ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ତଥା ବିଚ୍ଛିନ୍ନାଞ୍ଚଳ ଓଡ଼ିଆଙ୍କ ପାଇଁ ଦୀର୍ଘ ୪୫ ବର୍ଷ ଧରି କାର୍ଯ୍ୟ କରି ଆସୁଥିବା ବାଗ୍ମୀ ପ୍ରଦୁ୍ୟମ୍ନ ଶତପଥୀଙ୍କ ସ୍ୱନକ୍ଷତ୍ର ଉତ୍ସବ ବୁଧବାର ସନ୍ଧ୍ୟାରେ ବୁଦ୍ଧମନ୍ଦିର ସଭାଗୃହରେ ବାଗ୍ମୀ ପ୍ରଦୁ୍ୟମ୍ନ ପ୍ରଣାମ ଉତ୍ସବ ଭାବେ ପୂଜ୍ୟ ପ୍ରଣାମ ଟ୍ରଷ୍ଟ ପକ୍ଷରୁ ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି।
ଉଦ୍ଘାଟକ ତଥା ମୁଖ୍ୟ ଅତିଥି ଭାବେ ସନ୍ଥ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ପରେ ସ୍ୱାମୀଜୀ ମହାରାଜ ପ୍ରଦୁ୍ୟମ୍ନ ବାବୁଙ୍କୁ ଆର୍ଶୀବାଦ କରି କହିଲେ ଯେ, ପ୍ରଦୁ୍ୟମ୍ନ ବାବୁ ଏକ ବିସ୍ମୟ ପ୍ରତିଭା । ଛାତ୍ର ଜୀବନରୁ ଓଡ଼ିଶା ଏବଂ ଓଡ଼ିଆଙ୍କ ପାଇଁ ତାଙ୍କର ସଂଗ୍ରାମ ଜାରି ରହିଛି । ଏହିଭଳି ଜଣେ ବ୍ୟକ୍ତିଙ୍କ ଜୀବନଦର୍ଶନକୁ ଆଜିର ଯୁବପିଢି ଅନୁକରଣ କରିବା ଉଚିତ୍ । ବିଶିଷ୍ଟ ଅତିଥି ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ କହିଲେ ଯେ, ପ୍ରଦୁ୍ୟମ୍ନ ବାବୁ ଏକ ଅନନ୍ୟ ପ୍ରତିଭା । ୧୯୮୪ ମସିହାରେ ମୋର ପ୍ରଥମ ସାକ୍ଷାତ ଦିନଠାରୁ ତାଙ୍କ ବାଗ୍ମୀତାରେ ମୁଁ କେବଳ ମୁଗ୍ଧ ହୋଇନଥିଲି, ତାଙ୍କର ଓଡ଼ିଆ ପ୍ରାଣକୁ ମୁଁ ଭଲ ପାଇଥିଲି । ମାଟିକୁ ଭଲ ପାଉଥିବା ୫ଟି ପ୍ରଦୁ୍ୟମ୍ନ ଯଦି ଓଡ଼ିଶାରେ ବାହାରିବେ, ଓଡ଼ିଶାର ରାଜନୈତିକ, ସାଂସ୍କୃତିକ, ସାମାଜିକ ମାନଚିତ୍ର ବଦଳିଯିବ । ସେ କେବଳ ଭାଷଣ ଦେଇ ଜନତାଙ୍କୁ ପ୍ରଭାବିତ କରନ୍ତି ନାହିଁ, କାର୍ଯ୍ୟ କରି ଦେଖାଇ ଦେଇଥାନ୍ତି । ଉଦ୍ଘାଟକ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ କହିଲେ ଯେ, ବାଲ୍ୟକାଳରୁ ସେ ଠାକୁର ଅଭିରାମ ପରମହଂସଙ୍କ ଆଶୀର୍ବାଦ ଲାଭ କରିଛନ୍ତି । ବିଭୁକୃପା, ସନ୍ଥକୃପା, ଗୁରୁକୃପା, ପିତୃମାତୃକୃପା ତାଙ୍କ ଜୀବନରେ ପ୍ରତିଫଳିତ ହୋଇଛି । ସତ୍ୟ ପାଇଁ ତାଙ୍କର ସଂଘର୍ଷକୁ ଓଡ଼ିଆ ଜାତି ଭୁଲିପାରିବ ନାହିଁ । ସରକାରଙ୍କ ଭଲ କାମକୁ ପ୍ରଶଂସା କରିବା ବେଳେ ଭୁଲ କାର୍ଯ୍ୟକୁ କଠୋର ଭାବେ ସମାଲୋଚନା କରିଥାନ୍ତି । ବରିଷ୍ଠ ବିଜେପି ନେତା ଗୋଲକ ଚନ୍ଦ୍ର ମହାପାତ୍ର ପ୍ରଦୁ୍ୟମ୍ନ ଶତପଥୀଙ୍କ ସତ୍ୟବାଦୀତାର ପଟ୍ଟାନ୍ତର ନାହିଁ ବୋଲି କହିଥିଲେ । ସମ୍ବର୍ଦ୍ଧନାର ଉତ୍ତରରେ ଶ୍ରୀ ଶତପଥୀ ସମସ୍ତ ଅତିଥିଙ୍କୁ କୃତଜ୍ଞତା ଜଣାଇବା ସହ ପରମାତ୍ମା ଓ ପିତାମାତାଙ୍କର ଅଶେଷ ଆଶୀର୍ବାଦ ଓ ଆପଣମାନଙ୍କର ଭଲ ପାଇବା ଯୋଗୁ ମୁଁ ଆଜି ଏହି ସ୍ଥାନରେ ପହଞ୍ଚô ପାରିଛି ବୋଲି କହିବା ସହ ଓଡ଼ିଶାର ମାଟି ଓ ଓଡ଼ିଆ ଅସ୍ମିତା ପାଇଁ ଶେଷ ଜୀବନ ପର୍ଯ୍ୟନ୍ତ ଲଢିବାକୁ ମାନସିକ ଭାବେ ସଂକଳ୍ପ କରିଛି ବୋଲି କହିଥିଲେ । କାର୍ଯ୍ୟକ୍ର୍ରମ ପ୍ରାରମ୍ଭରେ ପ୍ରଫୁଲ୍ଲ ମହାରାଜ ଶ୍ରୀଗଣେଶ ବନ୍ଦନା ଗାନ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ସ୍ୱାମୀ ବ୍ରହ୍ମାନନ୍ଦ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକଙ୍କୁ ଦ୍ୱିତୀୟ ପ୍ରଦୁ୍ୟମ୍ନ ପ୍ରତିଭା ସମ୍ମାନ ପ୍ରଦାନ କରିଥିଲେ ଓ ମୁଖ୍ୟବକ୍ତା ଭାବେ ଶ୍ରୀ ମଲ୍ଲିକ ପ୍ରଦୁ୍ୟମ୍ନ ଶତପଥୀଙ୍କ ସଂଘର୍ଷମୟ ଜୀବନର ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ବ୍ରଜବନ୍ଧୁ ପଣ୍ଡା, ପୂର୍ବତନ ସିବିଆଇ ଜଜ ସଞ୍ଜୟ ପଣ୍ଡା, ଡଃ ମନୋଜ ଲେଙ୍କା, ବଂଶୀଧର ସାହୁ ଫାଉଣ୍ଡେସନ ପକ୍ଷରୁ ମନୋଜ ସାହୁ, ଡିଏଭି ପବ୍ଲିକ ସ୍କୁଲ ଓ ସେଣ୍ଟ ଜାଭିୟର ସ୍କୁଲ ପକ୍ଷରୁ ଫୁଲତୋଡ଼ା ଓ ଉତ୍ତରୀୟ ଦିଆଯାଇ ପ୍ରଦୁ୍ୟମ୍ନ ବାବୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆଡ଼ଭୋକେଟ ଶୀଳଭଦ୍ର ଶାସ୍ତ୍ରୀ, ଗାୟକ ନାରାୟଣ ଶୁକ୍ଲା, ଆହ୍ଲାଦ ସୁରେନ୍ଦ୍ର ଛୋଟରାୟ, ସୁମିତ୍ରା ପଣ୍ଡା, ସମାଜସେବୀ ବିଜୟ ପରିଡ଼ା, ସୁଖଧାମ ପକ୍ଷରୁ ଦେବଜାନୀ ରାୟ, ଲକ୍ଷ୍ମଣ ମଲ୍ଲିକ ଟ୍ରଷ୍ଟ ପକ୍ଷରୁ ରିତେଶ ମଲ୍ଲିକ, କଂଗ୍ରେସ ସେବାଦଳ ପକ୍ଷରୁ ମହମ୍ମଦ ସହାଦୁଲ୍ଲା, ମହତାବ ଏକାଡ଼େମୀ ପକ୍ଷରୁ ଇଞ୍ଜିନିୟର ବିବେକାନନ୍ଦ ପାତ୍ର, ପ୍ରଶାସକ ପ୍ରଦୀପ ବିଶ୍ୱାଳ, ଧରଣୀଧର ଜେନା ପ୍ରମୁଖ ଜନ୍ମଦିନର ଶୁଭେଚ୍ଛା ଜଣାଇ ଉତ୍ତରୀୟ ପ୍ରଦାନ କରିଥିଲେ । ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ କାର୍ଯ୍ୟକ୍ରମ ପରିଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ସୀତାବଲ୍ଲଭ ମହାପାତ୍ର । ଶେଷରେ ସଂଯୋଜକ ବାପୁ ଓଝା ଛେନାପୋଡ଼ରେ ସମସ୍ତଙ୍କୁ ଆପ୍ୟାୟିତ କରିଥିଲେ ।
ପ୍ରଦୁ୍ୟମ୍ନ ଶତପଥୀ ଏକ ଅବିସ୍ମରଣୀୟ ପ୍ରତିଭା : ସ୍ୱାମୀ ବ୍ରହ୍ମାନନ୍ଦ
Social Share On:
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ତୁରନ୍ତ ପ୍ରତ୍ୟାହାର ପାଇଁ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଲା ଅଭିଭାବକ ମହାସଂଘ
ଭୁବନେଶ୍ୱର ତା 2ରିଖ l ଛାତ୍ରଛାତ୍ରୀଙ୍କୁ ସଠିକ ପାଠ୍ୟପୁସ୍ତକ ତୁରନ୍ତ ଯୋଗାଣ ପାଇଁ ମହାମହିମ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡିଲା ଅଭିଭାବକ ମହାସଂଘ l ପିଲାମାନଙ୍କ ଗୁଣାତ୍ମକ ଶିକ୍ଷା ଅଧିକାରର ସମ୍ପୂର୍ଣ ଉଲ୍ଲଂଘନକୁ ଓଡିଶା ଅଭିଭାବକ ମହାସଂଘ ସହିତ ବିଶିଷ୍ଟ ବୁଦ୍ଧିଜୀବୀ, ସଚେତନ
ବନ୍ୟା ଜଳ ପ୍ରବାହିତ ଅଞ୍ଚଳଗୁଡ଼ିକ ପରିଦର୍ଶନ କଲେ ପୂର୍ବତ୍ତନ ମନ୍ତ୍ରୀ ଅଶୋକ ପଣ୍ଡା।
ବାଲିଅନ୍ତା ୦୧/୦୮ ( ଗୋବର୍ଦ୍ଧନ ଦାସ):- ଏକମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦୟା ନଦୀ ନିକଟସ୍ଥ ଲିଙ୍ଗି ପୁର ଅଞ୍ଚଳ ବୁଲି ବନ୍ୟା ଜଳ ପରିଦର୍ଶନ କଲେ ପୂର୍ବତ୍ତନ ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା। ପରେ ନାଥପୁର, ନୂଆଗାଁ, ଢିଅପୁର , ଜୟପୁର,
ରାଜଧାନୀ ନିକଟସ୍ଥ ଦୟାନଦୀରେ ବନ୍ୟାଜଳ ପ୍ରଭାବିତ
ବାଲିଅନ୍ତା:୩୧/୦୭ (ଗୋବର୍ଦ୍ଧନ ଦାସ)- ରାଜଧାନୀ ନିକଟସ୍ଥ ଦୟାନଦୀରେ ଚଳିତ ବର୍ଷ ର ବନ୍ୟାଜଳ ପ୍ରଭାବିତ ଯୋଗୁଁ ନଈକୂଳ ବନ୍ଧକୁ ପାଣି ଲାଗିଛି । ନଦୀ ପଠାରେ ଥିବା ଇଟିପୁର ପଞ୍ଚାୟତ ର ଜୟପୁର ପାଟଣା ଗ୍ରାମ ଦେବତୀ ମା ନିସ୍ଥାରିଣୀ ମନ୍ଦିର
ଡ଼ିଏମ ସ୍କୁଲ ଛାତ୍ରୀମୃତ୍ୟୁ ଅବହେଳା ପାଇଁ ଦାୟୀ ବ୍ୟକ୍ତି ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ କଲା ଅଭିଭାବକ ମହାସଂଘ
ଭୁବନେଶ୍ୱର ତା 29 ରିଖ l ଭୁବନେଶ୍ୱର ଡି ଏମ ସ୍କୁଲ ଛାତ୍ରୀ ମୃତ୍ୟୁ ଭଳି ଦୁର୍ଭାଗ୍ୟଜନକ ଘଟଣା ବର୍ତମାନ ଅଭିଭାବକ ମାନଙ୍କ ମଧ୍ୟରେ ଏକ ହତାଶ ମନୋଭାବ ସୃଷ୍ଟି କରିଛି l ଡି ଏମ ସ୍କୁଲ ଭଳି କେନ୍ଦ୍ର ସରକାରଙ୍କ
ଆନ୍ଦୋଳନରତ ଆଦିବାସୀ ଛାତ୍ରୀ ହଷ୍ଟେଲ ମାଟ୍ରନଙ୍କ ଦାବୀ ତୁରନ୍ତ ପୂରଣ କର : ଓଡିଶା ଅଭିଭାବକ ମହାସଂଘ
ଭୁବନେଶ୍ୱର ତl 29 ରିଖ l ଆଦିବାସୀ ଛାତ୍ରୀଙ୍କ ମୁଖ୍ୟ ସ୍ରୋତ ରେ ସାମିଲ ଓ ଉପଯୁକ୍ତ ଶିକ୍ଷା ଗ୍ରହଣ ପାଇଁ ଉଦିଷ୍ଟ ଛାତ୍ରୀ ନିବାସରେ ମୁଖ୍ୟ ଭୂମିକା ନିର୍ବାହ କରୁଥିବା ହଷ୍ଟେଲ ମlଟରନ ମାନେ ବର୍ତମାନ ଗାନ୍ଧୀ ମାର୍ଗ ରେ
‘ଦୂରଦର୍ଶୀ’ର ଅଷ୍ଟାଦଶ ସ୍ୱନକ୍ଷତ୍ର ସମାରୋହ-୨୦୨୬ ଓଡ଼ିଆ ଭାଷା ଆମ ପରିଚୟ
ଭୁବନେଶ୍ୱର,୨୯/୭: ମାସିକ ସମ୍ବାଦଭି ିକ ପତ୍ରିକା ‘ଦୂରଦର୍ଶୀ’ର ଅଷ୍ଟାଦଶ ସ୍ୱନକ୍ଷତ୍ର ଦିବସ ଅବସରରେ ଜୟଦେବ ଭବନରେ ଆୟୋଜିତ ସମାରୋହରେ ମୁଖ୍ୟଅତିଥି ଭାବେ ଜାତୀୟ ମାନବାଧିକାର କମିଶନର ସଦସ୍ୟ ଜଷ୍ଟିସ୍ ବିଦୁ୍ୟତ୍ ରଞ୍ଜନ ଷଡ଼ଙ୍ଗୀ ଯୋଗଦେଇ କହିଛନ୍ତି, ଓଡ଼ିଆ ଭାଷା ଆମ ପରିଚୟ
କୁନି ବୈଜ୍ଞାନିକ ବୃକ୍ଷର ଉପକାରିତା ବିଷୟରେ କହିଲେ ସରସ୍ଵତୀ ଶିଶୁ ମନ୍ଦିର ଶିଶୁମାନଙ୍କୁ
ବାଲିଅନ୍ତା/ ଭୁବନେଶ୍ୱର୨୯/୦୭:-ଦିନକୁ ଦିନ ରାଜଧାନୀରେ କଂକ୍ରିଟ ଜଙ୍ଗଲ ବୃଦ୍ଧି ପାଉଛି। ସୂର୍ଯ୍ୟଙ୍କ ଉତ୍ତାପ ସେହି ଅନୁସାରେ ଅସହ୍ୟ ହୋଇ ପ୍ରାଣୀ ଜଗତକୁ ଛିନଭିନ୍ କରି ଚାଲିଛି।ଖରା ବର୍ଷା ଦାଉରୁ ରକ୍ଷା କରୁଥିବା ବୃକ୍ଷ ସବୁ ସ୍ତରରେ ଛେଦନ ଚାଲିଛି। ପରିବେଶବିତ୍ ପରିବେଶକୁ
ନିଗମ କଳ୍ପତରୁ ଆଶ୍ରମରେ ପବିତ୍ର ଗୁରୁପୂର୍ଣ୍ଣିମା ଉତ୍ସବ ମହା ସମାରୋହରେ ଅନୁଷ୍ଠିତ/ଗୁରୁଙ୍କ ବିକଳ୍ପ ନାହିଁ
ଭୁବନେଶ୍ୱର ତା 29/07/26 ସ୍ଥାନୀୟ ରୁଦ୍ରବିହାର ସ୍ଥିତ ନିଗମ କଳ୍ପତରୁ ଆଶ୍ରମ ଠାରେ ସଂସ୍କୃତି ପୁରୁଷ, ବିଶିଷ୍ଟ ଭାଷାପ୍ରାଣ ଡ଼ଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ଦ୍ୱାରା ସଂଯୋଜନା ଓ ଆନନ୍ଦ ଚୈତନ୍ୟ ବ୍ରହ୍ମଚାରୀ ବାବାଙ୍କ ଦ୍ୱାରା ପରିଚାଳନାରେ ଅନୁଷ୍ଠିତ "ଗୁରୁପୂର୍ଣ୍ଣିମା ଉତ୍ସବ"
ଗୁରୁପୂର୍ଣ୍ଣିମା ଅବସରରେ —
ଅରବିନ୍ଦ ତ୍ରିପାଠୀଭଗବାନ ବିଷ୍ଣୁଙ୍କ ଅବତାର ବ୍ୟାସ ଦେବଙ୍କ ଭୂମିଷ୍ଠ ଦିବସକୁ ବ୍ୟାସ ପୂର୍ଣ୍ଣିମା ବା ଗୁରୁପୂର୍ଣ୍ଣିମା ରୂପେ ପାଳନ କରାଯାଇଥାଏ l ପୁରାଣ ଶାସ୍ତ୍ର ମାନଙ୍କରେ ଗୁରୁଙ୍କ ସ୍ଥାନ ସବୁଠାରୁ ଉଚ୍ଚରେ ଥିବା କୁହାଯାଇଛି l ଶ୍ରୀକୃଷ୍ଣଙ୍କ ଗୁରୁ ସନ୍ଦୀପନି, ପାଣ୍ଡଵ
“ମୋ ଗାଁ ମଶାଣି ମୋ ସ୍ୱର୍ଗଦ୍ୱାର”ର ବିକାଶମୂଳକ କାର୍ଯ୍ୟ ସମୀକ୍ଷା କଲେ ଜିଲ୍ଲାପାଳ
ବାଲିଅନ୍ତା,୨୮|୭ (ଗୋବର୍ଦ୍ଧନ ଦାସ):ପ୍ରତାପଶାସନ ପଞ୍ଚାୟତ ରଥିଜେମା ସ୍ଥିତ କୁଆଖାଇ ନଦୀ ପଠାରେ କିଛି ଯୁବଗୋଷ୍ଠୀଙ୍କ ଦ୍ୱାରା ନିର୍ମାଣ ହୋଇଥିବା "ମୋ ଗାଁ ମଶାଣି ସ୍ୱର୍ଗଦ୍ୱାର"ର ଉନ୍ନୟନ ମୂଳକ କାର୍ଯ୍ୟକୁ ସମୀକ୍ଷା କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ଋତୁରାଜ l ଏହି ମଶାଣିଟି
ନୀଳାଦ୍ରି ବିଜେ ପରେ ପୁରୀ ବଡ଼ ଦାଣ୍ଡରେ ଆଞ୍ଚଳିକ ବିକାଶ ପରିଷଦର ସ୍ୱଚ୍ଛତା କାର୍ଯ୍ୟକ୍ରମ
ପୁରୀ/ବାଲିଅନ୍ତା ୨୭.୦୭ :-ରଥଯାତ୍ରା ଏବଂ ନୀଳାଦ୍ରି ବିଜେ ଅବସରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ପରେ ପବିତ୍ର ଶ୍ରୀକ୍ଷେତ୍ର ପୁରୀର ସ୍ୱଚ୍ଛତା ଓ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ଗତକାଲି ପୁରୀ ବଡ଼ ଦାଣ୍ଡରେ ଏକ ସ୍ୱଚ୍ଛତା
ନିଶା ମୁକ୍ତ ଓଡ଼ିଶା ସଚେତନତା ସଚେତନ ଶିବିର ଅନୁଷ୍ଠିତ।
ବାଲିଅନ୍ତା୨୮/୦୭:- ନିଶା ଖାଇ ସଂସାର ଉଜୁଡାଇବାରେ ଲାଗିଛି। ସରକାର ମଦ କାରବାର ପାଇଁ ଓଡିଶାରେ ଚିନ୍ତନଶିଳ। ଅପର ପକ୍ଷରେ ଅର୍ଥ ଲାଳସାରେ ମଣିଷ ସବୁକିଛି କରିଚାଲିଛନ୍ତି।ନିଶା ଦେଇ ସହଜ ଉପାୟରେ ଅର୍ଥ ଉପାର୍ଜନ କରି ରାତି ପାହିଲେ ସକାଳେ କୋଟିପତି ଲକ୍ଷ୍ୟରେ
ବାଲିଅନ୍ତାର ଆରାଧ୍ୟପ୍ରଭୁ ନିକୁଞ୍ଜ ବିହାରୀଙ୍କ ମନ୍ଦିର ପ୍ରାଙ୍ଗଣରେ ୪ର୍ଥ ରସଗୋଲା ଦିବସ ପାଳିତ
ବାଲିଅନ୍ତା ୨୭/୭) : ଅଗ୍ରଣୀ ସାମାଜିକ ଅନୁଷ୍ଠାନ 'ସମ୍ପର୍କ' ତରଫରୁ ବାଲିଅନ୍ତାର ଆରାଧ୍ୟ ଦେବତା ପ୍ରଭୁ ନିକୁଞ୍ଜ ବିହାରୀଙ୍କ ମନ୍ଦିର ପ୍ରାଙ୍ଗଣରେ ୪ର୍ଥ ରସଗୋଲା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଶ୍ରଦ୍ଧାଳୁଙ୍କ ଗହଣରେ ଆୟୋଜିତ ଏହି ଉତ୍ସବର ପ୍ରାରମ୍ଭରେ ପ୍ରଭୁଙ୍କ ନିକଟରେ
ୟୁନିଟ ୫ ଜଗନ୍ନାଥ ମନ୍ଦିରରେ ନୀଳାଦ୍ରିନିଜେ l
ରତ୍ନବେଦୀକୁ ଫେରିଲେ ମହାବାହୁ ଭୁବନେଶ୍ୱର ତା 27 ରିଖ l ୟୁନିଟ ୫ ଜଗନ୍ନାଥ ମନ୍ଦିରରେ ନୀଳାଦ୍ରି ବିଜେ ନୀତି ସମ୍ପର୍ଣ ହୋଇଛି l ନୀଳାଦ୍ରି ବିଜେ ପହଣ୍ଡି ପୂର୍ବରୁ ରଥ ଉପରେ ସନ୍ଧ୍ୟା ଆଳତି, ସନ୍ଧ୍ୟାଧୂପ ନୀତି ହୋଇଥିଲା l
ଓଡ଼ିଆ ଅସ୍ମିତାର ପରିଚୟ, ରସଗୋଲା।
ବାଲିଅନ୍ତା,୨୭/୭/୨୬(ଗୋବର୍ଦ୍ଧନ ଦାସ) : ପାହାଳ ମିଠା ଉଦ୍ୟୋଗୀ ଓ ପ୍ରସ୍ତୁତକାରୀ ସମିତି ପକ୍ଷରୁ ମହା ପ୍ରଭୁ ଜଗନ୍ନାଥଙ୍କ ପବିତ୍ର ନୀଳାଦ୍ରି ବିଜୟ ଅବସରରେ ପାହାଳ ବଜାରଠାରେ ‘ରସଗୋଲା ଦିବସ’ ପାଳିତ ହୋଇଯାଇଛି। ପାହାଳ ରସଗୋଲା ବଜାର ସଭାପତି ଓ କର୍ମକର୍ତ୍ତାଙ୍କ ସହଯୋଗରେ
ଉଦ୍ୟୋଗୀଙ୍କ ସମ୍ମାନ, ସୁରକ୍ଷା, ସମୃଦ୍ଧି ଉପରେ କର୍ମଶାଳା
ଭୁବନେଶ୍ୱର ତା 26/07/26 ସ୍ଥାନୀୟ ବୁଦ୍ଧମନ୍ଦିର ପରିସରରେ ଓଡିଶା ଉଦ୍ୟୋଗୀ ପରିବାରର ମାସିକ ସମୀକ୍ଷା ବୈଠକ ଅଧ୍ୟକ୍ଷ, ବିଶିଷ୍ଟ ଉଦ୍ୟୋଗୀ ଶିବ ନାରାୟଣ ମିଶ୍ରଙ୍କ ସଭାପତିତ୍ବ ଓ ମନୋଜ କୁମାର ବାରିକଙ୍କ ସଂଯୋଜନାରେ ସ୍ଥାନୀୟ ବୁଦ୍ଧମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି l
ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ କାରଗିଲ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି /ଶହୀଦଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ
ଭୁବନେଶ୍ୱର ତା 26/07/26 ସ୍ଥାନୀୟ ଖାରବେଳ ନଗର ସ୍ଥିତ ବୁଦ୍ଧମନ୍ଦିର ଫାଟକ ସମ୍ମୁଖରେ ସାମାଜିକ ଓ ଗଣମାଧ୍ୟମ ଅନୁଷ୍ଠାନ "ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ "ପକ୍ଷରୁ ସମ୍ପାଦକ ଅରବିନ୍ଦ ତ୍ରିପାଠୀଙ୍କ ପୌରହିତ୍ୟରେ 27 ତମ କାରଗିଲ ବିଜୟ ଦିବସ ଅବସରରେ ଶହୀଦ
ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘ (ODMM)ର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆଜି ଭୁବନେଶ୍ୱରସ୍ଥିତ ରୋଟାରୀ ଭବନରେ ଅନୁଷ୍ଠିତ
ଭୁବନେଶ୍ୱର,(ଗୋବର୍ଦ୍ଧନ ଦାସ)୨୬ /୦୭: ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘ (ODMM)ର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆଜି ଭୁବନେଶ୍ୱରସ୍ଥିତ ରୋଟାରୀ ଭବନରେ ଅନୁଷ୍ଠିତ ହୋଇଥିଲା। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୩୦୦ ରୁ ଉର୍ଦ୍ଧ୍ୱ ସାମ୍ବାଦିକ ଏହି ବୈଠକରେ ଯୋଗଦେଇ ସଂଗଠନର ସାଂଗଠନିକ
ପିତା ପୁତ୍ର ଙ୍କ ସ୍ମୃତି ଚାରଣ ସଭା ଅନୁଷ୍ଠିତ
ଚିଲିକା, ୨୭।୭: ବୋଲଗଡ଼ ବ୍ଲକ ର କବିତୀର୍ଥ ସାନପଦର ଗ୍ରାମ ର ସୁଯୋଗ୍ୟ ସନ୍ତାନ ବିଶିଷ୍ଟ ବ୍ୟାୟବିତ୍,ଲଢ଼ୁଆ ବ୍ୟକ୍ତିତ୍ଵ, ସମାଜସେବୀ ସ୍ବର୍ଗତ ନୃସିଂହ ଚରଣ ସ୍ୱାଇଁ ଓ ତାଙ୍କ ପୁତ୍ର ତଥା ସୀମା ସୁରକ୍ଷା ବଳ ର ବୀର ଯବାନ ସ୍ବର୍ଗତ
ଉନ୍ନତ ମାନର ଚିକିତ୍ସା ଚିକିତ୍ସାଳୟରେ ନାହିଁ, ସେବା ପ୍ରତିନିଧି
ବାଲିଅନ୍ତା 26/07:-ଯେଉଁ ସମୟରେ ଭୁବନେଶ୍ବର ବଣ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା ଜନ ସାଧାରଣ ଚିକିତ୍ସାଳୟ ଅଭାବରୁ ଚିକିତ୍ସାରୁ ବଞ୍ଚିତ ହେଉଥିଲେ , ସେହି ସମୟରେ ଭୁବନେଶ୍ବର ଓ ଏହାର ଆଖପାଖ ଚିନ୍ତାଶୀଳ ଜନନାୟକମାନଙ୍କ ଦ୍ଵାରା ୧୯୪୬ ମସିହାରେ ଜନ୍ମ ଲାଭ କଲା
Politics
ଜନଗଣନା କାର୍ଯ୍ୟକ୍ରମ ପାଇଁ ନିଯୁକ୍ତି ପତ୍ର ପ୍ରଦାନ
ବିଏମସିର ବେଆଇନ ୟୁଜରଫି ବିରୁଦ୍ଧରେ ବିଚାର ବିମର୍ଶ ସଭା
Entertainment