80 ବର୍ଷ ବୟସ୍କାଙ୍କୁ ସହାୟତା

ବାଲେଶ୍ୱର: ବାତ୍ୟା “ଦାନା “ତାର କରାଳ ରୂପ ଦେଖାଉଥିଲା ବେଳେ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ କୁରୁଣ୍ଟା ପଂଚାୟତ ମିରିପୁର ଖଇରା ଗ୍ରାମରେ ଶିଆଳ 6ଜଣଙ୍କୁ ଆକ୍ରମଣ କରିଥିଲା ସେଥିମଧ୍ୟରୁ ଗ୍ରାମର 80 ବର୍ଷ ବୟସ୍କା ବୃଦ୍ଧା ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ୱର ହୋଇଥିଲା,ଗାଁକୁ ଆମ୍ବୁଲାନ୍ସ ଆସିବା ସମ୍ଭବପର ନଥିଲା,ବର୍ଷା ପବନକୁ ଖାତିର ନକରି ମିରିପୁର ଖଇରା ଯୁବଶକ୍ତିର ସଂଗଠନ ର ସଦସ୍ୟ ସୁଜିତ ପତ୍ରି, ଯଦୁନାଥ ବାରିକି, ତପୋଧାନ ବାରିକି ଏବଂ ସ୍ଥାନୀୟ ANM ସଂଯୁକ୍ତାରାଣୀ ଦାଶ, CHO ଦିବ୍ୟା ଭାରତୀ ସାହୁ ଏବଂ ଅନ୍ୟ ସହଯୋଗୀଙ୍କ ସହାୟତାରେ ପ୍ରଥମେ ଗଣ୍ଡିବେଡ଼ ହସ୍ପିଟାଲ,ଖଇରା ପରେ ଭଦ୍ରକ ହସ୍ପିଟାଲକୁ ପହଞ୍ଚାଇଥିଲେ I ବୃଦ୍ଧାଙ୍କର ସ୍ୱାସ୍ଥ୍ୟ ଏବେ ଉନ୍ନତି ଆସିଛି ଏହିଭଳି ଉଚ୍ଚ ପ୍ରଶଂସନୀୟ କାର୍ଯ୍ୟ ପାଇଁ ସାଧୁବାଦ ଏବଂ ଧନ୍ୟବାଦ ଅଂଚଳବାସି ଜଣାଇଛନ୍ତି I

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page