ସାମ୍ବାଦିକଙ୍କ ସାମାଜିକ ସୁରକ୍ଷା ନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସହ‌ ଉତ୍କଳ ସାମ୍ବାଦିକ ସଂଘର ଆଲୋଚନା

ଭୁବନେଶ୍ୱର: ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅନ୍ତର୍ଭୁକ୍ତ ରାଜ୍ୟର ସମସ୍ତ ସାମ୍ବାଦିକଙ୍କୁ ପେନସନ୍ ପ୍ରଦାନ ଓ ଅଧିସ୍ବୀକୃତି କମିଟି ଗଠନ ସହ ଜିଲ୍ଲା ଓ ରାଜ୍ୟ ସ୍ତରରେ ଯୋଗ୍ୟ ସାମ୍ବାଦିକଙ୍କୁ ସରକାରୀ ମାନ୍ୟତା ପ୍ରଦାନ ପାଇଁ ଅତିରିକ୍ତ ମୂଖ୍ୟ ଶାସନ ସଚିବ ହେମନ୍ତ ଶର୍ମାଙ୍କୁ ଭେଟିଛି ଉତ୍କଳ ସାମ୍ବାଦିକ ସଂଘ।ସଂଘ ପକ୍ଷରୁ ରାଜ୍ୟ ସଭାପତି ବିଭୂତି ଭୂଷଣ କର ଶ୍ରୀ ଶର୍ମାଙ୍କ ସହ ଆଲୋଚନା ଅବସରରେ କହିଥିଲେ କି,ଦେଶର ଅନ୍ୟାନ୍ୟ ଅଠର ଗୋଟି ରାଜ୍ୟ କାର୍ଯ୍ୟରତ ସାମ୍ବାଦିକଙ୍କୁ… Continue reading ସାମ୍ବାଦିକଙ୍କ ସାମାଜିକ ସୁରକ୍ଷା ନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସହ‌ ଉତ୍କଳ ସାମ୍ବାଦିକ ସଂଘର ଆଲୋଚନା

ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ୍ ଓ ଓଁଶ୍ରୀ ମେଡିସିନ ଷ୍ଟୋରର ମିଳିତ ଆନୁକୂଲ୍ୟରେ ପ୍ରାଥମିକ ସ୍ୱାସ୍ଥ୍ୟକାର୍ଡ ବଂଟନ

ଭୁବନ: ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ୍ ଓ ଓଁଶ୍ରୀ ମେଡିସିନ ଷ୍ଟୋରର ମିଳିତ ଆନୁକୂଲ୍ୟରେ ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ଗ୍ରାମର ପ୍ରାୟ ୪୦ ରୁ ୫୦ ଜଣ ବୟସ୍କ ଲୋକଙ୍କୁ ବଂଟନ କରାଯାଇଛି ପ୍ରାଥମିକ ସ୍ୱାସ୍ଥ୍ୟ କାର୍ଡ। ଏହି କାର୍ଡ ମାଧ୍ୟମରେ ୭୦ବର୍ଷ ବୟସରୁ ଅଧିକା ବୃଦ୍ଧା ଓ ବୃଦ୍ଧମାନେ ଏହି ଚିକିତ୍ସା କାର୍ଡ ମାଧ୍ୟମରେ ନିଜର ପ୍ରାଥମିକ ଔଷଧ ଓଁଶ୍ରୀ ମେଡିସିନ ଷ୍ଟୋର ନେଇ ଚିକିତ୍ସିତ ହୋଇପାରିବେ। ଏହା ଦ୍ୱାରା ବୃଦ୍ଧା… Continue reading ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ୍ ଓ ଓଁଶ୍ରୀ ମେଡିସିନ ଷ୍ଟୋରର ମିଳିତ ଆନୁକୂଲ୍ୟରେ ପ୍ରାଥମିକ ସ୍ୱାସ୍ଥ୍ୟକାର୍ଡ ବଂଟନ

ମନ୍ଦିର ସମ୍ପୂର୍ଣ୍ଣ ନିର୍ମାଣ ପାଇଁ ଡ. ଅଚ୍ୟୁତ ସାମନ୍ତଙ୍କ ପ୍ରତିଶ୍ରୁତି

ବାଲିଅନ୍ତା: ସୋମବାର ସକାଳ ସମୟରେ ଶ୍ରୀ ଶ୍ରୀ ପରଂବ୍ରହ୍ମ ଜଗନ୍ନାଥ ମନ୍ଦିର ଟ୍ରଷ୍ଟର କୋଷାଧ୍ୟକ୍ଷ ଚକ୍ରଧର ନାୟକଙ୍କ ନେତୃତ୍ବରେ ଏକ ଟିମ୍ ବିଶିଷ୍ଟ ଶିକ୍ଷାବିତ୍, କିଟ ଓ କିମିସର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ତାଙ୍କର ଭୁବନେଶ୍ୱର ସ୍ଥିତ ବାସଭବନରେ ସାକ୍ଷାତ କରିଥିଲେ । ଶ୍ରୀ ସୁଦର୍ଶନ ଦାରୁପୀଠରେ ନିର୍ମିତ ଜଗନ୍ନାଥ ମନ୍ଦିରର ପୂର୍ଣ୍ଣାଙ୍ଗ ଓ ତାର ପାରିପାର୍ଶିକ ବିକାଶ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଆଉ ମଧ୍ୟ ଦାରୁପୀଠକୁ ଆସିବା ପାଇଁ ନିମନ୍ତ୍ରଣ କରାଯାଇଥିଲା ।… Continue reading ମନ୍ଦିର ସମ୍ପୂର୍ଣ୍ଣ ନିର୍ମାଣ ପାଇଁ ଡ. ଅଚ୍ୟୁତ ସାମନ୍ତଙ୍କ ପ୍ରତିଶ୍ରୁତି

ପଂଚକର୍ମ ଚିକିସ୍ଛା ବିଜ୍ଞାନ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର: ସ୍ଥାନୀୟ ଲୋକସେବା ଭବନଠାରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଦ୍ୱାରା ବିଶିଷ୍ଟ ଭେସଜ ଚିକିସôକ, ସାରସ୍ୱତ ପ୍ରତିଭାଦୀପ୍ତ ଡାକ୍ତର ସ୍ୱପ୍ନେଶ୍ୱର ପଣ୍ଡାଙ୍କ ଦ୍ୱାରା ରଚିତ ଉକ୍ତ ପୁସ୍ତକଟି ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ବିଶିଷ୍ଟ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ଉକ୍ତ ପୁସ୍ତକଟି ଶିକ୍ଷାନୁଷ୍ଠାନ ମାନଙ୍କରେ ପ୍ରଚଳିତ ହେବା ପାଇଁ ରାଜ୍ୟ ସରକାର ସୁପାରିଶ କରିଛନ୍ତି । ଉନ୍ମୋଚନ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଅଧ୍ୟକ୍ଷ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ପ୍ରଦୁ୍ୟମ୍ନ… Continue reading ପଂଚକର୍ମ ଚିକିସ୍ଛା ବିଜ୍ଞାନ ପୁସ୍ତକ ଉନ୍ମୋଚିତ

ଅଟଳବିହାରୀ ବାଜପେୟୀଙ୍କ 7ମ ପୁଣ୍ୟତିଥି ସହିତ ସୌର୍ୟ୍ୟ ଦିବସ ପାଳିତ

ଭୁବନେଶ୍ୱର: ପ୍ରାକ୍ତନ ପ୍ରଧାନମନ୍ତ୍ରୀ, ବିଶିଷ୍ଟ କବି, ଜନନାୟକ, ଭାରତରତ୍ନ ତଥା ବହୁମୁଖୀ ବ୍ୟକ୍ତିତ୍ୱର ଅଧିକାରୀ ସ୍ବର୍ଗତ ଅଟଳବିହାରୀ ବାଜପେୟୀଙ୍କ ସପ୍ତମ ପୁଣ୍ୟତିଥି ସହିତ ସୌର୍ୟ୍ୟ ଦିବସ ସ୍ଥାନୀୟ ଜୟଦେବ ଭବନ ଠାରେ ଅଟଳବିହାରୀ ରିସର୍ଚ୍ଚ ଇନ୍ଷ୍ଟିଟ୍ୟୁଟ ଠାରେ ଯନ୍ତ୍ରୀ ସୁଧାକର ପତ୍ରିଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି I ଉକ୍ତ କାର୍ୟ୍ୟକ୍ରମରେ ଓଡିଶା ରାଜ୍ୟ ବିଜେପି ସଭାପତି ମାନ୍ୟବର ମନମୋହନ ସାମଲ ମୁଖ୍ୟ ଅତିଥି ବିଶିଷ୍ଟ ଶିକ୍ଷାବିତ, ସମାଜସେବୀ ଶଶଧର ପଣ୍ଡା ସମ୍ମାନିତ ଅତିଥି ମୁଖ୍ୟ ବକ୍ତା… Continue reading ଅଟଳବିହାରୀ ବାଜପେୟୀଙ୍କ 7ମ ପୁଣ୍ୟତିଥି ସହିତ ସୌର୍ୟ୍ୟ ଦିବସ ପାଳିତ

ଓଡ଼ିଶ ଉ.ପ୍ରା. ସ୍କୁଲ୍‌ରେ ଆସ ସ୍କୁଲ ଯିବା ପଦଯାତ୍ରା

ଭୁବନ: ଆସ ସ୍କୁଲ୍ ଯିବା ପଦଯାତ୍ରା ଅଭିଯାନ ଓଡ଼ିଶ ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଛାତ୍ରଛାତ୍ରୀମାନେ ଧାଡ଼ିରେ ଗ୍ରାମ ପରିକ୍ରମା କରିଥିବା ଦେଖିବାକୁ ମିଳିଥିଲା। ଆସ ସ୍କୁଲ୍ ଯିବା ନାରା ମଧ୍ୟ ଦେଇଥିଲେ। ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରତାପ ସାହୁ, ସହକାରୀ ଶିକ୍ଷକ ସୁବ୍ରତ ବିଶ୍ୱାଳ, ଛବିଳ ପରିଡ଼ା ଓ ସହକାରୀ ଶିକ୍ଷୟିତ୍ରୀ କବିତା ପୃଷ୍ଟି, ଅର୍ପିତା ବେହେରା ଓ ମାମିନା ରାଉତ ଉପସ୍ଥିତ ଥିଲେ। ଏଥିରେ ସାମ୍ବାଦିକ ବିମଳ କୁମାର ରଣା… Continue reading ଓଡ଼ିଶ ଉ.ପ୍ରା. ସ୍କୁଲ୍‌ରେ ଆସ ସ୍କୁଲ ଯିବା ପଦଯାତ୍ରା

୭୯ ତମ ସ୍ୱାଧୀନତା ଦିବସ ପାଳିତ ଏବଂ ଚାରାରୋପଣ କାର୍ଯ୍ୟକ୍ରମ

ବାଲିଅନ୍ତା: ବାଲିଅନ୍ତା -ପାହାଳ -ଧଉଳି କାର୍ଯ୍ୟରତ ସାମ୍ବାଦିକଙ୍କ ପକ୍ଷରୁ ୭୯ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ପ୍ରଥମେ ଭିଙ୍ଗାରପୁର ସ୍ଥିତ ବକ୍ରେଶ୍ୱର ଉଚ୍ଚ ବିଦ୍ୟାଳୟ ପରିସର ଖେଳପଡିଆରେ ବାବା ବକ୍ରେଶ୍ୱର ମିଶନର ତାଲିମ ନେଉଥିବା ଛାତ୍ରଛାତ୍ରୀଙ୍କ ସହ କାର୍ଯ୍ୟରତ ସାମ୍ବାଦିକ ମାନେ ମିଶି ପତାକା ଉତ୍ତୋଳନ କରିଥିଲେ । ଏଥିରେ ଅବସରପ୍ରାପ୍ତ ପ୍ରାଣୀବିଜ୍ଞାନ ତରୁଣକାନ୍ତ ନାୟକ, ମିଶନର ପ୍ରଶିକ୍ଷକ ସୋମନାଥ ମଲ୍ଲିକ, ମନ୍ମଥ ନାଥ ଭୋଇ, ଆର୍ତ୍ତତ୍ରାଣ ଗୁରୁ, ସୁରେଶ ରାଉଳ ପ୍ରମୁଖ ଉପସ୍ଥିତ… Continue reading ୭୯ ତମ ସ୍ୱାଧୀନତା ଦିବସ ପାଳିତ ଏବଂ ଚାରାରୋପଣ କାର୍ଯ୍ୟକ୍ରମ

ଯଥିସ ଓଡ଼ିଶା ଜାତୀୟ ସ୍ତରୀୟ ନୃତ୍ୟ ମହୋତ୍ସବ ଅନୁଷ୍ଠିତ

ଭୁବନେଶ୍ବର: ଭୁବନେଶ୍ବର ସ୍ଥିତ ଓଡ଼ିଶୀ ରିସର୍ଚ୍ଚ ସେଣ୍ଟରଠାରେ ନଟରାଜ ମ୍ୟୁଜିକ୍ ଆଣ୍ଡ ଡାନ୍ସ ଏକାଡେମୀ ଦ୍ବାରା ଆୟୋଜିତ ଯଥିସ ଓଡ଼ିଶା ଜାତୀୟ ସ୍ତରୀୟ ନୃତ୍ୟ ମହୋତ୍ସବ ୨୦୨୫ରେ ନୃତ୍ୟନିପୁଣା ଓଡ଼ିଶୀ ନୃତ୍ୟ ଅନୁଷ୍ଠାନର ନୃତ୍ୟଶିଳ୍ପୀମାନେ ଦଳଗତ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ । ଗୁରୁ ଡଂ ପ୍ରିୟଙ୍କା ମିଶ୍ରଙ୍କ ପ୍ରଶିକ୍ଷଣରେ ଏବଂ ପ୍ରତିମା ମିଶ୍ରଙ୍କ ସୁପରିଚାଳନା ଦ୍ବାରା ଅନୁଷ୍ଠାନର ନୃତ୍ୟାଙ୍ଗନାମାନେ ଖୁବ୍ ସୁନ୍ଦର ଭାବରେ ନୃତ୍ୟ ପରିବେଷଣ କରି ଉପସ୍ଥିତ ଦର୍ଶକମାନଙ୍କର କରତାଳି ସାଉଁଟିଥିଲେ । ଶିଳ୍ପୀମାନେ… Continue reading ଯଥିସ ଓଡ଼ିଶା ଜାତୀୟ ସ୍ତରୀୟ ନୃତ୍ୟ ମହୋତ୍ସବ ଅନୁଷ୍ଠିତ

ମତୋ ମାଳବାଡ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଆସ ସ୍କୁଲ ଯିବା ଅଭିଯାନ

ଚାନ୍ଦବାଲି: ମତୋ ମାଳବାଡ ସରକାରୀ ପ୍ରାଥମିକ ବିଦ୍ୟାଳୟଠାରେ ଚାଲ ସ୍କୁଲ ଯିବା ଅଭିଯାନ ପାଳିତ ହୋଇଯାଇଛି |ଏହି ଅବସରରେ ବିଦ୍ୟାଳୟରେ ପ୍ରଧାନଶିକ୍ଷୟତ୍ରୀ ଦେବକି ମଲିକ ବିଦ୍ୟାଳୟରେ ଶିକ୍ଷକ ଅଭିଭାବକକୁ ନେଇ ବୈଠକ ଅନୁଷ୍ଠିତ କରାଇଥିଲେ | ପ୍ରଥମେ ବୈଠକ ପ୍ରାରମ୍ଭରେ ଶିକ୍ଷୟତ୍ରୀ ଯୋଗମାୟା ସାହୁ ସମସ୍ତେଙ୍କୁ ସ୍ୱାଗତ କରିବା ସହିତ ୩ ଥର ଓ଼ମଂକାର ଧ୍ୱନି କରି ଗାୟତ୍ରୀ ମନ୍ତ୍ର ପାଠ କରିଥିଲେ | ଅଭିଭାବକଙ୍କର ଅସୁବିଧା ଯେ ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀର ଛାତ୍ର… Continue reading ମତୋ ମାଳବାଡ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଆସ ସ୍କୁଲ ଯିବା ଅଭିଯାନ

ମୁଗୁପୁର ସମାଚାର ପକ୍ଷରୁ ୭୯ତମ ସ୍ଵାଧୀନତା ଦିବସ ପାଳିତ

ହାଟଡିହି: ଜନସେବକ ଫାଉଣ୍ଡେସନ୍ ଦ୍ଵାରା ଆୟୋଜିତ ମୁଗୁପୁର ସମାଚାର ପକ୍ଷରୁ ୭୯ତମ ସ୍ଵାଧୀନତା ଦିବସ ମୁଗୁପୁର ସମାଚାର କାର୍ଯ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ସ୍ଥାନୀୟ ବୁଦ୍ଧିଜୀବି ତଥା ଅବସରପ୍ରାପ୍ତ ଶିକ୍ଷକ ମାର୍କଣ୍ଡ ଚରଣ ପଣ୍ଡା ଜାତୀୟ ପତାକା ଉଳନ କରି ସ୍ଵାଧୀନତା ଦିବସ ଉପରେ ଆଲୋକପାତ କରିଥିଲେ । ପରେ ସ୍ଵାଧୀନତା ଦିବସର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉପଦେଷ୍ଟା ଆନନ୍ଦ ଚନ୍ଦ୍ର ଓଝାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ସାରସ୍ଵତ ସାଧକ ନାରାୟଣ… Continue reading ମୁଗୁପୁର ସମାଚାର ପକ୍ଷରୁ ୭୯ତମ ସ୍ଵାଧୀନତା ଦିବସ ପାଳିତ

You cannot copy content of this page