ଧର୍ମଗଡ ୨୮/୬/(ଜନ୍ମେଜୟ ନାଏକ ଙ୍କ ରିପୋର୍ଟ )
ଶ୍ରୀ ସତ୍ୟସାଇ ସେବା ସଂଗଠନ ଓଡିଶା କଳାହାଣ୍ଡି ସମିତି ସ୍ତରୀୟ ସାଧନାଶିବିର ଶ୍ରୀ ସତ୍ୟସାଇ ସେବା ସମିତି ଧର୍ମଗଡ଼ ଆନୁକୂଲ୍ୟରେ ଧର୍ମଗଡ ଠାରେ ଅନୁଷ୍ଠିତ ହୋଇଯାଇଛି l ପ୍ରାତଃ ଓଁ କାରମ, ସୁପ୍ରଭାତମ କରାଯାଇଥିଲା l ପରେ ଜ୍ୟୋତି ଆବାହନ, ବେଦପାଠ, ସହନାବବତୁ, ଏକ ମିନିଟ ନିରବ ଉପଵେଶନ, ଭଜନ, ସ୍ୱାଗତ ଅଭିଭାଷଣ, ପ୍ରାତଃ ପ୍ପ୍ରାର୍ଥନା, ଅଷ୍ଟୋତ୍ତର ଶତ ନାମ ପାଠ, ଜ୍ୟୋତି ଧ୍ୟାନ ର ଅଭ୍ୟାସ, ଗାୟତ୍ରୀ ମନ୍ତ୍ର ଜପ, ଦିବ୍ୟ ସମ୍ଭାଷଣ ପାଠ, ହରି ଭଜନ ଓ ମଙ୍ଗଳ ଆଳତୀ ସମ୍ପର୍କରେ

ଶ୍ରୀମତୀ ରୁପା ସାହୁ, ସମିତି ଶିକ୍ଷା ସଂଯୋଜିକା,ଧର୍ମଗଡ ଶ୍ରୀ ମହେଶ ଅଗ୍ରୱାଲ, ସମିତି ଆବାହକ ଧର୍ମଗଡ଼, ସୁ ଶ୍ରୀ ସରସ୍ବତୀ ଭାରଦ୍ୱାଜ କଳାହାଣ୍ଡି, ଜିଲ୍ଲା ଆଧ୍ୟାତ୍ମିକ ସଂଯୋଜିକା, କଳାହାଣ୍ଡି, ଶ୍ରୀ ତୁଲାରାମ ସାହୁ ଜିଲ୍ଲା ସ୍କୁଲ ବାଳବିକାଶ ନିର୍ବାହକ,କଳାହାଣ୍ଡି, ଶ୍ରୀ ସୁରେନ୍ଦ୍ର ମୁଣ୍ଡ ସମିତି ଆଧ୍ୟାତ୍ମିକ ସଂଯୋଜକ, ଧର୍ମଗଡ଼ ନିଜ ନିଜ ଅଭିଭାଷଣ ରେ ସୁଚାରୁରୂପେ ଏହି ଦିବ୍ୟ ସନ୍ଦେଶ କୁ ବୁଝାଇଥିଲେ l ଏହି ଶିବିରରେ ସତ୍ୟସାଇ ସେବା ସମିତି ତଥା ଭଜନ ମଣ୍ଡଳୀ ରୁ ସାଇପ୍ରେମୀ ପ୍ରମୁଖ ଉପସ୍ଥିତ ରହି ଭଗବାନ ଙ୍କ କଥା ଶ୍ରବଣ କରି ଆନନ୍ଦ ର ସହ ମହାପ୍ରସାଦ ଗ୍ରହଣ କରିଥିଲେ l