ଭୁବନ: ସାମାଜିକ ଅନୁଷ୍ଠାନ ପକ୍ଷରୁ ଗ୍ରାମ ସଫେଇ ଅଭିଯାନ ଚାଲୁରହିଥିବାବେଳେ ଓଡ଼ିଶ ଗ୍ରାମରେ ଅନୁରୂପ ଭାବେ ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଅନୁଷ୍ଠିତ ହୋଇଥିଲା ମନ୍ଦିର ସଫେଇ କାର୍ଯ୍ୟକ୍ରମ। ଏହି ସଫେଇ ଅଭିଯାନ ଅବସରରେ ଓଡ଼ିଶ ଗ୍ରାମର ଆରାଧଧ୍ୟା ଦେବୀ ମା’ ଚର୍ଚ୍ଚିକାଙ୍କ ପୀଠ ସଫେଇ କରାଯାଇଥିବା ଦେଖିବାକୁ ମିଳିଛି। ଗ୍ରାମରେ ଥିବା ଉତ୍କଳ ବୁଲେଟିନ୍ ର ସମସ୍ତ

ସ୍ୱେଚ୍ଛାସେବୀମାନେ ଏକତ୍ରିତ ହୋଇ ମା’ ଚର୍ଚ୍ଚିକା ପୀଠ ଏବଂ ଶିବ ମନ୍ଦିର ଏବଂ ଅନ୍ୟ ମନ୍ଦିରର ଚତୁଃପାଶ୍ୱର୍ ସଫା କରାଯାଇଥିବା ଦେଖିବାକୁ ମିିଳିଛି। ସକାଳୁ ସ୍ୱେଚ୍ଛାସେବୀମାନେ ମନ୍ଦିର ପ୍ରାଙ୍ଗଣରେ ଏକତ୍ରିତ ହୋଇ ପ୍ରଥମେ ସମସ୍ତ ମନ୍ଦିର ପ୍ରାଙ୍ଗଣ ସମ୍ମୁଖ ସଫା କରିବା ସହ ମନ୍ଦିର ଚତୁଃପାଶ୍ୱର୍ ସଫେଇ କରାଯାଇଥିବା ଦେଖିବାକୁ ମିଳିଛି। ଏଥିରେ ଅନୁଷ୍ଠାନର ସ୍ୱେଚ୍ଛାସେବୀ ପଂଚାନନ ସେନାପତି, ରଂଜନ ସେଠୀ, ବିକ୍ରମ ରଣା, ସତ୍ୟବାଦୀ ରଣା, କୈଳାସ ବେହେରା, ଭାଗବତ ସେଠୀ, ବଳରାମ ସେନାପତି ପ୍ରମୁଖ ସହଯୋଗ କରିଥିବା ଦେଖିବାକୁ ମିଳିଛି। ଏହିପରି ସାମାଜିକ କାର୍ଯ୍ୟକ୍ରମ ଆଗକୁ ଜାରି ରହିବ ବୋଲି ବରିଷ୍ଠ ସ୍ୱେଚ୍ଛାସେବୀ ସତ୍ୟବାଦୀ ରଣା କହିଛନ୍ତି। ଦେବାଦିଦେବ ଶିବ ଭଗବାନଙ୍କ ବଡ଼ ଉପାସନା ଭାବେ ଜାଗରକୁ ହିନ୍ଦୁ ଧର୍ମରେ ମନା ଯାଉଥିବାରୁ ଏହି ଦିନ ମନ୍ଦିରରେ ବହୁ ଭକ୍ତ ଏକତ୍ରିତ ହୋଇଥାନ୍ତି ତେଣୁ ଏହି ସଫେଇ ସେବା କାର୍ଯ୍ୟ ମନ୍ଦିର ପରିସରକୁ ଆହୁରି ଆଧ୍ୟାତ୍ମିକତା ପରିବେଶ ସୃଷ୍ଟି କରିପାରିବ ବୋଲି ସାମ୍ବାଦିକ ତଥା ସମାଜସେବୀ ବିମଳ କୁମାର ରଣା ସୂଚନା ଦେଇଛନ୍ତି।