ପ୍ରତାପ ଶାସନ ଡିଗ୍ରୀ କଲେଜରେ ଛାତ୍ରୀମାନଙ୍କ ଆତ୍ମରକ୍ଷା କୌଶଳ ଶିବିର

ବାଲିଅନ୍ତା : ବାଳକାଟୀସ୍ଥିତ ପ୍ରତାପ ଶାସନ ଡିଗ୍ରୀ କଲେଜ ପରିସରରେ ଛାତ୍ରୀମାନଙ୍କ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି । ପ୍ରଥମ ବର୍ଷର 87 ଛାତ୍ରୀଙ୍କୁ ନେଇ ଏହି ଶିବିର ଅନୁଷ୍ଠିତ ହୋଇଥିଲା । ଫେବୃଆରୀ 20 ତାରିଖରୁ ଆରମ୍ଭ ହୋଇ ଏହି ଶିବିର ଦଶ ଦିନ ଧରି ଚାଲିଥିଲା । କାର୍ଯ୍ୟକ୍ରମକୁ କଲେଜ ଅଧକ୍ଷ ଚନ୍ଦ୍ରଧ୍ଵଜ ନନ୍ଦ ଉଦଘାଟନ କରିଥିଲେ । ଜାତୀୟସ୍ତରୀୟ କରାଟେ କୋଚ ଉମାକାନ୍ତ ବେହେରା ଓ ସ୍ବେଦେସିନା ଶୁଭଦର୍ଶିନୀ… Continue reading ପ୍ରତାପ ଶାସନ ଡିଗ୍ରୀ କଲେଜରେ ଛାତ୍ରୀମାନଙ୍କ ଆତ୍ମରକ୍ଷା କୌଶଳ ଶିବିର

ଇଚ୍ଛାପୁରରେ ନୂତନ ମନ୍ଦିର ପ୍ରତିଷ୍ଠା

ଚିଲିକା: ଚିଲିକା ବ୍ଲକ ଅନ୍ତର୍ଗତ ଇଚ୍ଛାପୁର ଗ୍ରାମରେ ଗୁରୁବାର ଦିନ ତାରେଣୀ ଠାକୁରାଣୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା କରାଯିବା ସହ ମା’ ଙ୍କ ବିଗ୍ରହ ସ୍ଥାପନ କରାଯାଇଛି । ଏହି ଉପଲକ୍ଷେ ମଙ୍ଗଳବାର ଦିନ ଅଙ୍କୁରାରୋପଣ କରାଯାଇଥିଲା। ବୁଧବାର ଦିନ କଳସ ଯାତ୍ରା, ସୂର୍ଯ୍ୟପୂଜା, ଗୋପୂଜା, ଶାଲଦି ପୂଜା, ଦେବା ଦେବୀ ଆମନ୍ତ୍ରଣ, ଅଗ୍ନି ସଂସ୍ଥାପନ ଓ ଆହୁତି ପ୍ରଦାନ କରାଯାଇଥିଲା। ଗୁରୁବାର ଦିନ ମନ୍ଦିର ପ୍ରତିଷ୍ଠା, ମନ୍ଦିର ରତ୍ନ ମୁଦ ସମାପନ କରାଯିବା ପରେ ମା’ତାରେଣୀଙ୍କୁ… Continue reading ଇଚ୍ଛାପୁରରେ ନୂତନ ମନ୍ଦିର ପ୍ରତିଷ୍ଠା

ଧୂମଧାମରେ ହୋଲି ଉତ୍ସବ ପାଳନ

ବାଲିଅନ୍ତା,୫|୩: ରଙ୍ଗର ପର୍ବ ହୋଲି ବାଳକାଟି ଏବଂ ଏହାର ଆଖପାଖ ଅଞ୍ଚଳରେ ଧୁମଧାମ ପାଳନ ହୋଇଯାଇଛି l ଉତ୍ସବମୁଖର ହୋଇଉଠିଥିଲେ ଛୋଟ ପିଲା ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ l ଭାଇଚାରାର ଏହି ପର୍ବ ପାଳନ କରିବା ନିମନ୍ତେ ସକାଳୁ ହାତରେ ରଙ୍ଗବେରଙ୍ଗର ଫଗୁ ଧରି ଯୁବଗୋଷ୍ଠୀ ଏବଂ ରାଜନେତା ମାନେ ଫଗୁ ଲଗାଇ ଶୁଭେଚ୍ଛା ଜଣାଇଥିଲେ l ବିଶେଷ କରି ଯୁବ ସମାଜସେବୀ ସୁବ୍ରତ କୁମାର ମହାନ୍ତିଙ୍କ ଦ୍ୱାରା ବାଳକାଟି ବଜାରରେ ଥିବା ସ୍ୱସ୍ତିକ… Continue reading ଧୂମଧାମରେ ହୋଲି ଉତ୍ସବ ପାଳନ

ଶାସ୍ତ୍ରୀଜି ଶିକ୍ଷା ନିକେତନ ଛାତ୍ରଙ୍କ ପାଣିରେ ବୁଡି ମୃତ୍ୟୁ

ହୋଲି ଖେଳ ହେଲା କାଳ କଳାହାଣ୍ଡି,୬,୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ବୁଧବାର ଦିନ ହୋଲି ଖେଳ ପାଇଁ ଚାରିଆଡ଼େ ଉତ୍ସବ ମାହୋଲ ଥିବା ବେଳେ ଭବାନୀପାଟଣା ସହରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି I ହୋଲି ଖେଳି ସାରି ସାଙ୍ଗମାନଙ୍କ ସହ ପୋଖରୀକୁ ଗାଧୋଇବାକୁ ଯାଇଥିବା ଜଣେ ଛାତ୍ରଙ୍କ ପାଣିରେ ବୁଡ଼ି ମୃତ୍ୟୁ ହୋଇଛି। ସେ ହେଲେ କୋକସରା ଥାନା ଝରିଆଗୁଡ଼ାର ସୌମ୍ୟ ରଞ୍ଜନ ସାହୁ (୧୪)। ଭବାନୀପାଟଣା ସହର ନିକଟ ମେଦିନୀପୁରରେ ଥିବା ଶାସ୍ତ୍ରୀଜି… Continue reading ଶାସ୍ତ୍ରୀଜି ଶିକ୍ଷା ନିକେତନ ଛାତ୍ରଙ୍କ ପାଣିରେ ବୁଡି ମୃତ୍ୟୁ

ପଲ୍ଲବୀ ନାଟ୍ୟ କଳା ପରିଷଦର ବାର୍ଷିକ ଉତ୍ସବ ଓ ଗୁରୁ ସମ୍ବର୍ଦ୍ଧନା

ଚିଲିକା:ବାଣପୁର-ଚିଲିକା ଅଞ୍ଚଳର ଅଗ୍ରଣୀ ନାଟ୍ୟ ସଂସ୍ଥା ପଲ୍ଲବୀ ନାଟ୍ୟ କଳା , ମଠପୁର ର ୬ଷ୍ଠ ସାମ୍ବତ୍ସରିକ ଉତ୍ସବ ପାଳନ ଅବସରରେ ସାଂସ୍କୃତିକ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ଗୁରୁମାନଙ୍କୁ ନେଇ ସମ୍ବର୍ଦ୍ଧନା ଓ ଶିଶୁ ପ୍ରତିଭା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଚିଲିକା ତଟଵର୍ତ୍ତୀ କଳିଯୁଗେଶ୍ବରଙ୍କ ପୀଠ ପରିସର ରେ ଅନୁଷ୍ଠିତ ଏହି ସାରସ୍ବତ ସମାରୋହରେ ଚିଲିକା ବ୍ଲକର ପ୍ରାକ୍ତନ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ କଣ୍ଡୁରୀ ଚରଣ ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି… Continue reading ପଲ୍ଲବୀ ନାଟ୍ୟ କଳା ପରିଷଦର ବାର୍ଷିକ ଉତ୍ସବ ଓ ଗୁରୁ ସମ୍ବର୍ଦ୍ଧନା

ଟଙ୍କପାଣି ଗ୍ରାମରେ ଦୋଳ ଉତ୍ସବ ପାଳିତ

ବାଲିଅନ୍ତା,୫|୩: ଭୁବନେଶ୍ୱର ଉପକଣ୍ଠ ଟଙ୍କପାଣି ଗ୍ରାମରେ ୨ ଦିନ ଧରି ଦୋଳ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି l ଦ୍ୱାଦଶରୁ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ରାତିରେ ସୁସଜ୍ଜିତ ବିମାନରେ ବିମାନରେ ମା’ ଟଙ୍କପାଣି, ହରପାର୍ବତୀ, ଲକ୍ଷ୍ମୀ ନାରାୟଣଙ୍କ ଚଳନ୍ତି ପ୍ରତିମା ବିରାଜମାନ କରି ଗାଁ ଗାଁ ବୁଲି ଭୋଗ ଖାଇଥିଲେ l ଚତୁର୍ଦ୍ଧଶୀ ରାତିରେ ଟଙ୍କପାଣି ଗ୍ରାମରୁ ଏକ ବିରାଟ ଶୋଭାଯାତ୍ରାରେ ବିମାନ ବାହାରି ମା’ ଟଙ୍କପାଣି ମନ୍ଦିର ସମ୍ମୁଖରେ ଥିବା ଦୋଳବେଦୀରେ ପହଞ୍ଚିଥିଲେ l ପରେ ନୀତିକ୍ରାନ୍ତି… Continue reading ଟଙ୍କପାଣି ଗ୍ରାମରେ ଦୋଳ ଉତ୍ସବ ପାଳିତ

କଳାହାଣ୍ଡି ଜିଲ୍ଲାର ପ୍ରବାଦ ପୁରୁଷ ଦୟାନିଧି ନାଏକଙ୍କ ୧୧୦ତମ ଜନ୍ମଦିନ ପାଳିତ

କଳାହାଣ୍ଡି,୪|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲାର ପ୍ରବାଦପୁରୁଷ ଓ ବିକାଶର ଅଗ୍ରଦୂତ ଭାବେ ସାରା ରାଜ୍ୟରେ ଖ୍ଯାତିଅର୍ଜନ କରିଥିବା ବିଶିଷ୍ଟ ରାଜନୀତିଜ୍ଞ, ସମାଜସେବୀ, ସଂସ୍କାରକ,ମେଧାବୀ, ସର୍ବୋପରି ଜଣେ ଜନପ୍ରତିନିଧି ତଥା ଲୋକପ୍ରିୟ ମନ୍ତ୍ରୀ ଦୟାନିଧି ନାଏକଙ୍କ ୧୧୦ ତମ ଜନ୍ମଦିନ ପାଳିତ ହୋଇଯାଇଛି । ଗତ ମାର୍ଚ୍ଚ ୩ ତାରିଖ ଦିନ ଭବାନୀପାଟଣା ସହରର ନକଟିଗୁଡାସ୍ଥିତ ଆମ୍ବେଦକର ଭବନ ଠାରେ ଶ୍ରୀ ନାଏକଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ଯ ଅର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରି ତାଙ୍କ ସ୍ମୃତିଚାରଣ… Continue reading କଳାହାଣ୍ଡି ଜିଲ୍ଲାର ପ୍ରବାଦ ପୁରୁଷ ଦୟାନିଧି ନାଏକଙ୍କ ୧୧୦ତମ ଜନ୍ମଦିନ ପାଳିତ

ଧର୍ମଗଡରେ ନୂତନ ମହିଳା ଡିଏସପି ଆଇପିଏସ ସୂଶ୍ରୀ ଭର୍ଷିଥା ଅଡ଼େପୁ

କଳାହାଣ୍ଡି,୩|୩,(ପ୍ୟାରିଲାଲ ଦୁର୍ଗା): କଳାହାଣ୍ଡି ଜ଼ିଲ୍ଲା ଧର୍ମଗଡ ଉପଖଣ୍ଡ ରେ ନୂତନ ଭାବେ ଯୋଗଦାନ ଦେଲେ ମହିଳା ଆଇପିଏସ ସୂଶ୍ରୀ ଭର୍ଷିଥା ଅଡେପୂ | ମହିଳା ଡିଏସପି ସୂଶ୍ରୀ ଭର୍ଷିଥା ଅଡେପୂ ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରିଣୀ ଭାବେ ଯୋଗଦାନ ଦେଇ କାର୍ଯ୍ୟଭାର ଗ୍ରହଣ କଲାପରେ ଥାନା ପକ୍ଷରୁ ଅଧିକାରୀ, କର୍ମଚାରି ମାନେ ଡିଏସପି ଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ | ନୂତନ ମହିଳା ଡିଏସପି ଯୋଗଦାନ କରିବା ପୂର୍ବରୁ ଡିଏସପି ଡୋଳାମଣୀ ଭୋଇ… Continue reading ଧର୍ମଗଡରେ ନୂତନ ମହିଳା ଡିଏସପି ଆଇପିଏସ ସୂଶ୍ରୀ ଭର୍ଷିଥା ଅଡ଼େପୁ

‘ଓଡ଼ିଆ କଳାକାରଙ୍କ ସ୍ୱର’ ର ୩ୟ ବାର୍ଷିକ ନିର୍ବାଚନ ପ୍ରକ୍ରିୟା ସମ୍ପୂର୍ଣ

ଭୁବନେଶ୍ୱର: ଓଡ଼ିଶାର ଆଗଧାଡିର ସଂଗଠନ ଓଡ଼ିଆ କଳାକାରଙ୍କ ସ୍ୱର (OKS) ର ୩ୟ ବାର୍ଷିକ ନିର୍ବାଚନ ପ୍ରକ୍ରିୟା ଆନୁଷ୍ଠାନିକ ଭାବେ ସମ୍ପୂର୍ଣ ହୋଇଛି ।ଏହି ପ୍ରକ୍ରିୟାରେ OKS ପରିବାରର ସଦସ୍ୟ ଏବଂ ସଦସ୍ୟା ମାନେ ନିଜର ମତ୍ତ ଦାନ କରି, ନୂତନ ଭାବେ ସଭାପତି ହିସାବରେ ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ନିର୍ମାତା ଶ୍ରୀଧର ମାର୍ଥାଙ୍କୁ ନିର୍ବାଚିତ କରିଛନ୍ତି । ସେହିପରି ଭାବେ ଅଭିନେତା ଏବଂ ରାଜନୀତିଜ୍ଞ ପ୍ରଶାନ୍ତ କୁମାର ଶଢ଼ଙ୍ଗି ଉପସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ… Continue reading ‘ଓଡ଼ିଆ କଳାକାରଙ୍କ ସ୍ୱର’ ର ୩ୟ ବାର୍ଷିକ ନିର୍ବାଚନ ପ୍ରକ୍ରିୟା ସମ୍ପୂର୍ଣ

ଚାଚେରୀ ଖିଆକୁ ବାହାରିଲେ ମା’ଭଗବତୀ

ଏଥରଗ୍ରହଣ ଯୋଗୁଁ ଚତୁର୍ଦ୍ଦଶୀରେ ହେବ ବାପଘର ପଖାଳ ଖିଆ । ଚିଲିକା,୨।୩: ଉତ୍କଳରେ ଦୋଳଗୋବିନ୍ଦ ପାଇଁ ଦୋଳପର୍ବ ହୋଇଥିବା ବେଳେ ଶକ୍ତିପୀଠ ବାଣପୁରରେ ମା’ ଭଗବତୀଙ୍କ ଚ଼ାଚ଼େରୀଖିଆ ଏକ ନିଆରାପରମ୍ପରା । ଫାଲଗୁନ ଶୁକ୍ଳ ତ୍ରୟୋଦଶୀରେ ମା’ଙ୍କ ମନ୍ଦିର ସହିତ ସଂଶ୍ଳିଷ୍ଟ ଛଅ ବ୍ରାହ୍ମଣ ଶାସନରୁ ଅଚ୍ୟୁତ ରାଜପୁର ,ଶ୍ରୀନିବାସପୁର, ତୁଳସୀଦେଇପୁରରେ ଚ଼ାଚ଼େରୀରେ ଖେଚେଡ଼ି ଖିରି ମାଛମହୁର ମାଛ ଭଜା ସହିତ ପିଠାପଣା, ଫେଣିଶାକର, ଫଳ ମୂଳ ଆଦି ନୈବେଦ୍ୟ ପ୍ରସ୍ତୁତ କରି ନିଜ ଦୁଆରେ ବାଢି… Continue reading ଚାଚେରୀ ଖିଆକୁ ବାହାରିଲେ ମା’ଭଗବତୀ

You cannot copy content of this page