ଇନ୍ଦିରା ଗାନ୍ଧୀ ପାର୍କରେ ମ୍ୟୁଜିକ ସର୍କଲର କାର୍ୟ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ବର: ଭୁବନେଶ୍ବର ମ୍ୟୁଜିକ ସର୍କଲ ପକ୍ଷରୁ ସ୍ଥାନୀୟ ଇନ୍ଦିରା ଗାନ୍ଧୀ ପାର୍କରେ “ଲଭେବୁଲ ରାଗଜ୍-ରାଗ ଆଧାରିତ ଲୋକପ୍ରିୟ ସଂଗୀତ” କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାଧାରଣତଃ ବନ୍ଦ ଅଡିଟୋରିୟମ୍‌ରେ ଏହିପରି କାର୍ୟ୍ୟକ୍ରମଗୁଡିକୁ ଉପସ୍ଥାପନ କରାଯାଇଥାଏ କାରଣ ଏହା ଭାରତୀୟ ଶାସ୍ତ୍ରୀୟ ସଂଗୀତ ପରିବେଷଣ ପାଇଁ ଉପଯୁକ୍ତ ପରିବେଶ ଯୋଗାଇଥାଏ । ମାତ୍ର ପାରମ୍ପରିକ ସଂଗୀତ ପ୍ରତି ରୁଚି ରଖୁନଥୁବା ଶ୍ରୋତାମାନେ ଏହାର ଆନନ୍ଦ ଉଠାଇ ପାରନ୍ତି ନାହିଁ। ସେମାନଙ୍କୁ ଏହି ସଂଗୀତ ପ୍ରତି ଆକର୍ଷିତ କରିବା ପାଇଁ ଭୁବନେଶ୍ଵର… Continue reading ଇନ୍ଦିରା ଗାନ୍ଧୀ ପାର୍କରେ ମ୍ୟୁଜିକ ସର୍କଲର କାର୍ୟ୍ୟକ୍ରମ ଅନୁଷ୍ଠିତ

ସମାଜସେବୀ ସ୍ୱର୍ଗତଃ ଧ୍ରୁବଚରଣ ଓ ସୁବାସିନୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ

ଭୁବନେଶ୍ୱର: ଶିଶୁପାଳଗଡ଼ର ନିଆରା ସମାଜସେବୀ, ନୀତିନିଷ୍ଠ ବ୍ୟକ୍ତିତ୍ୱ ସ୍ୱର୍ଗତଃ ଧୁ୍ରବଚରଣ ପାତ୍ର ଓ ଧର୍ମପନôୀ ସମାଜସେବିକା ସୁବାସିନୀ ପାତ୍ରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଓ ସ୍ମୃତିଚାରଣ ସଭା ସ୍ଥାନୀୟ ଶିଶୁପାଳଗଡ଼ ବାସଭବନଠାରେ ଅନୁଷ୍ଠିତ ହୋଇଯାଇଛି । ବାଲ୍ୟ ସହପାଠୀ ଭାଗ୍ୟଲତାଙ୍କ ସଂଯୋଜନାରେ ଅନୁଷ୍ଠିତ ସ୍ମୃତିଚାରଣ ସଭାରେ ବ୍ରହ୍ମେଶ୍ୱର ବିଦ୍ୟାଳୟ ବିଦ୍ୟାର୍ଥୀ ସମାଜସେବୀ ତଥା ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ, କବିତା ଘଡ଼େଇ, ସମାଜସେବୀ ରବିନାରାୟଣ ସାହୁ, ଅଧିବକ୍ତା ସୁଧୀର ଦାସ, ସବିତା ଜେନା, ନିରୂପମା, ତୃପ୍ତିମୟୀ, ସୁଚିସ୍ମିତା ପ୍ରମୁଖ ଉପସ୍ଥିତ… Continue reading ସମାଜସେବୀ ସ୍ୱର୍ଗତଃ ଧ୍ରୁବଚରଣ ଓ ସୁବାସିନୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ

ବଡ଼ ପରଦାକୁ ଆସୁଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଲଙ୍କାଗଡ’

ଉପକୂଳ ଅଞ୍ଚଳର ଜଣେ ଯୁବକ ଶିକ୍ଷା ନିଯୁକ୍ତି ପାଇଁ ମାଓବାଦୀ ପ୍ରବଣ ଅଞ୍ଚଳକୁ ଯାଆନ୍ତି। ସେଠାରେ ସେ ଯେଉଁ ପରିବେଶ ଦେଇ ଗତି କରୁଛନ୍ତି ଓ ସଂଘର୍ଷ କରୁଛନ୍ତି ତାହା କାହାଣୀରେ ରୂପାୟିତ ହୋଇଛି ଓ ବଡ଼ ପରଦାକୁ ନେଇକି ଆସୁଛନ୍ତି ଲଙ୍କାଗଡ I ସିନେମାରେ ମୁଖ୍ୟ ଅଭିନେତା ଓ ସିନେମା ର ପ୍ରଯୋଜକ ରମେଶ ନାୟକ(ରାବଣ)। ରମେଶ ଆଗରୁ ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରିରେ କାମ କରିସାରିଛନ୍ତି ହେଲେ ଏହି ସିନେମା ତାଙ୍କ ନିଜ ବ୍ୟାନର୍ ଏସ୍‌.ଡି… Continue reading ବଡ଼ ପରଦାକୁ ଆସୁଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଲଙ୍କାଗଡ’

ନୂଆ ମ୍ୟୁଜିକ୍ ଭିଡିଓରେ ଶିବରାମ ଓ ଦୀପ୍ତି

ଶିବରାମ ଅଫିସିଆଲ୍ ନିବେଦିତ ନୂଆ ଓଡ଼ିଆ ରୋମାଣ୍ଟିକ୍ ମ୍ୟୁସିକ୍ ଭିଡିଓ “ପ୍ରିୟସି’ ବହୁତ୍ ଜଲଦି ଆପଣଙ୍କ ନିକଟକୁ ଆସିବାକୁ ଯାଉଛି ଓ ରିଲିଜ୍ ହେବାକୁ ଯାଉଛି। ଏହି ମ୍ୟୁସିକ୍ ଭିଡିଓରେ ନିର୍ଦ୍ଦେଶକ ଆନନ୍ଦ କୁମାର ନିର୍ଦ୍ଦେଶନା ଦେଇଥିବା ବେଳେ ପ୍ରଯୋଜନା ଦାୟିତ୍ୱ ରେ ଅଛନ୍ତି ସସ୍ମିତା ଗୌଡ଼। ଓଡ଼ିଆ ମ୍ୟୁସିକ୍ ଭିଡିଓ ଇଣ୍ଡଷ୍ଟ୍ରିରେ ଶିବରାମ ଓ ଦୀପ୍ତି ଆଗରୁ ବହୁ ଆଲବମ୍ ଓ ମ୍ୟୁସିକ୍ ଭିଡିଓ ରେ ଅଭିନୟ କରିସାରିଛନ୍ତି ଓ ଏକ ନୂତନ ଧରଣର ମ୍ୟୁସିକ୍… Continue reading ନୂଆ ମ୍ୟୁଜିକ୍ ଭିଡିଓରେ ଶିବରାମ ଓ ଦୀପ୍ତି

ତୋଷାଳି ବିଦ୍ୟା ମନ୍ଦିରରେ ସାଇବର ସଚେତନତା ଓ ଆତ୍ମରକ୍ଷା ପ୍ରଶିକ୍ଷଣ

ବଲାଙ୍ଗିର: ତୁଷୁରା ସ୍ଥିତ ତୋଷାଳି ବିଦ୍ୟା ମନ୍ଦିରରେ ସାଇବର ସଚେତନତା ଓ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ବଲାଙ୍ଗିର ସାଇବର ସେଲ ଆଇଆଇସି ଭାରତୀ ନାୟକ ଓ ଜାତୀୟ ସ୍ତରୀୟ ଟାଇକଣ୍ଡୋ କୋଚ ତଥା ସେଲ୍ପ ଡିଫେନ୍ସ ଏକ୍ସପାର୍ଟ ଅସୀମ କୁମାର ଭୋଇ ସମ୍ମାନିତ ଅତିଥି ରୂପେ ଯୋଗଦାନ ଦେଇଥିଲେ । ସାଇବର ଠକଙ୍କ ଠାରୁ କିଭଳି ନିଜକୁ ସୁରକ୍ଷିତ ରଖିପାରିବେ ସେ ବିଷୟରେ ମୁଖ୍ୟ ଅତିଥି ଛାତ୍ର… Continue reading ତୋଷାଳି ବିଦ୍ୟା ମନ୍ଦିରରେ ସାଇବର ସଚେତନତା ଓ ଆତ୍ମରକ୍ଷା ପ୍ରଶିକ୍ଷଣ

ରକ୍ତଦାନ କଲେ, ଅମୂଲ୍ୟ ଜୀବନ ବଞ୍ଚାଇଲେ

ବଲାଙ୍ଗୀର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ମୁର୍ଷୁଣ୍ଡି ଗ୍ରାମର ୧୪ ବର୍ଷ ଝିଅ ଚୁଲବୁଲି ବଞ୍ଛୋର ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ଶରୀରରେ 4% ରକ୍ତ ଥିବାରୁ ଜରୁରି ପରିସ୍ଥିତିରେ ଡାକ୍ତର ତାଙ୍କୁ ରକ୍ତ ଦେବାକୁ ପରାମର୍ଶ ଦେଇଥିଲେ l ବଲାଙ୍ଗୀରରେ ତାଙ୍କର କୌଣସି ସମ୍ପର୍କୀୟ ନଥିବାରୁ ରକ୍ତ ଯୋଗାଡ଼ କରିବାରେ ପରିବାର ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଖବର ପାଇ ସେମାନେ ବଲାଙ୍ଗୀର ଜିଲ୍ଲା ଯୁବ କୁଲୁତା ସମାଜକୁ ଫୋନ୍… Continue reading ରକ୍ତଦାନ କଲେ, ଅମୂଲ୍ୟ ଜୀବନ ବଞ୍ଚାଇଲେ

ଇଣ୍ଡିଆୱାନ୍ ଏୟାର ବିମାନ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ ଓ କ୍ରିଉ ମେମ୍ବର

ରାଉରକେଲା: ଭୁବନେଶ୍ୱରରୁ ରାଉରକେଲା ଆସୁଥିବା ଇଣ୍ଡିଆୱାନ୍ ଏୟାର ର ଏକ ୯-ସିଟର ବିମାନ ଶନିବାର ଦିନ ରାଉରକେଲା ବିମାନବନ୍ଦରରୁ ପ୍ରାୟ ୧୫–୨୦ କିଲୋମିଟର ଦୂର ଜଲଦା ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବୈଷୟିକ ତ୍ରୁଟି ଯୋଗୁଁ ଉଡାଣ ସମୟରେ ପାଇଲଟ୍ ଙ୍କୁ ‘ମେଡେ’ ସଙ୍କେତ ଦେବା ପରେ ବିମାନଟିକୁ ବାଧ୍ୟ ହୋଇ ଜରୁରୀ ଅବତରଣ କରିବାକୁ ପଡ଼ିଥିଲା। ସୂଚନା ଅନୁସାରେ, ବିମାନଟି ଦିନ ୧୨ଟା ୨୫ ମିନିଟ୍‌ରେ ଭୁବନେଶ୍ୱରରୁ ଉଡାଣ ଆରମ୍ଭ କରିଥିଲା। ବିମାନରେ ୨ ଜଣ ପାଇଲଟ୍—… Continue reading ଇଣ୍ଡିଆୱାନ୍ ଏୟାର ବିମାନ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ ଓ କ୍ରିଉ ମେମ୍ବର

ନିଆରା ଢଙ୍ଗରେ ଜନ୍ମୋତ୍ସଵ ପାଳନ କଲା ନିସ୍ୱାର୍ଥ ସେବା ଓଡିଶା

ଭୁବନେଶ୍ୱର: ନିଃସ୍ୱାର୍ଥ ସେବା ଓଡ଼ିଶା ର ସପ୍ତମ ପ୍ରତିଷ୍ଠା ଦିବସ କୁ ନିଆରା ଢଙ୍ଗରେ ପାଳନ କରିଛି ସଂଗଠନ । କୌଣସି ଚାକଚକ୍ୟ ଉତ୍ସବ ପାଳନ ନକରି ଜଣେ ଅସହାୟ କର୍କଟ ରୋଗୀଙ୍କ ମୁହଁରେ ହସ ଫୁଟାଇଛି ଏହି ସଂଗଠନ । ଆଚାର୍ଯ୍ୟ ହରିହର ମେଡ଼ିକାଲ ରେ ସଂଗଠନ ର କର୍ମକର୍ତ୍ତା ପହଞ୍ଚି ବାଲେଶ୍ୱର ଜିଲ୍ଲାର ପଚାଶ ବର୍ଷୀୟ କର୍କଟ ରୋଗୀ ଜୟନ୍ତ ଗିରୀଙ୍କୁ କୋଟିଏ ହଜାର କୋଟିଏ ଟଙ୍କା ଅର୍ଥରାଶି ପ୍ରଦାନ କରିଛି ସଂଗଠନ ।… Continue reading ନିଆରା ଢଙ୍ଗରେ ଜନ୍ମୋତ୍ସଵ ପାଳନ କଲା ନିସ୍ୱାର୍ଥ ସେବା ଓଡିଶା

ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରିଣୀ ସହ ଆଲୋଚନା

ଖୋର୍ଦ୍ଧା: ସରକାରୀ ହାଇସ୍କୁଲ ଏନ୍.ପି.ଏସ୍. ଶିକ୍ଷକ ସଂଘ ଖୋର୍ଦ୍ଧା ଜିଲ୍ଲାର ଭାଇଭଉଣୀ ମାନଙ୍କ ଦ୍ୱାରା ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଅଧିକାରିଣୀ ସୋନାମିକା ରାୟ, ସୟ-ଶିକ୍ଷାଧିକାରିଣୀ ପ୍ରଜ୍ଞାପରମିତା ଜେନା, ସହ-ଶିକ୍ଷାଅଧିକାରିଣୀ ରଶ୍ମିବାଳା ପରିଡ଼ା,ସହ-ଶିକ୍ଷାଅଧିକାରୀ ବିଜୟ କୁମାର ବେହେରାଙ୍କୁ ଭେଟି ଇଁରାଜୀ ନବବର୍ଷର ଅଭିନନ୍ଦନ ଜ୍ଞାପନ କରାଗଲା। ଅତ୍ୟନ୍ତ ଖୁସି ପ୍ରକଟ କରି ଶୁଭେଚ୍ଛା ଜଣାଇବା ସହିତ, ଜିଲ୍ଲା ଶିକ୍ଷାଧିକାରିଣୀ ମହୋଦୟା ସମସ୍ତ ସ୍କୁଲ ରେ ଶତପ୍ରତିଶତ ପାସ ହାର ଓ ଏ ୧ ଗ୍ରେଡ୍ ଅଧିକରୁ ଅଧିକ ନେବା ପାଇଁ… Continue reading ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରିଣୀ ସହ ଆଲୋଚନା

ସଡ଼କ ଦୁର୍ଘଟଣାରେ ଚାଲିଗଲା ସାମ୍ବାଦିକାଙ୍କ ଜୀବନ

ପୁରୀ: ଭୁବନେଶ୍ବର ଜମାଲପୁର ଛକ ନିକଟରେ ସାରଳା ନାମକ ଏକ ଘରୋଇ ବସ୍ ଧକ୍କାରେ ପ୍ରମେୟ ନ୍ୟୁଜ୍ ସେଭେନ୍‌ରେ କାର୍ଯ୍ୟରତ ଜଣେ ସାମ୍ବାଦିକା ଶିଲା ପଟ୍ଟନାୟକ ଓ ତାଙ୍କ ସମ୍ପର୍କୀୟଙ୍କ ମୃତ୍ୟୁ ଘଟିଛି। ନ୍ୟୁଜ୍-୭ କାର୍ଯ୍ୟାଳୟରେ ଶୋକର ଛାୟା ଖେଳିଯାଇଛି। ସୂଚନା ଅନୁଯାୟୀ, ପିପିଲି ନିକଟ ଜମାଲପୁର ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁଇ ଜଣ ମହିଳା ଏକ ସ୍କୁଟର ଯୋଗେ ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଯାଉଥିଲେ । ପିପିଲି ମଙ୍ଗଳପୁର ଜମାଲପୁର ଛକ ନିକଟରେ… Continue reading ସଡ଼କ ଦୁର୍ଘଟଣାରେ ଚାଲିଗଲା ସାମ୍ବାଦିକାଙ୍କ ଜୀବନ

You cannot copy content of this page