ସାରସ୍ୱତ ସମାଜ ପକ୍ଷରୁ କବିତା ପାଠ ଓ ଆଲୋଚନାଚକ୍ର 

ଭୁବନେଶ୍ୱର: ସାରସ୍ବତ ସମାଜ, ଓଡିଶା, ଭୁବନେଶ୍ବର ର ଆଲୋଚନା ଚକ୍ର ଓ କବିତା ପାଠୋତ୍ସବ ୟୁନିଟ ୩ ଭୁବନେଶ୍ଵର ସ୍ଥିତ ଗୋଦାବରୀଶ ସାହିତ୍ୟ ସଂସଦ ସଭାଗୃହରେ କବୟିତ୍ରୀ ପୁଷ୍ପଲତା ମିଶ୍ରଙ୍କ ସଭାପତିତ୍ବରେ  ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ତଥା ସୁନାମଧନ୍ଯ କବି ବିପିନ୍ ମହାନ୍ତି ଯୋଗଦେଇ ତାଙ୍କ ବକ୍ତବ୍ଯରେ ଦୁଃଖ ଆସେ ଦୁଃଖ ଯାଏ,ତାର ପଦଶବ୍ଦ କବିକୁ ହଜାଏ, ମଜାଏ, ଭିଜାଏ ଆଉ ଅନ୍ତରର ଶ୍ରଦ୍ଧା ଓ ଅସରନ୍ତି ଭାବନାକୁ ରୂପଦେଇ… Continue reading ସାରସ୍ୱତ ସମାଜ ପକ୍ଷରୁ କବିତା ପାଠ ଓ ଆଲୋଚନାଚକ୍ର 

ଅର୍କ କ୍ଷେତ୍ରରେ ଆରମ୍ଭ ହୋଇଛି କୋଣାର୍କ ଉତ୍ସବ

ଭୁବନେଶ୍ୱର: ରାଜ୍ୟ ପର୍ଯ୍ୟଟନ ବିଭାଗ ଆନୁକୁଲ୍ୟରେ ସଂସ୍କୁତି ବିଭାଗ ଓ  ସଙ୍ଗୀତ  ନାଟକ ଏକାଡେମୀର ମିଳିତ ଉଦ୍ୟମରେ କୋଣାର୍କ ଠାରେ ଅନୁଷ୍ଠିତ ହୋଇଯାଇଛି  ପାଞ୍ଚ ଦିନିଆ 35 ତମ କୋଣାର୍କ ଉତ୍ସବ ଏବଂ 14 ତମ ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ। 1989 ମସିହା ଠାରୁ ଆରମ୍ଭ ହୋଇଛି ଏହି କୋଣାର୍କ ଉତ୍ସବ। ଏହାକୁ ଭାରତର ଅନ୍ୟତମ ବୃହତ୍ ନୃତ୍ୟ ଉତ୍ସବ କହିଲେ ଅତ୍ୟୁକ୍ତି ହେବ ନାହିଁ। ଯେ କୌଣସି ଶାସ୍ତ୍ରୀୟ ନୃତ୍ୟ ଶିଳ୍ପୀ ,ନୃତ୍ୟ ଅନୁଷ୍ଠାନ… Continue reading ଅର୍କ କ୍ଷେତ୍ରରେ ଆରମ୍ଭ ହୋଇଛି କୋଣାର୍କ ଉତ୍ସବ

ବିକାଶର ରିପୋର୍ଟ କାର୍ଡ ପ୍ରଦାନ କଲେ ସରପଞ୍ଚ

pressmeet at jayadev election area for report card annucment

ଭୁବନେଶ୍ୱର: ଜୟଦେବ ନିର୍ବାଚନ ମଣ୍ଡଳୀରେ ପ୍ରଥମ ଥର ପାଇଁ ସରପଞ୍ଚ ନିଜର ରିପୋର୍ଟ କାର୍ଡ ଉପସ୍ଥାପନ କରିଛନ୍ତି। ବାଲିଅନ୍ତା ବ୍ଲକ ଉମାଦେଇବ୍ରହ୍ମପୁର ପଞ୍ଚାୟତର‌ ସରପଞ୍ଚ ଭାବେ ରମାଲତା ନାୟକ ନିର୍ବାଚିତ ହେବା ପରେ ୨ ବର୍ଷ ୮ ମାସ ମଧ୍ୟରେ ସେ କରିଥିବା ବିଭନ୍ନ ଜନହିତକର ଏବଂ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ‘ବିକାଶର ରିପୋର୍ଟ କାର୍ଡ’ ପ୍ରଦାନ କରିଛନ୍ତି। ସୁଦର୍ଶନ ଦାରୁ ପୀଠ ଠାରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମୀଳନୀରେ ସରପଞ୍ଚ ଶ୍ରୀମତୀ ନାୟକ ଅଢେଇ ବର୍ଷରୁ… Continue reading ବିକାଶର ରିପୋର୍ଟ କାର୍ଡ ପ୍ରଦାନ କଲେ ସରପଞ୍ଚ

ନୃତ୍ୟନିପୁଣା ଅନୁଷ୍ଠାନ ପକ୍ଷରୁ ପଞ୍ଚମ ନୃତ୍ୟ ମହୋତ୍ସବ

nrutyanipuna dance academy held dance programme in budha mandir in bhubaneswar

ଭୁବନେଶ୍ୱରର: ଭୁବନେଶ୍ୱରର୯ ନମ୍ୱର୍ ସ୍ଥିତ ‘ବୁଦ୍ଧ ମନ୍ଦିରଠାରେ’ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ‘ନୃତ୍ୟନିପୁଣା’ ତରଫରୁ ‘ପଞ୍ଚମ ନୃତ୍ୟ ମହୋତ୍ସବ’ ର ଆୟୋଜନ ହୋଇଯାଇଛି। ଏଥିରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ନୃତ୍ୟଶିଳ୍ପୀ ମାନେ ଯୋଗଦେଇଥିଲେ। ଓଡ଼ିଶୀ ନୃତ୍ୟ, ମାହାରୀ ନୃତ୍ୟ ,ଭଜନ ନୃତ୍ୟ ଏବଂ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ। ଏହି ନୃତ୍ୟ ମହୋତ୍ସବ ୧ତାରିଖ (ରବିବାର) ଅପରାହ୍ନ ୪ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା। ଏହି ନୃତ୍ୟ ମହୋତ୍ସବରେ ସୁନାମଧନ୍ୟ ତଥା ଖ୍ୟାତିସଂପନ୍ନ ଏବଂ ବହୁ… Continue reading ନୃତ୍ୟନିପୁଣା ଅନୁଷ୍ଠାନ ପକ୍ଷରୁ ପଞ୍ଚମ ନୃତ୍ୟ ମହୋତ୍ସବ

ମହିମା ସେବା ଫାଉଣ୍ଡେସନ ପକ୍ଷରୁ ଶୀତବସ୍ତ୍ର ବଣ୍ଟନ ସହ ଶିକ୍ଷାବିତ ଙ୍କୁ ସମ୍ବର୍ଦ୍ଧନା

ବେଗୁନିଆ /ଖୋର୍ଦ୍ଧା: ସାମାଜିକ ଅନୁଷ୍ଠାନ ମହିମା ସେବା ଫାଉଣ୍ଡେସନ ପକ୍ଷରୁ ଖୋର୍ଦ୍ଧା ବେଗୁନିଆ ସ୍ଥିତ ବାଗଲପୁର ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଅସହାୟ, ଅଭାବୀ ବ୍ୟକ୍ତିମାନଙ୍କୁ ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଫାଉଣ୍ଡେସନ ର ସଭାପତି ସମାଜସେବୀ ନାରାୟଣ ଖୁଣ୍ଟିଆ ଙ୍କ ପୌରହିତ୍ୟ ଓ ସାମ୍ବାଦିକ, ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହିମା ସାଧୁ ମଧୁସୂଦନ ଦାସ, ସମ୍ମାନିତ ଅତିଥି ଭାବେ… Continue reading ମହିମା ସେବା ଫାଉଣ୍ଡେସନ ପକ୍ଷରୁ ଶୀତବସ୍ତ୍ର ବଣ୍ଟନ ସହ ଶିକ୍ଷାବିତ ଙ୍କୁ ସମ୍ବର୍ଦ୍ଧନା

ପ୍ରଦୁ୍ୟମ୍ନ ଶତପଥୀ ଏକ ଅବିସ୍ମରଣୀୟ ପ୍ରତିଭା : ସ୍ୱାମୀ ବ୍ରହ୍ମାନନ୍ଦ

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ତଥା ବିଚ୍ଛିନ୍ନାଞ୍ଚଳ ଓଡ଼ିଆଙ୍କ ପାଇଁ ଦୀର୍ଘ ୪୫ ବର୍ଷ ଧରି କାର୍ଯ୍ୟ କରି ଆସୁଥିବା ବାଗ୍ମୀ ପ୍ରଦୁ୍ୟମ୍ନ ଶତପଥୀଙ୍କ ସ୍ୱନକ୍ଷତ୍ର ଉତ୍ସବ ବୁଧବାର ସନ୍ଧ୍ୟାରେ ବୁଦ୍ଧମନ୍ଦିର ସଭାଗୃହରେ ବାଗ୍ମୀ ପ୍ରଦୁ୍ୟମ୍ନ ପ୍ରଣାମ ଉତ୍ସବ ଭାବେ ପୂଜ୍ୟ ପ୍ରଣାମ ଟ୍ରଷ୍ଟ ପକ୍ଷରୁ ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି।ଉଦ୍ଘାଟକ ତଥା ମୁଖ୍ୟ ଅତିଥି ଭାବେ ସନ୍ଥ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ପରେ ସ୍ୱାମୀଜୀ ମହାରାଜ… Continue reading ପ୍ରଦୁ୍ୟମ୍ନ ଶତପଥୀ ଏକ ଅବିସ୍ମରଣୀୟ ପ୍ରତିଭା : ସ୍ୱାମୀ ବ୍ରହ୍ମାନନ୍ଦ

୧ ଡିସେମ୍ବରରେ ନୃତ୍ୟନିପୂଣା ୫ମ ତମ ନୃତ୍ୟ ଉତ୍ସବ

ଭୁବନେଶ୍ବର: ନୃତ୍ୟନିପୂଣା ଅନୁଷ୍ଠାନ ତରଫରୁ ୫ମ ତମ ନୃତ୍ୟ ଉତ୍ସବ ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ ଆଗାମୀ ଡିସେମ୍ବର ୧ତାରିଖ, ରବିବାର ଦିନ “ନୃତ୍ୟନିପୂଣା ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ” ତରଫରୁ ଭୁବନେଶ୍ବରର ୟୁନିଟ -୩ ସ୍ଥିତ ବୁଦ୍ଧ ମନ୍ଦିରଠାରେ ଆୟୋଜନ କରାଯାଇଛି । ଏଥିରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ନୃତ୍ୟଶିଳ୍ପୀମାନେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ଏଥିରେ ନୃତ୍ୟଶିଳ୍ପୀମାନେ ଓଡ଼ିଶୀ ନୃତ୍ୟ, ମାହାରୀ ନୃତ୍ୟ, ଭଜନ ନୃତ୍ୟ ଏବଂ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିବେ ।… Continue reading ୧ ଡିସେମ୍ବରରେ ନୃତ୍ୟନିପୂଣା ୫ମ ତମ ନୃତ୍ୟ ଉତ୍ସବ

ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ଅଦଳବଦଳ

15 OAS officers promoted in Odisha,

ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ୧୯ଜଣ ଓଏଏସ ଅଫିସରଙ୍କୁ ନୂଆ ଦାୟିତ୍ୱ ନ୍ୟସ୍ତ କରିଛନ୍ତି ରାଜ୍ୟ ସରକାର। ରାଜ୍ୟ ନିର୍ବାଚନ କମିଶନରେ ଯୁଗ୍ମ ସଚିବ ଶ୍ୱେତ କୁମାର ଦାଶଙ୍କୁ ବ୍ରହ୍ମପୁର ଖଲ୍ଲିକୋଟ ବିଶ୍‌ବବିଦ୍ୟାଳୟର କୁଳସଚିବ ଭାବେ ବଦଳି କରାଯାଇଥିବାବେଳେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଯୁଗ୍ମ ସଚିବ ଯସ୍ମିନ ପଟ୍ଟନାୟକଙ୍କୁ ସତ୍ୟବାଦୀସ୍ଥିତ ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳସଚିବ(ରେଜିଷ୍ଟ୍ରାର) ଭାବେ ଅବସ୍ଥାପିତ କରାଯାଇଛି । ସେହିପରି ସ୍କୁଲ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ… Continue reading ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ଅଦଳବଦଳ

ପ୍ରଧାନ ଶିକ୍ଷକଙ୍କୁ ସ୍କୁଲ୍ ଚେୟାରମ୍ୟାନ୍ କଲେ ଦୁର୍ବ୍ୟବହାର

ଭୂବନ: ଭୂବନ ବ୍ଲକ୍‌୍ ଅନ୍ତର୍ଗତ ଓଡ଼ିଶ ଗ୍ରାମପଂଚାୟତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଘଟିଯାଇଛି ନିନ୍ଦନୀୟ ଘଟଣା। ଚେୟାରମ୍ୟାନ୍ ସ୍କୁଲକୁ ଆସି ପ୍ରଧାନ ଶିକ୍ଷକଙ୍କୁ ଅସାଭ୍ୟ ଭାଷାରେ ଗାଳି ଗୁଲଜ କରିଥିବାବେଳେ ତାଙ୍କୁ ଧକ୍କା ମାରିବା ଜଣାପଡିଛି। ଏହାଫଳରେ ପ୍ରଧାନଶିକ୍ଷକଙ୍କ ଗୋଡ଼ ମୋଡିହୋଇଯାଇଛି । ଏଥିନେଇ ପ୍ରଧାନ ଶିକ୍ଷକ ପୋଲିସ ଷ୍ଟେସନରେ ଏକ ଲିଖିତ ଅଭିଯୋଗ କରିଥିବା ମଧ୍ୟ ଜଣାପଡିଛି। ତେବେ ଏହି ସ୍କୁଲ୍ ର ଚେୟାରମ୍ୟାନ୍ ମନୁଆ ମହାନ୍ତ ହୋଇଥିବାବେଳେ ସେ ସବୁବେଳେ ମଦ୍ୟପାନ କରି… Continue reading ପ୍ରଧାନ ଶିକ୍ଷକଙ୍କୁ ସ୍କୁଲ୍ ଚେୟାରମ୍ୟାନ୍ କଲେ ଦୁର୍ବ୍ୟବହାର

ସୁଭଦ୍ରାକୁ ନେଇ ଆସିଲା ବଡ଼ ଖବର

ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ ଖବର । ସୁଭଦ୍ରା ଯୋଜନା ସଂକ୍ରାନ୍ତରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଲେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା I 2025 ମାର୍ଚ୍ଚ ୭ ତାରିଖରେ ସୁଭଦ୍ରା ପ୍ରଥମ କିସ୍ତିର ଶେଷ ପର୍ୟ୍ୟାୟ ଟଙ୍କା ଲୋକଙ୍କ ଆକାଉଣ୍ଟକୁ ଆସିବ । ଆଉ ମାର୍ଚ୍ଚ ୮ ତାରିଖରୁ ଦ୍ୱିତୀୟ କିସ୍ତି ଟଙ୍କା ମିଳିବ । ୨,୬୭,000 ଅଯୋଗ୍ୟ ହିତାଧିକାରୀଙ୍କ ଭିତରୁ ଯେଉଁମାନଙ୍କର ଭୁଲ୍ ହେଇଥିଲା, ସେମାନଙ୍କର ରିଭ୍ୟୁ ଚାଲିଛି ।ଏବେ କେବଳ ଭେରିଫିକେସନ୍ ପରେ ସେମାନେ… Continue reading ସୁଭଦ୍ରାକୁ ନେଇ ଆସିଲା ବଡ଼ ଖବର

You cannot copy content of this page