ରାଜଧାନୀରେ ରାସ୍ତା ପାର୍ଶ୍ବ ଜବରଦଖଲ ଉଚ୍ଛେଦ ବେଳେ ଅସନ୍ତୋଷ । ପ୍ରଥମେ ଥଇଥାନ ନକରି ଉଚ୍ଛେଦ ପାଇଁ ବାଧ୍ୟ କରାଯାଉଥିବାକୁ ନେଇ ବିରୋଧ କରୁଛନ୍ତି ଉଠାଦୋକାନୀ । ଜେସିବି ଆଗରେ ବସି ଉଚ୍ଛେଦକୁ ବିରୋଧ କରିଛନ୍ତି । ଭୁବନେଶ୍ବର ଆଚାର‌୍ୟ୍ୟ ବିହାରରୁ ବାଣୀବିହାର ରାସ୍ତା ପାର୍ଶ୍ଵ ଦୋକାନଗୁଡ଼ିକ ଭାଙ୍ଗିବା ପାଇଁ ସକାଳୁ ପହଞ୍ଚିଛି ଏନଫୋର୍ସମେଣ୍ଟ ଟିମ୍ । ଟିମ୍ ପହଞ୍ଚିବା ପରେ ଉଠାଦୋକାନୀମାନେ ଉଚ୍ଛେଦକୁ ବିରୋଧ କରିଛନ୍ତି । ପୂର୍ବରୁ ଉଠାଦୋକନୀ ସଂଘ ପକ୍ଷରୁ ଏହାକୁ ଇେ ବିଶାଳ ବିକ୍ଷୋଭ କରାଯାଇଥିଲା । ପରେ ୮ଟି ଦାବି ମାନିଥିଲେ । ଏବେ ପୁଣି ବିନା ଆଲୋଚନାରେ ଦୋକାନ ଭାଙ୍ଗିଥିବା ଅଭିଯୋଗ କରି ଧାରଣାରେ ବସିଛନ୍ତି ବାଣୀବିହାର ରାସ୍ତା କଡ଼ରେ ଦୋକାନ କରିଥିବା ଉଠା ଦୋକାନୀ । ସେହିପରି ସମ୍ବଲପୁରରେ ପୁଣି ଆରମ୍ଭ ହେଲା ଜବରଦଖଲ ଉଚ୍ଛେଦ । ଲାଗିଲା ବିଏନ୍‌ଏସ୍ ୧୬୩ ଧାରା । ମୋତିଝରଣ ଛକରୁ ୨୦୦ ମିଟର ଯାଏଁ ୧୬୩ ଜାରା ଜାରି କରିଛି ଜିଲ୍ଲା ପ୍ରଶାସନ । ଉଚ୍ଛେଦ ସମୟରେ ଯେମିତି କୌଣସି ବିଶୃଙ୍ଖଳା ନଘଟେ ସେଥିପାଇଁ ୧୬୩ ଧାରା ଜାରି କରାଯାଇଛି । ଭୂତାପଡା ଛକରୁ ଧନକଉଡା ଯାଏଁ ଚାଲିଛି ଉଚ୍ଛେଦ । ୨ ଅତିରିକ୍ତ ଏସପି, ୨ ଏସଡିପିଓ, ୫ ଥାନା ଅଧିକାରୀ ଓ ୨୦ରୁ ଅଧିକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page