ବିଜେଇଏମ୍ ସ୍କୁଲ-୨ର ଦଶମ ଓ ଦ୍ବାଦଶ ଶ୍ରେଣୀର କୃତୀ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା

ବାଲିଅନ୍ତା: ସତ୍ୟଭାମାପୁରସ୍ଥିତ ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟ – ୨ର ଦଶମ ଓ ଦ୍ବାଦଶ ଶ୍ରେଣୀର ୨୦୨୪-୨୫ ଶିକ୍ଷାବର୍ଷ ନିମନ୍ତେ ୯୦% ରୁ ଅଧିକ ରଖିଥିବା କୃତୀ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଏକ ସମ୍ବର୍ଦ୍ଧନା ଉତ୍ସବ ଭଞ୍ଜକଳା ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମ୍ବର୍ଦ୍ଧନା ଉତ୍ସବରେ ବିଦ୍ୟାଳୟର ସଭାପତି ରଘୁନାଥ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ କୃତୀତ୍ଵ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା କରିଥିଲେ । ମହୋଦୟଙ୍କର ପ୍ରେରଣାମୂଳକ ବକ୍ତବ୍ୟ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ନୂତନ ଜୀବନର… Continue reading ବିଜେଇଏମ୍ ସ୍କୁଲ-୨ର ଦଶମ ଓ ଦ୍ବାଦଶ ଶ୍ରେଣୀର କୃତୀ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା

ସତ୍ୟଭାମାପୁର ସରକାରୀ ଉଚ୍ଚ ବିଦ୍ୟାଳୟ ବାର୍ଷିକ ଉତ୍ସବ ଅନୁଷ୍ଠିତ

ବାଲିଅନ୍ତା: ଖୋରଧା ଜିଲ୍ଲା ବାଲିଅନ୍ତା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ, ସତ୍ୟଭାମାପୁରର ୫୯ ତମ ବାର୍ଷିକ ଉତ୍ସବ ତଥା ପୁରସ୍କାର ପ୍ରଦାନ ସମାରୋହ ବିଦ୍ୟାଳୟ ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ସତ୍ୟଭାମାପୁର ଗ୍ରାମ ପଂଚାୟତର ସରପଂଚ ରଶ୍ମିତା ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ଅତିଥିମାନଙ୍କ ଦ୍ୱାରା ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଏବଂ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉତ୍ସବର ଶୁଭ ଉଦ୍ଘାଟନ କରାଯାଇଥିଲା । ବିଦ୍ୟାଳୟ ପଞ୍ଚଶିକ୍ଷା ସେତୁ… Continue reading ସତ୍ୟଭାମାପୁର ସରକାରୀ ଉଚ୍ଚ ବିଦ୍ୟାଳୟ ବାର୍ଷିକ ଉତ୍ସବ ଅନୁଷ୍ଠିତ

ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥିଙ୍କ ମାତୃ ବିୟୋଗ

ଭୁବନେଶ୍ୱର: ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ର ଅଧ୍ୟକ୍ଷ, ବରିଷ୍ଠ ସାମ୍ବାଦିକ,ପ୍ରଦ୍ୟୁମ୍ନ ଶତପଥି ଙ୍କ ମାତୃଦେବ ଉମା ଦେବୀ ଙ୍କ 99 ବର୍ଷ ବୟସରେ ବିୟୋଗ ଘଟିଛି l ବହୁ ପ୍ରତିଭାର ଅଧିକାରିଣୀ ଜଣେ ସରଳ, ମିଷ୍ଠଭାଷୀ, ଅମାୟିକ ବ୍ୟକ୍ତିତ୍ୱ ମହିଳା ଭାବେ ସେ ବେଶ ସୁପରିଚିତ ଥିଲେ l ଦୀର୍ଘ ଦିନ ଧରି ଏକ ଘରୋଇ ହସ୍ପିଟାଲ ରେ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ସେ ଚିକିତ୍ସାଧୀନ ଥିଲେ l ପୁରୀ ସ୍ବର୍ଗଦ୍ୱାର ଠାରେ ତାଙ୍କ… Continue reading ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥିଙ୍କ ମାତୃ ବିୟୋଗ

ପୁଣି ବଢ଼ିଲା ମଧ୍ୟାହ୍ନ ଭୋଜନ ଦର

ଭୁବନେଶ୍ୱର: ଶୁକ୍ରବାରଠାରୁ ସାରା ରାଜ୍ୟରେ ସ୍କୁଲ ଖୋଲିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ପ୍ରଥମ ଦିନରୁ ହିଁ ସ୍କୁଲରେ ମଧ୍ୟାହ୍ନ ଭୋଜନ ମିଳିଛି। ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ସମସ୍ତ ବିଦ୍ୟାଳୟରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ରାଶିକୁ ପୁଣି ବୃଦ୍ଧି କରାଯାଇଛି। ଉଭୟ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ପାଇଁ ୨ଟଙ୍କା ୯୨ପଇସା ଲେଖାଏ ବୃଦ୍ଧି ହୋଇଛି। ପୂର୍ବରୁ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ… Continue reading ପୁଣି ବଢ଼ିଲା ମଧ୍ୟାହ୍ନ ଭୋଜନ ଦର

ଯୋଗ ଦିବସରେ ଯୋଗ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଜୁନ୍ ୨୧ ଅର୍ଥାତ୍ ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଯୋଗ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ମନ୍ତ୍ରୀମାନେ ବି ସାମିଲ ହୋଇଛନ୍ତି। ବିଶାଖାପାଟଣାରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ସାମିଲ ହୋଇ ଯୋଗ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଯୋଗ କେବଳ ଏକ ବ୍ୟାୟମ ନୁହେଁ। ଶାରୀରିକ ବ୍ୟାୟମ ଠାରୁ ଏହାର ସ୍ଥାନ ବହୁତ ଉଚ୍ଚରେ। ଯୋଗ ହେଉଛି ଶାରୀରିକ, ବୌଦ୍ଧିକ, ମାନସିକ ଏବଂ ଅଧ୍ୟାତ୍ମିକତାର… Continue reading ଯୋଗ ଦିବସରେ ଯୋଗ କଲେ ମୁଖ୍ୟମନ୍ତ୍ରୀ

ରଜ ଅବସରରେ ଅସହାୟଙ୍କୁ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଶିକ୍ଷା ଓ ସାମାଜିକ ଅନୁଷ୍ଠାନ ଶୀଭମ ପକ୍ଷରୁ ରାଜଧାନୀ ରେ ଥିବା ଅସହାୟ, ବୃଦ୍ଧ ତଥା ଅଭାବୀ ବ୍ୟକ୍ତି ମାନଙ୍କୁ ରଜ ଅବସରରେ ଖାଦ୍ୟ ଓ ବସ୍ତ୍ର ବଣ୍ଟନ କରାଯାଇଥିଲା l ଅନୁଷ୍ଠାନର ନିର୍ଦେଶକ ମଦନ ମୋହନ ପାଢ଼ୀ ଙ୍କ ସଂଯୋଜନା ରେ ଉକ୍ତ ନିଆରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ବିଦ୍ୟାର୍ଥୀ ମାନେ ପୂଜ୍ୟ ପୂଜା ସହିତ ସାମାଜିକ କାର୍ଯ୍ୟକ୍ରମ ଦୀର୍ଘ ବର୍ଷ ହେଲା କରିଆସୁଛନ୍ତି ବୋଲି ଶ୍ରୀଯୁକ୍ତ ପାଢ଼ୀ ମତବ୍ୟକ୍ତ କରିଥିଲେ l ଉତ୍କଳର… Continue reading ରଜ ଅବସରରେ ଅସହାୟଙ୍କୁ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ

ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶ

ବଲାଙ୍ଗୀର: ସ୍ୱତନ୍ତ୍ର ବାର୍ତ୍ତା ବ୍ୟୁରୋ ବଲାଙ୍ଗୀର ପଥରଚେପା ଠାରେ ମଙ୍ଗଳବାର ରାଜ୍ୟ ସ୍ତରୀୟ କୃଷକ ଶକ୍ତି ସମାବେଶ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଯୋଗଦାନ କରି ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିରେ କୃଷକ ମାନଙ୍କ ଯୋଗଦାନ ଓ ଭୂମିକା ସମ୍ପର୍କରେ କହିଥିଲେ। ବଲାଙ୍ଗୀର ଜିଲାର କୃଷି, ଜଳସେଚନ ବୃଦ୍ଧି ସହ ପ୍ରତି ଜିଲାରେ ଏକ ଶିଳ୍ପ ପ୍ରତିଷ୍ଠା କରାଯିବ ବୋଲି କହିଥିଲେ। ଏହି ଅବସରରେ ବନ୍ଦ ପଡିଥିବା ଦେଓଗାଁ ଚିନିକଳ ପୁନଃ କାର୍ଯ୍ୟକ୍ଷମ… Continue reading ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶ

ବିକଶିତ ଓଡ଼ିଶା ପାଇଁ ବିକଶିତ ଜିଲ୍ଲା ପରାମର୍ଶ କର୍ମଶାଳା ଆୟୋଜିତ

ବଲାଙ୍ଗିର : ସ୍ୱତନ୍ତ୍ର ବାର୍ତ୍ତା ବ୍ୟୁରୋ ବଲାଙ୍ଗିର ଆଜି ଅପରାହ୍ନ ରେ ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ପେକ୍ଷାଳୟରେ ଜିଲ୍ଲା ସ୍ତରୀୟ ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭, ବିକଶିତ ଓଡ଼ିଶା ପାଇଁ ବିକଶିତ ଜିଲ୍ଲା ପରାମର୍ଶ କର୍ମଶାଳା ଆୟୋଜିତ ହୋଇଛି ।ଏହି କର୍ମଶାଳା ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲାପାଳ ଗୌରୱ ଶୀୱାଜୀ ଈସାଲୱାର ସରକାର ଙ୍କ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଦ୍ୱାରା ଆଜି ରାଜ୍ୟ ସହ ଜିଲ୍ଲା ର ବିକାଶ ଘଟୁଛି… Continue reading ବିକଶିତ ଓଡ଼ିଶା ପାଇଁ ବିକଶିତ ଜିଲ୍ଲା ପରାମର୍ଶ କର୍ମଶାଳା ଆୟୋଜିତ

ସୁବନ ଖୁଣ୍ଟିଆ ସ୍ମୃତି ପ୍ରତିଷ୍ଠାନ ପକ୍ଷରୁ ବାର୍ଷିକ ସ୍ମୃତିସଭା

ଭୁବନେଶ୍ବର: ଭାରତ ବଳକା ଖାଦ୍ୟଶସ୍ୟ ଦେଶ ଭାବେ ରପ୍ତାନି କରି ବୈଦେଶିକ ମୁଦ୍ରା ଅର୍ଜନ କରୁଛି। ଏହା ସତ୍ତ୍ବେ ଭାରତ ଦୁର୍ଭାଗ୍ୟର ଦେଶ ବୋଲି କୁହାଯାଉଛି। ଦେଶରେ ୮୦ କୋଟି ଲୋକଙ୍କୁ ମାଗଣା ଚାଉଳ ବଣ୍ଟାଯାଉଛି। ତଥାପି ପୁଷ୍ଟିହୀନତାରେ ଶ୍ରୀଲଙ୍କାଠାରୁ ଖରାପ ସ୍ଥିତିରେ ଭାରତ। ଏପର୍ଯ୍ୟନ୍ତ ନାଗରିକମାନଙ୍କୁ ଉପଯୁକ୍ତ ପୁଷ୍ଟିକର ଖାଦ୍ୟ ମିଳୁନାହିଁ। ଚାଷ ଓ ଚାଷୀର ଗୁରୁତ୍ବକୁ ପ୍ରାଧାନ୍ୟ ଦିଆଯାଉନାହିଁ। ଚାଷୀଙ୍କ ଫସଲର ଉପଯୁକ୍ତ ଦାମ୍ ମିଳୁନି। ଭାଗଚାଷୀଙ୍କୁ ସହାୟତା ମିଳୁନି କିମ୍ବା ଚାଷ ଜମିକୁ… Continue reading ସୁବନ ଖୁଣ୍ଟିଆ ସ୍ମୃତି ପ୍ରତିଷ୍ଠାନ ପକ୍ଷରୁ ବାର୍ଷିକ ସ୍ମୃତିସଭା

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ 97 ତମ ଶ୍ରାଦ୍ଧବାର୍ଷିକ ଅନୁଷ୍ଠିତ

ଭୁବନେଶ୍ୱର: ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ମହାନ ସ୍ୱାଧୀନତା ସଂଗ୍ରାମୀ, ଶିକ୍ଷାବିତ, ସମ୍ପାଦକ,ସୁ ସାହିତ୍ୟିକ, ବିଶିଷ୍ଟ ସମାଜସେବୀ ତଥା ବହୁମୁଖୀ ବ୍ୟକ୍ତିତ୍ୱର ଅଧିକାରୀ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ 97 ତମ ଶ୍ରାଦ୍ଧବାର୍ଷିକ ସ୍ଥାନୀୟ ପ୍ରତିମୂର୍ତ୍ତି ସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ ସହ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥିଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି l ବକୁଳ ବନ ବିଦ୍ୟାଳୟ ପ୍ରତିଷ୍ଠା କରିବା ସହ ଉତ୍କଳ ର ଭାଷା, ସଂସ୍କୃତି କୁ ଆଗେଇ… Continue reading ଉତ୍କଳମଣି ଗୋପବନ୍ଧୁ ଦାସଙ୍କ 97 ତମ ଶ୍ରାଦ୍ଧବାର୍ଷିକ ଅନୁଷ୍ଠିତ

You cannot copy content of this page