ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଭେଟିଲେ ବାଳକାଟିର ବିସ୍ଥାପିତ ବ୍ୟବସାୟୀଥଇଥାନ ନିମନ୍ତେ ଅନୁରୋଧ କଲେ

ବାଲିଅନ୍ତା ,୧୪|୫):ସରଦେଇପୁର-ନିମାପଡା ରାସ୍ତା ସମ୍ପ୍ରସାରଣ ନିମନ୍ତେ ବାଳକାଟି ବଜାର ଉଛେଦ ପରେ ଗତ ୪/୫ ମାସ ଧରି ଦୋକାନ ହରାଇଥିବା ବିସ୍ଥାପିତ ବ୍ୟବସାୟୀ ବିଭିନ୍ନ ଅସୁବିଧା ଦେଇ ଗତି କରୁଛନ୍ତି l ସେମାନଙ୍କ ପରିବାର ଚଳାଇବା ଏକପ୍ରକାର କଷ୍ଟକର ହୋଇପଡିଛି l ଏନେଇ ଗତ ୧0 ତାରିଖରେ ବାଳକାଟି ବଜାରରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିବା ବେଳେ ସେଠାରେ ପ୍ରଭାବିତ ବ୍ୟବସାୟୀ ମାନେ ତାଙ୍କର ସମସ୍ୟା ଜଣାଇଥିଲେ l ସାଂସଦ ଷଡ଼ଙ୍ଗୀ ଏହାକୁ ଗୁରୁତର ସହକାରେ ନେଇ ଥଇଥାନ ନିମନ୍ତେ ସମ୍ପୃକ୍ତ ବ୍ୟବସାୟୀଙ୍କୁ ପ୍ରତିଶୃତି ଦେଇଥିଲେ l

ପରେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ବ୍ୟବସାୟୀଙ୍କୁ ଥଇଥାନ ନିମନ୍ତେ ଜିଲ୍ଲାପାଳଙ୍କ ନିକଟକୁ ଚିଠି ଲେଖିଥିଲେ l ପରେ ସାଂସଦଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କ ପ୍ରତିନିଧି ଚୌଧୁରୀ ଦ୍ୱାରିକାନାଥ ଦାଶଙ୍କ ନେତୃତ୍ୱରେ ଆଜି ବିସ୍ଥାପିତ ବ୍ୟବସାୟୀ ମାନେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସହ ସାକ୍ଷାତ କରିବା ପାଇଁ ଯାଇଥିଲେ l ମାତ୍ର ଜିଲ୍ଲାପାଳ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଥିବାରୁ ତାଙ୍କ ନିର୍ଦେଶ କ୍ରମେ ମୁଖ୍ୟ ଉନ୍ନୟନ ଅଧିକାରୀ ଜ୍ୟୋତି ସଙ୍କର ସାହୁଙ୍କୁ ସକ୍ଷାତ କରିଥିଲେ l ସେଠାରେ ଶ୍ରୀ ସାହୁ ବ୍ୟବସାୟୀଙ୍କ ସହ ଆଲୋଚନା କରିବା ସହ ଥଇଥାନ ନିମନ୍ତେ ନିର୍ଭର ପ୍ରତିଶୃତି ଦେଇଥିଲେ l ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ନେତା ଶଶିଭୂଷଣ ପାତ୍ର, ବାଳକାଟି ମଣ୍ଡଳ ସଭାପତି ବ୍ରହ୍ମାନନ୍ଦ ସ୍ୱାଇଁ, ବାସୁଦେବ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page