପ୍ରାଚୀନ ବଙ୍କାଡ଼ଗଡ଼ର ମାନସିଂହ ବଂଶର ରାଜା ଙ୍କ ଦ୍ଵାରା ସାମନ୍ତରାୟପୁର ଓ ନରହରିପୁର ଦୁଇ ବ୍ରାହ୍ମଣ ଶାସନର ଆରାଧ୍ୟ ଠାକୁର ଶ୍ରୀଗୋପୀନାଥଦେବ, ସ୍ଵପ୍ନେଶ୍ଵରଦେବ, ଝାଡେଶ୍ଵରଦେଵ, ମା’କନକ ଦୁର୍ଗା ଓ ଅନନ୍ତ ସ୍ୱାମୀ ମଠଠାକୁରଙ୍କ ଚନ୍ଦନ ଓ ଚାପଯାତ୍ରା ନିମନ୍ତେ… Continue reading ବାଣପୁରର ଐତିହାସିକ ପ୍ରାଚୀନ ଚନ୍ଦନ ପୁଷ୍କରିଣୀର ପୁନରୁଦ୍ଧାର ନିମନ୍ତେ ଶିଳାନ୍ୟାସ

You cannot copy content of this page