ଭୁବନେଶ୍ୱର ତା 24/06/26 ପ୍ରାକ୍ତନ ମୁଖ୍ୟମନ୍ତ୍ରୀ, ଓଡ଼ିଆ ଭାଷା, ସାହିତ୍ୟ, କୃଷି, କୃଷକ ତଥା ସାଧାରଣ ଜନତାଙ୍କ ପାଇଁ ସମର୍ପିତ ବ୍ୟକ୍ତିତ୍ୱ ସ୍ବର୍ଗତ ନବକୃଷ୍ଣ ଚୌଧୁରୀଙ୍କ 42 ତମ ଶ୍ରାଦ୍ଧଦିବସ ତାଙ୍କ ପ୍ରତିମୂର୍ତ୍ତି ସ୍ଥଳ ବିଧାନସଭା ପରିସରରେ ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି l ଓଡ଼ିଆ ଭାଷାକୁ ସରକାରୀ ଭାଷା ଭାବେ ମାନ୍ୟତା ଦେବା, କୃଷି, କୃଷକ, ସାଧାରଣ ଜନତା, ନିଷ୍ପେସିତ ଅବହେଳିତ ବ୍ୟକ୍ତି ମାନଙ୍କ ପାଇଁ ତାଙ୍କ ବହୁମୁଖୀ କାର୍ଯ୍ୟକ୍ରମ ଅତୁଳନୀୟ ଥିଲା ବୋଲି ଶ୍ରୀଯୁକ୍ତ ଶତପଥୀ ପୁଷ୍ପମାଲ୍ୟ ଅର୍ପଣ ସହ ସ୍ମୃତିଚାରଣ କରିଥିଲେ l ମଦକୁ ବିରୋଧ କରିବା ସହିତ,ଭୁସଂସ୍କାର ବିଧାୟକ ପ୍ରଣୟନ, କୃଷି ଓ ପଶୁଚିକିତ୍ସା

ମହାବିଦ୍ୟାଳୟ ସ୍ଥାପନ, ଶିକ୍ଷାକୁ ପ୍ରାଥମିକତା ଦେବା ସହ ଗରିବ, ଖଟିଖିଆ ମାନଙ୍କ ପାଇଁ ବହୁ ଜନହିତକର କାର୍ଯ୍ୟକ୍ରମ କରିଥିଲେ ବୋଲି କହିଥିଲେ l ଜଣେ ସରଳ, ମିଷ୍ଠଭାଷୀ, ଅହଂକାର ଶୂନ୍ୟ ରାଜନେତା ବିରଳ ବୋଲି ଅଧ୍ୟକ୍ଷ ମତବ୍ୟକ୍ତ କରିଥିଲେ lଅନ୍ୟ ଭାଷା ପ୍ରାଣ ମାନଙ୍କ ମଧ୍ୟରେ ସୀତାବଲ୍ଳଭ ମହାପାତ୍ର, ମୁଖପାତ୍ର ଅରବିନ୍ଦ ତ୍ରିପାଠୀ, ସମିତା ମହାରଣା, ବରିଷ୍ଠ ପୁଜ୍ୟପୂଜା ପ୍ରାଣ କାମଦେବ ମହାପାତ୍ର ସ୍ୱରଚିତ କବିତା ପାଠ କରିବା ସହିତ,ବିଜୟ କୁମାର ପ୍ରଧାନ, ସନ୍ତୋଷ କୁମାର ଲେଙ୍କା, ଗିରିଜା ଶଙ୍କର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ l ସୀତାଂଶୁ ଶେଖର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ l